Explore

Search

April 29, 2026 8:10 pm

କେନ୍ଦୁଝରବାସୀଙ୍କୁ ମିଳିଲା ଇଲେକ୍ଟ୍ରିସିଟି ବସ୍‌ ସେବା : ବିଭିନ୍ନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର : କେନ୍ଦୁଝରବାସୀଙ୍କୁ ନୂଆ ଭେଟି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ। ବିକାଶ ସଭାରେ ଜିଲ୍ଲାର ସମଗ୍ର ଉନ୍ନତି ପାଇଁ ୧୮୭ଟି କାର୍ଯ୍ୟର ଉଦଘାଟନ ଓ ଭିତ୍ତି ପ୍ରସ୍ଥାପନ କରାଯାଇଛି । ଏହିସବୁ କାର୍ଯ୍ୟ ପାଇଁ ପ୍ରାୟ ୧,୩୩୦ କୋଟି ୨୪ ଲକ୍ଷ ଟଙ୍କା ବ୍ୟୟ ହେବ । ଏଥିସହ କେନ୍ଦୁଝର ସହରରେ ୨୫ଟି ନୂତନ ବିଦ୍ୟୁତ ଚାଳିତ ବସ ସେବା ଆରମ୍ଭ ହୋଇଛି ।

ଜିଲ୍ଲାର ମୂଳ ଢାଞ୍ଚାକୁ ଆହୁରି ଶକ୍ତ କରିବାରେ ଏହା ଏକ ବଡ଼ ପଦକ୍ଷେପ । ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଓ ନିରନ୍ତର ପ୍ରୟାସ ଫଳରେ କେନ୍ଦୁଝର ଏବେ ପରିବେଶକୁ ରକ୍ଷା କରୁଥିବା ଯାତାୟାତ ବ୍ୟବସ୍ଥା ଦିଗରେ ଆଗକୁ ବଢ଼ିଛି । ପ୍ରଥମେ ୨୫ଟି ବସ୍ ସହରର ୬ଟି ମୁଖ୍ୟ ରାସ୍ତାରେ ଚଳାଚଳ କରିବ। ଏହି ବସ୍‌ ଗୁଡ଼ିକ ଏପରି ଭାବେ ତିଆରି, ଯାହା ଛୋଟ ଗଳିଠୁ ଆରମ୍ଭ କରି ବଡ଼ ରାସ୍ତା ପର୍ଯ୍ୟନ୍ତ ସମସ୍ତ ଅଞ୍ଚଳକୁ ସହଜ ଯୋଗାଯୋଗ ଦେବ । ଆଗାମୀ ୧୦ ବର୍ଷ ପର୍ଯ୍ୟନ୍ତ ପ୍ରାୟ ୧୪୦ କୋଟି ଟଙ୍କାରେ ଏହି ସେବା ଚାଲିବ।

ଏହା ସହିତ ଖଣି ଅଞ୍ଚଳ ଉନ୍ନତି ଧନର ସହାୟତାରେ ୧୭.୧୨ କୋଟି ଟଙ୍କା ବ୍ୟୟରେ ଏକ ଆଧୁନିକ ବସଷ୍ଟାଣ୍ଡ ତିଆରି ହୋଇଛି । ସେଠାରେ ଶୀଘ୍ର ଚାର୍ଜ ଓ ରକ୍ଷଣାବେକ୍ଷଣ ପାଇଁ ସମସ୍ତ ବ୍ୟବସ୍ଥା ରହିଛି । ବସ୍‌ ଗୁଡ଼ିକ ଏସି ବ୍ୟବସ୍ଥା ସହିତ ସିସିଟିଭି କ୍ୟାମେରା ସହିତ ଆପତ୍କାଳୀନ ବଟନ୍ ମଧ୍ୟ ରହିଛି । ମହିଳା, ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ବିଶେଷ ସୁବିଧା ରହିଛି । ଏହି ଯୋଜନା ମାଧ୍ୟମରେ ୧୫୦ରୁ ଅଧିକ ଲୋକଙ୍କୁ କାମ ମିଳିବ । ସବୁଠାରୁ ଗୌରବର କଥା ହେଉଛି, ଏଥିରେ ନାରୀମାନେ ଚାଳକ ଓ ସହାୟକ ଭାବେ ନିଜ କୌଶଳ ଦେଖାଇବେ ।

ଏହି ବସ୍ ସେବାର ଭଡ଼ା ମାତ୍ର ୫ ଟଙ୍କାରୁ ଆରମ୍ଭ ହେବ । ଯାହା ସାଧାରଣ ଲୋକ, ଛାତ୍ରଛାତ୍ରୀ ଓ ଶ୍ରମିକମାନଙ୍କ ପାଇଁ ଖୁବ ଉପକାରୀ ହେବ। ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଜିଲ୍ଲାରୁ ଧୂଆଁ ଓ ଦୂଷଣ କମେଇବା । ପ୍ରତିବର୍ଷ ପ୍ରାୟ ୩୩୦ରୁ ୩୯୦ ଟନ୍ ପର୍ଯ୍ୟନ୍ତ ଦୂଷଣ କମିବାରେ ଏହି ବସ୍‌ ଗୁଡ଼ିକ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେବ।

ଏହାସହ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ୭୦୪ କୋଟି ୩୮ ଲକ୍ଷ ଟଙ୍କା ବ୍ୟୟରେ ୬୨ଟି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଭିତ୍ତି ପ୍ରସ୍ଥାପନ କରାଯାଇଛି । ୨୫୦ କୋଟି ୯୫ ଲକ୍ଷ ଟଙ୍କାରେ ତିଆରି ୨୪ଟି ସମ୍ପୂର୍ଣ୍ଣ କାର୍ଯ୍ୟର ଉଦଘାଟନ ହୋଇ ସେଗୁଡ଼ିକୁ ଲୋକସେବାରେ ନିଯୁକ୍ତ କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score