ଭୁବନେଶ୍ୱର : ଓଡ଼ିଆ ଚଳଚ୍ଚିତ୍ର ‘କାଙ୍ଗୁଲା’ ଏବେ ପ୍ରେକ୍ଷାଳୟରେ ଦମଦାର ପ୍ରଦର୍ଶନ ଜାରି ରଖିଛି। ଏପ୍ରିଲ ୨୪ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମ ଦର୍ଶକଙ୍କ ମନ ଜିତିବା ସହ ବକ୍ସଅଫିସରେ ଭଲ ବ୍ୟବସାୟ କରୁଛି। ପ୍ରଥମ ସପ୍ତାହରେ ଫିଲ୍ମଟି ୬୩.୩୨ ଲକ୍ଷ ଟଙ୍କାର କଲେକ୍ସନ କରି ସଫଳତାର ପଥରେ ଆଗେଇ ଯାଇଛି।
ଏହି ସମୟରେ କେନ୍ଦ୍ରମନ୍ତ୍ରୀ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ‘କାଙ୍ଗୁଲା’ ଦେଖି ଫିଲ୍ମଟିଙ୍କୁ ଭୂୟଂଶୀ ପ୍ରଶଂସା କରିଛନ୍ତି। ସେ ଫିଲ୍ମର ସମସ୍ତ ଟିମକୁ ଶୁଭେଚ୍ଛା ଜଣାଇବା ସହ ଏହାକୁ ଓଡ଼ିଆ ସଂସ୍କୃତି ଓ ପରମ୍ପରାର ସୁନ୍ଦର ପ୍ରତିବିମ୍ବ ବୋଲି କହିଛନ୍ତି।
ସୋସିଆଲ ମିଡିଆରେ ସେ ଫିଲ୍ମର ଟ୍ରେଲର ଓ ସ୍ପେଶାଲ ସ୍କ୍ରିନିଂର କିଛି ମୁହୂର୍ତ୍ତ ସେୟାର କରି ଲେଖିଛନ୍ତି, ଓଡ଼ିଆ ସିନେମା କେବଳ ମନୋରଞ୍ଜନ ନୁହେଁ, ବରଂ ସମାଜକୁ ଯୋଡି ରଖିବାର ଏକ ଶକ୍ତିଶାଳୀ ମାଧ୍ୟମ। ଆମ ସଂସ୍କୃତିକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବାରେ ଏଭଳି ସିନେମା ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି, ‘କାଙ୍ଗୁଲା’ ଓଡ଼ିଶାର ଆସ୍ଥା, ପରମ୍ପରା ଓ ସଂସ୍କୃତିକୁ ସୁନ୍ଦର ଭାବେ ପରିଚୟ କରାଇଛି। ଆଗାମୀ ଦିନରେ ଏଭଳି ଅଧିକ ଓଡ଼ିଆ ସିନେମା ତିଆରି ହେବା ଆବଶ୍ୟକ ବୋଲି ସେ ମତ ପ୍ରକାଶ କରିଛନ୍ତି।
ଦର୍ଶକମାନଙ୍କର ଭଲ ପ୍ରତିକ୍ରିୟା ସହ ‘କାଙ୍ଗୁଲା’ ଆସନ୍ତା ଦିନରେ ଆହୁରି ବଡ଼ ସଫଳତା ଲଭିବ ବୋଲି ଅନୁମାନ କରାଯାଉଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
