Explore

Search

July 14, 2026 7:16 pm

ଜିଲ୍ଲାପାଳ ହେବ ତ ଏମିତି : ଲୋକଙ୍କ ଦୁଃଖ ଶୁଣି ନଦୀ ପାର ହୋଇ ପହଞ୍ଚିଲେ ମନୋଜ ମହାଜନ

କୋରାପୁଟ : ଜିଲ୍ଲାପାଳ ହେବ ତ ଏମିତି । ଲୋକଙ୍କ ଦୁଃଖ ଦେଖିପାରିଲେନି ଜିଲ୍ଲାପାଳ। ଶେଷରେ ନିଜେ ନଦୀ ପାର ହୋଇ ପହଞ୍ଚିଲେ ବର୍ଷାପାଣିରେ ଉବୁଟୁବୁ ହେଉଥିବା ଗାଁରେ । ଲୋକଙ୍କ ସମସ୍ୟା ଶୁଣି ତୁରନ୍ତ ନିଜ ଜୀବନକୁ ଖାତିର ନକରି ମୋଟର ବୋଟ୍‌ରେ ଯାତ୍ରା କଲେ ଜଳବନ୍ଦୀ ହୋଇ ରହିଥିବା ସାବୁନ ଗାଁକୁ । ଆଉ ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ଦୁଃଖ ଶୁଣିବା ସହିତ ସମସ୍ତ ସମସ୍ୟାର ତୁରନ୍ତ ସମାଧାନ କରିବାକୁ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଲେ । ଏହାସହ ପର୍ଯ୍ୟାୟକ୍ରମେ ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଲେ। ଆଉ ଯାହାକୁ ନେଇ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କୁ ସମଗ୍ର ସାବୁନ ଗାଁର ବାସିନ୍ଦା ଧନ୍ୟବାଦ ଜଣାଇଥିଲେ ।

କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବିଲାପୁଟ ପଞ୍ଚାୟତର ଜଳଭଣ୍ଡାର ଭିତରେ ରହୁଥିବା ସାବୁନ ଗାଁ ଅନେକ ସମସ୍ୟାରେ ବୁଡି ରହିଛନ୍ତି । ଏଠାରେ ଯାତାୟାତ ପାଇଁ ଭଲ ରାସ୍ତାଟିଏ ନାହିଁ । ଫଳରେ ଲୋକେ ଯିବାଆସିବା ବେଳେ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସେହିପରି ବିଦ୍ୟୁତ ସଂଯୋଗର କୌଣସି ସୁବିଧା ନାହିଁ । ଆଉ ଯାହା ସ୍କୁଲ ଅଛି ତାହା ମଧ୍ୟ ଉଚ୍ଚ ବିଦ୍ୟାଳୟର ମାନ୍ୟତା ମିଳିନାହିଁ ।

ଏ ସବୁ ବିଷୟରେ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନ ଶୁଣି ତୁରନ୍ତ ଆକ୍ସନ ମୋଡରେ ପହଞ୍ଚିଲେ । ଗାଁକୁ ଯିବାକୁ ଭଲ ରାସ୍ତା ନଥିବାରୁ ଏକ ମୋଟର ବୋଟ୍‌ରେ ଜଳଭଣ୍ଡାର ପାରି ହୋଇ ଗାଁରେ ପହଞ୍ଚିବା ପରେ କାର୍ଯ୍ୟରତ ଆଶା, ଅଙ୍ଗନବାଡ଼ି କର୍ମୀଙ୍କ ସହ ସେମାନଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ। ସାଙ୍ଗରେ ଥିଲେ ଏସ୍‌ପି ରୋହିତ ବର୍ମା, ସିଡିଓ ବେଣୁଧର ଶବର ଓ ପିଏ ଆଇଟିଡିଏ ସ୍ନେହପ୍ରଭା ମାଝୀ ।

ସେଠାରେ ପହଞ୍ଚି ଗ୍ରାମବାସୀଙ୍କ ଦୁଃଖ ଶୁଣିଥିଲେ। ଆଲୋଚନା ସମୟରେ ଗ୍ରାମବାସୀଙ୍କ ସହ ବିଲାପୁଟ ସରପଞ୍ଚ ରାଜେଶ ଲେହୁ, ସମିତି ସଭ୍ୟ ଯୋଗେନ୍ଦ୍ର ଖେମୁଣ୍ଡୁ ଉପସ୍ଥିତ ଥିଲେ। ପୂର୍ତ୍ତବିଭାଗ ରାସ୍ତାରୁ ସାବୁନ ନଦୀଘାଟ ଯାଏଁ ନିର୍ମିତ ଆରଡି ରାସ୍ତା ମରାମତି, ଉପର ହରଗଣ୍ଡାରୁ ସାବୁନ ନଦୀଘାଟ ବ୍ରିଜ ଓ ରାସ୍ତା ନିର୍ମାଣ, ଜଳଘେରକୁ ବ୍ୟବହାର କରି ଜୈବିକ ପର୍ଯ୍ୟଟନସ୍ଥଳୀ ନିର୍ମାଣ, ସାବୁନ ଓ ଲାମାଡୁର ଗ୍ରାମବାସୀଙ୍କୁ ସ୍ଥାୟୀ ଜମିପଟ୍ଟା ପ୍ରଦାନ, ସାବୁନ ଓ ଲାମାଡୁର ଗ୍ରାମ ମଧ୍ୟରେ କଂକ୍ରିଟ ରାସ୍ତା ନିର୍ମାଣ, ଲାମାଡୁରକୁ ବିଦ୍ୟୁତ ସଂଯୋଗ, ଜବାଗଡ଼ ଉଚ୍ଚପ୍ରାଥମିକ ବିଦ୍ୟାଳୟକୁ ଉଚ୍ଚ ବିଦ୍ୟାଳୟ ମାନ୍ୟତା ଓ ବିଲାପୁଟ ପଞ୍ଚାୟତ ସଦର ମହକୁମାରେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ ଲାଗି ଦାବିପତ୍ର ପ୍ରଦାନ କରିଥିଲେ।

ଜିଲ୍ଲାପାଳ ଅଭିଯୋଗର ସମସ୍ତ ସମାଧାନ ତୁରନ୍ତ କରିବାକୁ ଉପସ୍ଥିତ ଅନ୍ୟ ଅଧିକାରୀମାନଙ୍କ ସହ ଆଲୋଚନା କରିଲେ । ଏହାସହ ପର୍ଯ୍ୟାୟକ୍ରମେ ସମସ୍ୟା ଗୁଡ଼ିକର ସମାଧାନ କରାଯିବ ବୋଲି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଲେ। ଆଉ ଯାହାକୁ ନେଇ କୋରାପୁଟ ଜିଲ୍ଲାପାଳ ଶ୍ରୀଯୁକ୍ତ ମନୋଜ ସତ୍ୟବାନ ମହାଜନଙ୍କୁ ସମଗ୍ର ସାବୁନ ଗାଁର ବାସିନ୍ଦା ହାତଯୋଡ଼ି କୃତଜ୍ଞତା ଜଣାଇଥିଲେ।।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score