Explore

Search

October 23, 2026 7:11 pm

ଜାରିହେଲା ସୁଭଦ୍ରା ଗାଇଡ୍‌ଲାଇନ୍: ଏହିମାନେ ଉଠାଇପାରିବେ ସୁଯୋଗ

Subhadra Yojana

ସୁଭଦ୍ରା ଯୋଜନା କୁ ନେଇ ଆସିଛି ବଡ ଖବର। ମହିଳା ଓ ଶିଶୁ ବିକାଶ ବିଭାଗ ଆଜି ରାଜ୍ୟ ସରକାରଙ୍କ ବହୁ ଚର୍ଚ୍ଚିତ ଯୋଜନା ‘ସୁଭଦ୍ରା’ର ଗାଇଡ୍‌ଲାଇନ୍ ଜାରି କରିଛି। ତେବେ ଏହି ଗାଇଡ୍‌ଲାଇନ୍ ରେ ଯୋଜନା ଅନ୍ତର୍ଭୁକ୍ତ ସମସ୍ତ ଅବଶ୍ୟକୀୟ ତଥ୍ୟ ଉଲ୍ଲେଖ ରହିଛି। ତେବେ ଆସନ୍ତୁ ଜାଣିବା କଣ ସବୁ ରହିଛି ଏହି ଗାଇଡ୍‌ଲାଇନ ରେ।

ଗାଇଡ୍‌ଲାଇନ୍ ଅନୁଯାଇ କେବଳ ୨୧ରୁ ଅଧିକ ଏବଂ ୬୦ ବର୍ଷରୁ କମ୍ ବୟସର ମହିଳାମାନେ ଏଥିପାଇଁ ଆବେଦନ କରିପାରିବେ। ବୟସ ପ୍ରମାଣପତ୍ର ପାଇଁ ଆଧାର କାର୍ଡରେ ଥିବା ଜନ୍ମ ତାରିଖକୁ ସଠିକ୍ ବିବେଚନା କରାଯିବ। ୧ ଜୁଲାଇ ୨୦୨୪ ସୁଦ୍ଧା ଯେଉଁ ମହିଳାଙ୍କ ବୟସ ୨୧ରୁ କମ୍‌ ଓ ୬୦ରୁ ଅଧିକ ହୋଇଥିବ ସେମାନେ ସୁଭଦ୍ରା ଯୋଜନାରୁ ବଞ୍ଚିତ ହେବେ।

ଏଥିସହ ମାସକୁ ୧୫ଶହ ଟଙ୍କା କିମ୍ୱା ୧ ବର୍ଷକୁ ୧୮ ହଜାରରୁ ଅଧିକ ସହାୟତା ପାଉଥିବା ମହିଳାମାନେ ଏହି ଯୋଜନାରେ ଅନ୍ତର୍ଭୁକ୍ତ ହେବେ ନାହିଁ। ବର୍ତ୍ତମାନର କିମ୍ବା ପୂର୍ବର ସାଂସଦ ବିଧାୟକଙ୍କୁ ମଧ୍ୟ ସୁଭଦ୍ରା ଯୋଜନାରେ ସାମିଲ କରାଯିବନି। ଯେଉଁ ମହିଳାମାନେ ଆୟକର ପୈଠ କରୁଛନ୍ତି ସେମାନେ ମଧ୍ୟ ସୁଭଦ୍ରା ସହାୟତାରୁ ବଞ୍ଚିତ ହେବେ।

କିପରି କରିବେ ଆବେଦନ ଏବଂ କଣ ରହିବ ସୁବିଧା?

ସୁଭଦ୍ରା ଯୋଜନାରେ ସାମିଲ ହେବାକୁ ନିର୍ଦ୍ଧାରିତ ଫର୍ମରେ ୨୧ରୁ ୬୦ ବର୍ଷର ମହିଳାଙ୍କୁ ପ୍ରଥମେ ଆବେଦନ କରିବାକୁ ପଡିବ । ଅଫ୍‌ଲାଇନ୍‌ ଫର୍ମ ପୂରଣ ନହେଲେ ଅନ୍‌ଲାଇନ୍‌ ମାଧ୍ୟମରେ ସୁଭଦ୍ରା ପୋର୍ଟାଲରେ ମହିଳାମାନେ ଆବେଦନ କରିପାରିବେ। ଅଙ୍ଗନବାଡ଼ି କେନ୍ଦ୍ର, ବ୍ଲକ, ମୋ ସେବା କେନ୍ଦ୍ରଗୁଡିକରେ ମହିଳାମାନେ ମାଗଣାରେ ଫର୍ମ ପାଇପାରିବେ। ଆବେଦନକାରୀ ଫର୍ମ ପୂରଣ କରି ମୋ ସେବା କେନ୍ଦ୍ରରେ ଦାଖଲ କରିବା ଆବଶ୍ୟକ। ସୁଭଦ୍ରା ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କୁ ସୁଭଦ୍ରା ଏଟିଏମ୍‌ କାର୍ଡ ପ୍ରଦାନ କରାଯିବ। ସମସ୍ତ ଯୋଗ୍ୟ ହିତାଧିକାରୀମାନେ ୫ ବର୍ଷରେ ମୋଟ ୫୦ ହଜାର ଟଙ୍କା ସହାୟତା ପାଇବେ। ବର୍ଷକୁ ୨ଟି କିସ୍ତିରେ ୫ ହଜାର ଲେଖାଏଁ ମୋଟ ୧୦ ହଜାର ଟଙ୍କା ମିଳିବ। ୫ ବର୍ଷ ମଧ୍ୟରେ ସେହିପରି ମୋଟ ୫୦ ହଜାର ଟଙ୍କା ମହିଳାଙ୍କୁ ଦିଆଯିବ। ପ୍ରଥମ କିସ୍ତି ରାକ୍ଷୀ ପୂର୍ଣ୍ଣମୀ ଏବଂ ୨ୟ କିସ୍ତି ମାର୍ଚ୍ଚ ୮ ତାରିଖରେ ମହିଳାମାନେ ପାଇପାରିବେ। ଡିଜିଟାଲ କାରବାର ଅଧିକ କଲେ ପଞ୍ଚାୟତରୁ ଶହେ ଜଣଙ୍କୁ ଅତିରିକ୍ତ ୫ଶହ ଟଙ୍କା ପ୍ରଦାନ କରାଯିବ ବୋଲି ଗାଇଡଲାଇନରେ ଉଲ୍ଲେଖ ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score