Explore

Search

June 14, 2026 7:52 pm

ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ସ୍ମାର୍ଟୱାଚ

ଭୁବନେଶ୍ୱର : ଆଜିକାଲି ସ୍ମାର୍ଟୱାଚ ଓ ଫିଟନେସ ବ୍ୟାଣ୍ଡ ଲୋକମାନଙ୍କ ଦୈନିକ ଜୀବନର ଅଂଶ ହୋଇପଡ଼ିଛି । କେବଳ ସମୟ ଦେଖିବା ପାଇଁ ନୁହେଁ, ହୃଦସ୍ପନ୍ଦନ, ନିଦ୍ରା, ଷ୍ଟେପ୍ ଗଣନା ଓ କ୍ୟାଲୋରି ମନିଟର କରିବା ପାଇଁ ମଧ୍ୟ ଲୋକେ ଏହା ବ୍ୟବହାର କରୁଛନ୍ତି । କିନ୍ତୁ ଏହା ସହ ଏକ ପ୍ରଶ୍ନ ଉଠୁଛି ସ୍ମାର୍ଟୱାଚ ପିନ୍ଧିଲେ କ୍ୟାନ୍ସର ହୋଇପାରେ କି?

ବିଶେଷଜ୍ଞଙ୍କ କହିବା ଅନୁସାରେ, ସ୍ମାର୍ଟୱାଚ୍‌ରେ ବ୍ଲୁଟୁଥ୍ ଭଳି ଲୋ-ପାୱର ୱାୟରଲେସ୍ ସିଗନାଲ୍ ବ୍ୟବହାର ହୁଏ । ଏହାରୁ ବାହାରୁଥିବା ରେଡିଏସନ୍ ‘ନନ୍-ଆଇଓନାଇଜିଂ ରେଡିଏସନ୍’ ଭିତରେ ପଡ଼େ । ଗବେଷଣା ଅନୁଯାୟୀ, ସ୍ମାର୍ଟୱାଚର ସିଗନାଲ୍ ମୋବାଇଲ୍ ଫୋନଠାରୁ ମଧ୍ୟ କମ୍ ଶକ୍ତିଶାଳୀ। ଏପର୍ଯ୍ୟନ୍ତ ସ୍ମାର୍ଟୱାଚ ଦ୍ୱାରା କ୍ୟାନ୍ସର ହେବାର କୌଣସି ପ୍ରମାଣ ମିଳିନାହିଁ।

ତେବେ କିଛି ଅଧ୍ୟୟନରେ ସ୍ମାର୍ଟୱାଚର ଷ୍ଟ୍ରାପକୁ ନେଇ ଚିନ୍ତା ପ୍ରକାଶ ପାଇଛି। କେତେକ ଷ୍ଟ୍ରାପରେ PFAS ନାମକ କେମିକାଲ୍ ଥାଇପାରେ, ଯାହାକୁ “ଫରେଭର କେମିକାଲ୍” ବୋଲି କୁହାଯାଏ। ଦୀର୍ଘ ସମୟ ଧରି ଏହା ସଂସ୍ପର୍ଶରେ ରହିଲେ କିଛି ସ୍ୱାସ୍ଥ୍ୟ ସମସ୍ୟା ହୋଇପାରେ, କିନ୍ତୁ ଏହା ସିଧାସଳଖ କ୍ୟାନ୍ସର ସୃଷ୍ଟି କରେ ବୋଲି ପ୍ରମାଣ ନାହିଁ।
ଡାକ୍ତରମାନଙ୍କ କହିବା ଅନୁଯାୟୀ, ସ୍ମାର୍ଟୱାଚ୍ ପିନ୍ଧିଲେ ସାଧାରଣତଃ ଚର୍ମରେ ଆଲର୍ଜି, କୁଣ୍ଡେଇ କିମ୍ବା ଦାଗ ଭଳି ସମସ୍ୟା ହୋଇପାରେ। ତେଣୁ ଘଡ଼ିକୁ ବହୁତ ଟାଇଟ୍ କରି ପିନ୍ଧିବା ଉଚିତ୍ ନୁହେଁ ଏବଂ ଷ୍ଟ୍ରାପ୍‌କୁ ସଫା ରଖିବା ଦରକାର।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score