Explore

Search

September 12, 2026 8:43 pm

ଗଜପତି ଉପଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଭାଗବତ ସାମଲ

ପାରଳାଖେମୁଣ୍ଡି: ଗଜପତି ଜିଲ୍ଲାର ନୂତନ ଉପଜିଲ୍ଲାପାଳ ଭାବେ ୨୦୨୪ ବ୍ୟାଚ୍‌ର ଆଇଏଏସ୍ ଅଧିକାରୀ ଭାଗବତ ସାମଲ କଲ୍ୟାଣ ରାଓ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହା ନିୟମିତ ପ୍ରଶାସନିକ ସେବାରେ ତାଙ୍କର ପ୍ରଥମ ପଦାୟନ ବୋଲି ଜଣାପଡ଼ିଛି ।

ଗଜପତିରେ ଯୋଗଦେବା ପୂର୍ବରୁ ସେ ଢେଙ୍କାନାଳ ଜିଲ୍ଲାରେ ପ୍ରଶିକ୍ଷଣ ନେଉଥିଲେ । ନୂତନ ଦାୟିତ୍ୱ ଗ୍ରହଣ ପରେ ସେ ଜିଲ୍ଲାର ପ୍ରଶାସନିକ ବ୍ୟବସ୍ଥା ଓ ବିଭିନ୍ନ ସମସ୍ୟା ସମ୍ପର୍କରେ ଜାଣିବା ଉପରେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି ।

ଭାଗବତ ସାମଲ କଲ୍ୟାଣ ରାଓ କହିଛନ୍ତି ଯେ, ଗଜପତି ଜିଲ୍ଲାରେ କାର୍ଯ୍ୟ କରିବା ତାଙ୍କ ପାଇଁ ଏକ ନୂଆ ଅନୁଭବ। ଜିଲ୍ଲାର ମୌଳିକ ସମସ୍ୟା ଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକର ସମାଧାନ ଦିଗରେ ଆବଶ୍ୟକ ପଦକ୍ଷେପ ନେବେ। ଏଥିପାଇଁ ସମ୍ଭାବ୍ୟ ସମସ୍ତ ପ୍ରୟାସ କରିବାକୁ ସେ ପ୍ରତିଶ୍ରୁତି ଦେଇଛନ୍ତି ।

ଜନସାଧାରଣଙ୍କ ସମସ୍ୟା ଶୁଣିବା ଏବଂ ସେମାନଙ୍କୁ ଶୀଘ୍ର ସେବା ଯୋଗାଇଦେବା ତାଙ୍କର ପ୍ରାଥମିକତା ରହିବ। ଏଥିସହ ସ୍ୱଚ୍ଛ ଓ ଦାୟିତ୍ୱଶୀଳ ପ୍ରଶାସନ ଦେବା ଉପରେ ମଧ୍ୟ ସେ ଗୁରୁତ୍ୱ ଦେଇଛନ୍ତି।

ଏପଟେ, ପୂର୍ବତନ ଉପଜିଲାପାଳ ଅନୁପ ପଣ୍ଡାଙ୍କ ବଦଳିକୁ ନେଇ ମଧ୍ୟ ସ୍ଥାନୀୟ ମହଲରେ ଚର୍ଚ୍ଚା ଜାରି ରହିଛି। ତାଙ୍କୁ କେଉଁ ସ୍ଥାନ କିମ୍ବା ପଦବୀକୁ ବଦଳି କରାଯାଇଛି, ସେନେଇ ସ୍ପଷ୍ଟ ସୂଚନା ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେବେ ତାଙ୍କର ହଠାତ୍ ବଦଳିକୁ ନେଇ ବିଭିନ୍ନ ମହଲରେ ଆଲୋଚନା ହେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score