Explore

Search

September 4, 2026 9:38 pm

ଆଜିଠୁ ବଢ଼ିଲା ରେଳ ଭଡା

ଭୁବନେଶ୍ୱର : ଆଜିଠୁ ବଢ଼ିଲା ରେଳ ଭଡା । ଲାଗୁ ହେଲା ନୂତନ ବର୍ଦ୍ଧିତ ରେଳ ଭଡ଼ା । ଏନେଇ ଭାରତୀୟ ରେଳବାଇ ପକ୍ଷରୁ ମିଳିଛି ସୂଚନା । ଚଳିତ ବର୍ଷ ଏହା ଦ୍ୱିତୀୟ ଭଡ଼ା ବୃଦ୍ଧି। ଏହା ପୂର୍ବରୁ ଜୁଲାଇ ମାସରେ ବି ଭଡ଼ା ବଢ଼ାଇଥିଲା ଭାରତୀୟ ରେଳବାଇ।

ତେଜସ ରାଜଧାନୀ, ରାଜଧାନୀ, ଶତାବ୍ଦୀ, ଦୂରନ୍ତୋ, ବନ୍ଦେ ଭାରତ, ହମସଫର, ଅମୃତ ଭାରତ, ତେଜସ, ମହାମନା, ଗତିମାନ, ଅନ୍ତ୍ୟୋଦୟ, ଗରିବ ରଥ, ଜନ ଶତାବ୍ଦୀ, ଯୁବ ଏକ୍ସପ୍ରେସ, ନମୋ ଭାରତ ରାପିଡ ରେଳ ଏବଂ ସାଧାରଣ ଅଣ-ଉପସହରାଞ୍ଚଳ ସେବା ସମେତ ପ୍ରମୁଖ ଟ୍ରେନ ସେବାଗୁଡ଼ିକର ବର୍ତ୍ତମାନର ମୂଳ ଭଡ଼ାରେ ସଂଶୋଧନ କରାଯାଇଛି ।

ସଂଶୋଧିତ ଭଡ଼ା କେବଳ ୨୬ ଡିସେମ୍ବର ୨୦୨୫ କିମ୍ବା ତା’ପରେ ବୁକ୍ ହୋଇଥିବା ଟିକେଟ୍ ଉପରେ ଲାଗୁ ହେବ । ନୂଆ ଦର ଲାଗୁ ହେବା ତାରିଖ ପରେ ଯାତ୍ରା କଲେ ମଧ୍ୟ ପୂର୍ବରୁ ବୁକ୍ ହୋଇଥିବା ଟିକେଟ୍ ପାଇଁ କୌଣସି ଅତିରିକ୍ତ ଶୁଳ୍କ ଲାଗୁ ହେବ ନାହିଁ । ଷ୍ଟେସନଗୁଡ଼ିକରେ ଦେଖାଯାଉଥିବା ଭଡ଼ା ତାଲିକାକୁ ସଂଶୋଧିତ କରାଯାଇ ୨୬ ଡିସେମ୍ବର ୨୦୨୫ରୁ ଲାଗୁ ହୋଇଥିବା ନୂଆ ଦର ପ୍ରଦର୍ଶନ କରାଯିବ।

କାହିଁକି ବଢ଼ିଲା ରେଳ ଭଡ଼ା ?

ରେଳ ମନ୍ତ୍ରଣାଳୟର ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟ୍ରେନ୍ ପରିଚାଳନାରେ ବହୁ ଖର୍ଚ୍ଚ ବଢିଛି । ତେଣୁ ଖର୍ଚ୍ଚକୁ ପୂରଣ କରିବା ଏବଂ ଭିତ୍ତିଭୂମି ବିକାଶ ପ୍ରକଳ୍ପ ଗୁଡ଼ିକୁ ପାଣ୍ଠି ଯୋଗାଇବା ପାଇଁ ଏହି ଭଡ଼ା ବୃଦ୍ଧି କରାଯାଇଛି । ରେଳବାଇ ଏହାର ସେବାକୁ ଉନ୍ନତ କରିବା, ନୂଆ ଟ୍ରେନ ପ୍ରଚଳନ କରିବା ଏବଂ ଷ୍ଟେସନ ଗୁଡ଼ିକୁ ଆଧୁନିକୀକରଣ କରିବା ପାଇଁ ନିରନ୍ତର କାର୍ଯ୍ୟ କରୁଛି । ତେଣୁ ଅଧିକ ପାଣ୍ଠିର ଆବଶ୍ୟକ ହେଉଛି । ଏହି ଭଡ଼ା ବୃଦ୍ଧି ଦ୍ୱାରା ସଂଗ୍ରହ ହେଉଥିବା ୬୦୦ କୋଟି ଅତିରିକ୍ତ ରାଜସ୍ୱ ଏହି ଉଦ୍ଦେଶ୍ୟରେ ବିନିଯୋଗ ହେବ । ତେଣୁ ଦର ବୃଦ୍ଧି ଏହାର କାରଣ। ତେବେ ନନ-ଏସି ମେଲ୍/ଏକ୍ସପ୍ରେସ ଟ୍ରେନ ଭଡ଼ା ପ୍ରତି କିଲୋମିଟର ପାଇଁ ୧ ପଇସା । ସେହିଏପରି ଏସି କ୍ଲାସ ଭଡ଼ା ପ୍ରତି କିଲୋମିଟର ପାଇଁ ୨ ପଇସା ବୃଦ୍ଧି କରାଯାଇଥିଲା । ପୂର୍ବରୁ ୨୦୨୦ ମସିହାରେ ଯାତ୍ରୀ ଭଡ଼ା ବୃଦ୍ଧି କରାଯାଇଥିଲା।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score