Explore

Search

May 29, 2026 12:21 am

୨୦୦ କେଜି ଆମ୍ବରସ ଭୋଗ ଖାଇ ଅସୁସ୍ଥ ମହାପ୍ରଭୁ ଜଗନ୍ନାଥ

ଅହମ୍ମଦାବାଦ : ୨୦୦ କେଜି ଆମ୍ବରସ ଭୋଗ ପରେ ‘ଅସୁସ୍ଥ’ ହୁଅନ୍ତି ଭଗବାନ। ଶୁଣିବାକୁ ଅଦ୍ଭୁତ ଲାଗିଥିଲେ ମଧ୍ୟ ରାଜସ୍ଥାନର କୋଟା ସ୍ଥିତ ଐତିହାସିକ ଜଗଦୀଶ ମନ୍ଦିରରେ ଏହି ନିଆରା ପରମ୍ପରା ଶତାବ୍ଦୀଧରି ପାଳନ ହୋଇଆସୁଛି। ପ୍ରତିବର୍ଷ ଜ୍ୟେଷ୍ଠପୂର୍ଣ୍ଣିମା ବା ସ୍ନାନ ପୂର୍ଣ୍ଣିମା ଅବସରରେ ଭଗବାନଙ୍କୁ ୧୦୮ କଳସ ସୁଗନ୍ଧିତ ଜଳରେ ସ୍ନାନ କରାଯାଇଥାଏ । ଏହାପରେ ତାଙ୍କୁ ପ୍ରାୟ ୨୦୦ କେଜି ଆମ୍ବରସ ଓ ଜାମୁକୋଳି ଭୋଗ ଲଗାଯାଏ। ଲୋକବିଶ୍ୱାସ ଅନୁଯାୟୀ, ଅତ୍ୟଧିକ ସ୍ନାନ ଓ ଶୀତଳ ଭୋଗ ସେବନ ପରେ ଭଗବାନଙ୍କୁ ଜ୍ୱର ହୋଇଥାଏ।

ଏହି ପରମ୍ପରା ଜଗନ୍ନାଥ ସଂସ୍କୃତି ସହ ଜଡିତ। ଏଠାରେ ଭଗବାନଙ୍କୁ ସାଧାରଣ ମଣିଷ ଭଳି ସେବା କରାଯାଏ। ମଣିଷଙ୍କ ଭଳି ସେ ଖାଆନ୍ତି, ଶୁଅନ୍ତି ଏବଂ ଅସୁସ୍ଥ ମଧ୍ୟ ହୁଅନ୍ତି। ଭଗବାନଙ୍କ ଏହି ଅସୁସ୍ଥତାକୁ ‘ଅଣସର ଲୀଳା’ ବୋଲି କୁହାଯାଏ।

ଭଗବାନ ଅସୁସ୍ଥ ହେବା ପରେ ତାଙ୍କୁ ‘ଅଣସର ଘର’କୁ ନିଆଯାଏ। ଏହି ସମୟରେ ମନ୍ଦିରର ମୁଖ୍ୟ ଦ୍ୱାର ୧୪ରୁ ୧୫ ଦିନ ପର୍ଯ୍ୟନ୍ତ ଭକ୍ତମାନଙ୍କ ପାଇଁ ବନ୍ଦ ରହେ। ଭଗବାନଙ୍କୁ ସାଧାରଣ ଭୋଗ ବଦଳରେ ଆୟୁର୍ବେଦିକ କାଢ଼ା ଓ ପଥ୍ୟ ପ୍ରଦାନ କରାଯାଏ । ଏହି ସମୟରେ କେବଳ ପୂଜକ ଓ ବୈଦ୍ୟମାନେ ଗର୍ଭଗୃହକୁ ପ୍ରବେଶ କରି ସେବା କରନ୍ତି ।

ଅହମ୍ମଦାବାଦର ପ୍ରସିଦ୍ଧ ଜଗନ୍ନାଥ ମନ୍ଦିରରେ ମଧ୍ୟ ଏହି ପରମ୍ପରା ଦେଖିବାକୁ ମିଳେ। ପୁରୀ ଜଗନ୍ନାଥ ମନ୍ଦିରର ପରମ୍ପରା ଅନୁସାରେ ଏଠାରେ ମଧ୍ୟ ଭଗବାନଙ୍କ ଅଣସର ନୀତି ପାଳନ କରାଯାଏ। ପୁରୀ ପରେ ଏଠାରେ ଦେଶର ଦ୍ୱିତୀୟ ବୃହତ୍ତମ ରଥଯାତ୍ରା ଆୟୋଜିତ ହୁଏ।

ସ୍ଥାନୀୟ ଲୋକକଥା ଅନୁଯାୟୀ, ପ୍ରାୟ ୩୫୦ ବର୍ଷ ପୂର୍ବେ ହାଡୋଟି ଅଞ୍ଚଳର ଭକ୍ତମାନେ ପୁରୀ ଯାଇପାରୁନଥିବାରୁ କୋଟାର ରାମପୁରା ଅଞ୍ଚଳରେ ଏହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଥିଲା । ଏଠାରେ ପ୍ରଭୁ ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କ ମୂର୍ତ୍ତି ବିରାଜମାନ ଅଛନ୍ତି । ଶତାବ୍ଦୀ ପୁରୁଣା ଏହି ଅନନ୍ୟ ପରମ୍ପରା ଆଜିବି ଭକ୍ତମାନଙ୍କ ଆସ୍ଥା ଓ ବିଶ୍ୱାସକୁ ଅତୁଟ ରଖିଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score