Explore

Search

August 29, 2026 11:15 pm

୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ ମେଟାର ନୂଆ ନିୟମ

ମୁମ୍ବାଇ: ସୋସିଆଲ ମିଡିଆରେ ଛୋଟ ପିଲା ଓ କିଶୋରଙ୍କ ସୁରକ୍ଷାକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ବଡ଼ ପଦକ୍ଷେପ ନେଇଛି ମେଟା। ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ୧୮ ବର୍ଷରୁ କମ୍ ବୟସ୍କଙ୍କ ପାଇଁ କମ୍ପାନୀ ନୂଆ କଟକଣା ଆଣିବାକୁ ଯାଉଛି।
ନୂଆ ବ୍ୟବସ୍ଥା ଅନୁସାରେ, ନାବାଳକ ବ୍ୟବହାରକାରୀଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ସମୟ ସୀମିତ କରାଯିବ। ଦିନକୁ ସର୍ବାଧିକ ୨ ଘଣ୍ଟା ପର୍ଯ୍ୟନ୍ତ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରିବାର ବ୍ୟବସ୍ଥା ରହିବ। ଏହା ସହ ରାତି ସମୟରେ ମଧ୍ୟ ଆକାଉଣ୍ଟ ବ୍ୟବହାର ଉପରେ କଟକଣା ଲାଗିବ।
ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାବାଳକମାନେ ଏହି ଦୁଇ ସୋସିଆଲ ମିଡିଆ ପ୍ଲାଟଫର୍ମ ବ୍ୟବହାର କରିପାରିବେ ନାହିଁ। ଏହି ନୂଆ ବ୍ୟବସ୍ଥା ମାଧ୍ୟମରେ ଛୋଟ ପିଲାଙ୍କ ସ୍କ୍ରିନ୍ ଟାଇମ୍ କମାଇବା ସହ ସେମାନଙ୍କ ଅନଲାଇନ୍ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯିବ।

ମେଟା ବିରୋଧରେ ଏକାଧିକ ଅଭିଯୋଗ
ଆମେରିକାର ଅନେକ ରାଜ୍ୟ ମେଟା ବିରୋଧରେ ଆଇନଗତ ପଦକ୍ଷେପ ନେଇଥିଲେ। ମେଟାର ପ୍ଲାଟଫର୍ମ ଛୋଟ ପିଲାଙ୍କୁ ଅଧିକ ସମୟ ସୋସିଆଲ ମିଡିଆରେ ରଖୁଥିବା ସହ ସେମାନଙ୍କ ମାନସିକ ସ୍ଥିତି ଉପରେ ଖରାପ ପ୍ରଭାବ ପକାଉଥିବା ଅଭିଯୋଗ ହୋଇଥିଲା।
ଏହାସହ ପିଲାଙ୍କ ବୟସ ଯାଞ୍ଚ, ଅଭିଭାବକଙ୍କ ନିୟନ୍ତ୍ରଣ ଏବଂ ଅନଲାଇନ୍ ଗୋପନୀୟତାକୁ ନେଇ ମଧ୍ୟ ମେଟା ଉପରେ ପ୍ରଶ୍ନ ଉଠିଥିଲା।
ବିଭିନ୍ନ ମାମଲାରେ କୋର୍ଟର ଶୁଣାଣି ପରେ କମ୍ପାନୀକୁ ବଡ଼ ଅର୍ଥରାଶିର ଜୋରିମାନା ମଧ୍ୟ ଦେବାକୁ ପଡ଼ିଛି । ଏହାପରେ ନାବାଳକ ବ୍ୟବହାରକାରୀଙ୍କ ପାଇଁ ନୂଆ ସୁରକ୍ଷା ବ୍ୟବସ୍ଥା ଆଣିବା ଦିଗରେ ମେଟା ପଦକ୍ଷେପ ନେଇଛି।

ପ୍ରଥମେ କେଉଁଠି ଲାଗୁ ହେବ ନୂଆ ନିୟମ?

ବର୍ତ୍ତମାନ ପାଇଁ ଏହି ପରିବର୍ତ୍ତନ ଆମେରିକାରେ ଫେସବୁକ୍ ଓ ଇନଷ୍ଟାଗ୍ରାମ ବ୍ୟବହାର କରୁଥିବା ନାବାଳକଙ୍କ କ୍ଷେତ୍ରରେ ଲାଗୁ ହେବ।
ନୂଆ ନିୟମ ଲାଗୁ ହେବା ପରେ ୧୮ ବର୍ଷରୁ କମ୍ ବୟସ୍କଙ୍କ ସୋସିଆଲ ମିଡିଆ ବ୍ୟବହାର ଉପରେ ଅଧିକ ନିୟନ୍ତ୍ରଣ ରହିବ। ଏହି ପଦକ୍ଷେପ ଛୋଟ ପିଲାଙ୍କୁ ରାତି ସମୟରେ ସୋସିଆଲ ମିଡିଆରୁ ଦୂରେଇ ରଖିବା ସହ ସୁରକ୍ଷିତ ଅନଲାଇନ୍ ପରିବେଶ ସୃଷ୍ଟି କରିବାରେ ସହାୟକ ହେବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score