Explore

Search

May 29, 2026 9:47 pm

ନେଲ୍‌ ଏକ୍ସଟେନ୍ସନ କଲେ ହେବ କ୍ୟାନ୍ସର

ଆଜିକାଲି ନେଲ୍‌ ଏକ୍ସଟେନ୍ସନ୍ କେବଳ ଫ୍ୟାଶନ୍‌ର ଅଂଶ ନୁହେଁ, ବରଂ ଅନେକ ମହିଳାଙ୍କ ଲାଇଫ୍‌ଷ୍ଟାଇଲ୍‌ର ଏକ ଅଭିନ୍ନ ଅଂଶ ହୋଇପାରିଛି । ସୁନ୍ଦର ଓ ଆକର୍ଷଣୀୟ ନଖ ପାଇଁ ମହିଳାମାନେ ପ୍ରାୟତଃ ନେଲ୍‌ ଏକ୍ସଟେନ୍ସନ୍‌, ଜେଲ୍‌ ପଲିସ୍‌ ଓ ନେଲ୍‌ ଆର୍ଟକୁ ପସନ୍ଦ କରୁଛନ୍ତି । କିନ୍ତୁ ସୌନ୍ଦର୍ଯ୍ୟର ଏହି ଟ୍ରେଣ୍ଡ୍‌ ପଛରେ ଲୁଚିଥାଇପାରେ କିଛି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା , ଯାହାକୁ ଅନେକେ ଅଣଦେଖା କରିଦେଉଛନ୍ତି ।

ବିଶେଷଜ୍ଞଙ୍କ କହିବା ଅନୁସାରେ, ଅଧିକାଂଶ ନେଲ୍‌ ପେଣ୍ଟ୍‌ ଓ ଏକ୍ସଟେନ୍ସନ୍‌ ପ୍ରୋଡକ୍ଟରେ ଫର୍ମାଲ୍ଡିହାଇଡ୍‌, ଟୋଲୁଇନ୍‌ ଓ ଫାଥାଲେଟ୍‌ସ ଭଳି କେମିକାଲ୍‌ ବ୍ୟବହାର କରାଯାଏ । ଏହି ରାସାୟନିକ ପଦାର୍ଥ ଦୀର୍ଘ ସମୟ ଧରି ବ୍ୟବହାର କଲେ ଶରୀର ଉପରେ ଖରାପ ପ୍ରଭାବ ପକାଇପାରେ । ଫର୍ମାଲ୍ଡିହାଇଡ୍‌ ନେଲ୍‌ ପଲିସ୍‌କୁ ଅଧିକ ଦୃଢ଼ କରିଥାଏ, କିନ୍ତୁ ଏହାକୁ ଅଧିକ ପରିମାଣରେ ସ୍ପର୍ଶ କଲେ କର୍କଟ ରୋଗର ଆଶଙ୍କା ବଢ଼ିପାରେ ବୋଲି ଗବେଷଣାରେ ଉଲ୍ଲେଖ ରହିଛି ।

ସେହିପରି ଟୋଲୁଇନ୍‌ ନଖକୁ ଚକଚକିଆ ଓ ମସୃଣ କରିଥାଏ, କିନ୍ତୁ ଏହା ସ୍ନାୟୁତନ୍ତ୍ର ଉପରେ ପ୍ରଭାବ ପକାଇପାରେ । DBP (ଡିବ୍ୟୁଟାଇଲ୍‌ ଫାଥାଲେଟ୍‌) ପ୍ରଜନନ ସ୍ୱାସ୍ଥ୍ୟ ସମସ୍ୟାର କାରଣ ହୋଇପାରେ । ସବୁଠାରୁ ଚିନ୍ତାଜନକ କଥା ହେଲା, ଏହି କେମିକାଲ୍‌ଗୁଡ଼ିକ କେବଳ ନଖରେ ରହି ନଥାଇ ଧୀରେଧୀରେ ଶରୀର ଭିତରକୁ ପ୍ରବେଶ କରିପାରେ ।

ଅନ୍ୟପଟେ, ନେଲ୍‌ ଏକ୍ସଟେନ୍ସନ୍‌ ସମୟରେ ବ୍ୟବହୃତ UV ଲ୍ୟାମ୍ପ ମଧ୍ୟ ଚର୍ମ ପାଇଁ କ୍ଷତିକାରକ ହୋଇପାରେ । ଲଗାତାର UV ଆଲୋକର ସ୍ପର୍ଶରେ ଆସିବା ଫଳରେ ଚର୍ମର କ୍ଷତି, ଅକାଳ ବୃଦ୍ଧାବସ୍ଥା ଓ ସ୍କିନ୍‌ କ୍ୟାନସରର ଆଶଙ୍କା ବଢ଼ିପାରେ ବୋଲି ଚର୍ମରୋଗ ବିଶେଷଜ୍ଞମାନେ ସତର୍କ କରୁଛନ୍ତି ।

ତଥାପି, ନେଲ୍‌ ପଲିସ୍‌ କିମ୍ବା ଏକ୍ସଟେନ୍ସନ୍‌କୁ ସମ୍ପୂର୍ଣ୍ଣ ଛାଡ଼ିଦେବା ଆବଶ୍ୟକ ନୁହେଁ । ବଜାରରେ ଏବେ ଅନେକ “ନନ୍-ଟକ୍ସିକ୍” ଓ “କେମିକାଲ୍‌-ଫ୍ରି” ପ୍ରୋଡକ୍ଟ ମିଳୁଛି । ପ୍ରୋଡକ୍ଟ କିଣିବା ପୂର୍ବରୁ ତାହାର ଲେବଲ୍‌ ଭଲଭାବେ ପଢ଼ିବା ଉଚିତ୍‌ । ଏହାସହିତ ନେଲ୍‌ ଏକ୍ସଟେନ୍ସନ୍‌ କରିବା ପୂର୍ବରୁ ହାତରେ ସନସ୍କ୍ରିନ୍‌ ଲଗାଇବା ଓ UV ଲ୍ୟାମ୍ପରୁ ସୁରକ୍ଷିତ ଦୂରତା ରଖିବା ଭଲ ଅଭ୍ୟାସ ହୋଇପାରେ ।

ସୌନ୍ଦର୍ଯ୍ୟ ସହିତ ସ୍ୱାସ୍ଥ୍ୟର ସମତୁଳନ ରଖିବା ଅତ୍ୟନ୍ତ ଜରୁରୀ । ତେଣୁ ଫ୍ୟାସନକୁ ଅନୁସରଣ କରିବା ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିବା ଓ ସୁରକ୍ଷିତ ବିକଳ୍ପ ବାଛିବା ହେଉଛି ସବୁଠାରୁ ଭଲ ପଦକ୍ଷେପ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score