ଭୁବନେଶ୍ୱର : ଟେକ୍ନୋଲୋଜି ଦୁନିଆରେ ଏବେ କୃତ୍ରିମ ବୁଦ୍ଧିମତା ବା ଏଆଇର ଚର୍ଚ୍ଚା ସବୁଠାରେ । ଏହି କ୍ଷେତ୍ରରେ ନୂଆ କୌଶଳ ଶିଖିବାକୁ ଇଚ୍ଛୁକ ଯୁବପୀଢ଼ିଙ୍କ ପାଇଁ ଗୁଗଲ୍ ଆଣିଛି ଏକ ବିଶେଷ ଅବସର। କମ୍ପାନୀ ପକ୍ଷରୁ ‘୫ ଦିନିଆ ଏଆଇ ଏଜେଣ୍ଟ ଟ୍ରେନିଂ ପ୍ରୋଗ୍ରାମ’ ଆରମ୍ଭ ହେଉଛି, ଯାହା ସମ୍ପୂର୍ଣ୍ଣ ଅନଲାଇନ୍ ଓ ମାଗଣା ଭାବେ ଚାଲିବ । ଜୁନ୍ ୧୫ ରୁ ୧୯ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣକାରୀମାନେ କେବଳ ସାଧାରଣ ଚାଟବଟ୍ ନୁହେଁ, ବରଂ ଜଟିଳ କାମ କରିପାରୁଥିବା ସ୍ମାର୍ଟ ଏଆଇ ଏଜେଣ୍ଟ ତିଆରି କରିବା ଶିଖିବେ ।
ଏହି ପ୍ରଶିକ୍ଷଣର ସବୁଠାରୁ ଆକର୍ଷଣୀୟ ଅଂଶ ହେଉଛି ‘ଭାଇବ୍ କୋଡିଂ’ ପ୍ରଣାଳୀ । ଏଥିରେ ଅତ୍ୟଧିକ ଜଟିଳ କୋଡ୍ ଲେଖିବା ପରିବର୍ତ୍ତେ ସାଧାରଣ ଭାଷାରେ ଏଆଇକୁ ନିର୍ଦ୍ଦେଶ ଦେଇ କାମ କରାଯିବ । ଗୁଗଲର ଅଭିଜ୍ଞ ଇଞ୍ଜିନିୟର ଓ ଗବେଷକମାନେ ସିଧାସଳଖ ଏହି ଶିକ୍ଷାଦାନ କରିବେ । ଆଗ୍ରହୀ ପ୍ରାର୍ଥୀମାନେ କ୍ୟାଗଲ୍ ମାଧ୍ୟମରେ ନାମ ଲେଖାଇପାରିବେ ।
୫ ଦିନିଆ ଏହି କୋର୍ସରେ ପ୍ରତିଦିନ ଅଲଗା ଅଲଗା ବିଷୟ ଉପରେ ପ୍ରଶିକ୍ଷଣ ଦିଆଯିବ । ପ୍ରଥମ ଦିନରେ ଏଆଇ ଏଜେଣ୍ଟର ମୌଳିକ ଧାରଣା, ଦ୍ୱିତୀୟ ଦିନରେ ବିଭିନ୍ନ ଟୁଲ୍ ଓ ଏପିଆଇର ବ୍ୟବହାର, ତୃତୀୟ ଦିନରେ ଏଜେଣ୍ଟକୁ ସ୍ମୃତି କ୍ଷମତା ଦେବା ଉପାୟ, ଚତୁର୍ଥ ଦିନରେ ସୁରକ୍ଷା ଓ ଗୁଣବତ୍ତା, ଏବଂ ଶେଷ ଦିନରେ ବାସ୍ତବ କ୍ଷେତ୍ରରେ ଏଆଇର ପ୍ରୟୋଗ ବିଷୟରେ ଶିଖାଯିବ ।
ପ୍ରତିଦିନ ୧ ରୁ ୨ ଘଣ୍ଟାର ଅସାଇନମେଣ୍ଟ ସହ ଲାଇଭ୍ ସେସନ୍ ମଧ୍ୟ ହେବ । କୋର୍ସ ଶେଷରେ ଏକ ବିଶେଷ ପ୍ରୋଜେକ୍ଟ ରହିଛି, ଯାହା ସଫଳତାର ସହ ସମ୍ପୂର୍ଣ୍ଣ କରିଥିବା ଅଂଶଗ୍ରହୀମାନେ ଗୁଗଲ୍ ପକ୍ଷରୁ ସାର୍ଟିଫିକେଟ୍ ସହ ଆକର୍ଷଣୀୟ ପୁରସ୍କାର ପାଇବାର ସୁଯୋଗ ମଧ୍ୟ ପାଇବେ । ପାଇଥନ୍ ପ୍ରୋଗ୍ରାମିଂର ସାମାନ୍ୟ ଜ୍ଞାନ ଥିଲେ ଏହି କୋର୍ସ ଅଧିକ ସହଜ ହେବ, ଯଦିଓ ଏହା ସମସ୍ତଙ୍କ ପାଇଁ ଖୋଲା ରହିଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
