Explore

Search

May 23, 2026 11:54 pm

ଗଣତି ମଣତି ପ୍ରକ୍ରିୟା ସ୍ଥଗିତ: ଜୁନରେ ହେବ ଆରମ୍ଭ

ପୁରୀ : ଆସନ୍ତାକାଲିଠାରୁ ରତ୍ନଭଣ୍ଡାର ଅଳଙ୍କାର ଗଣନା କାର୍ଯ୍ୟ ସ୍ଥଗିତ ରହିବ । ଆସନ୍ତା ଜୁନ୍ ମାସରେ ପୁନର୍ବାର ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।

ବର୍ତ୍ତମାନର ତୀବ୍ର ଉଷ୍ଣତା, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ବୃଦ୍ଧିଶୀଳ ସମାଗମ ଏବଂ ମହାପ୍ରଭୁଙ୍କ ଆଗାମୀ ପର୍ବପର୍ବାଣୀ, ବିଶେଷକରି ସ୍ନାନ ପୂର୍ଣ୍ଣିମା ଓ ରଥଯାତ୍ରାକୁ ଦୃଷ୍ଟିରେ ରଖି ପରବର୍ତ୍ତୀ ପର୍ଯ୍ୟାୟ ପାଇଁ ପ୍ରସ୍ତୁତି ଚାଲିଛି । ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ଓ ପରିଚାଳନା ସମିତିର ବୈଠକ କ୍ରମାଗତ ଭାବେ ଆୟୋଜିତ ହେବ ।

ଏହି ପରିପ୍ରେକ୍ଷୀରେ ଆସନ୍ତାକାଲିଠାରୁ ଅଳଙ୍କାର ଗଣନା କାର୍ଯ୍ୟ ସ୍ଥଗିତ ରଖି ଜୁନ୍ ମାସରେ ପୁନଃ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି ।

ରତ୍ନଭଣ୍ଡାର ଅଳଙ୍କାର ଗଣନା ପ୍ରକ୍ରିୟା ସମସ୍ତଙ୍କ ପାଇଁ ଏକ ପବିତ୍ର ଅନୁଭୂତି । ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରେ ସମଗ୍ର କାର୍ଯ୍ୟ ରାଜ୍ୟ ସରକାରଙ୍କ ନିର୍ଦ୍ଦିଷ୍ଟ ନିୟମାବଳୀ ଅନୁଯାୟୀ ସୁଚାରୁ ଓ ସ୍ୱଚ୍ଛ ଭାବେ ଚାଲିଛି । ଗଜପତି ମହାରାଜାଙ୍କ ମାର୍ଗଦର୍ଶନ, ଉଚ୍ଚସ୍ତରୀୟ ଓ ପରିଚାଳନା ସମିତିର ପରାମର୍ଶ, ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ, ସମ୍ପୃକ୍ତ ଅଧିକାରୀ ଏବଂ ସେବକମାନଙ୍କ ସହଯୋଗରେ ଏହା ସଫଳତାର ସହ ଆଗେଇ ଚାଲିଛି । ଆଜିର ଅଳଙ୍କାର ଗଣନା କାର୍ଯ୍ୟ ପୂର୍ବ ନିର୍ଦ୍ଧାରିତ ପ୍ରସ୍ତୁତି ଅନୁଯାୟୀ ଜାରି ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score