Explore

Search

September 3, 2026 10:06 pm

ସମୁଦ୍ର ବେଳାଭୂମିରେ ରହସ୍ୟମୟ ମନ୍ଦିରର ଦଧିନଉତି : ଜମୁଛି ଲୋକଙ୍କ ଭିଡ

ଗଞ୍ଜାମ : ସମୁଦ୍ର ବେଳାଭୂମିରେ ହଠାତ୍ ଦୃଶ୍ୟମାନ ହୋଇଛି ଏକ ରହସ୍ୟମୟ ମନ୍ଦିରର ଦଧିନଉତି। ଗଞ୍ଜାମ ଜିଲ୍ଲା ସ୍ଥିତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ଏହି ପୁରାତନ ନିର୍ମାଣର କିଛି ଅଂଶ ଦେଖାଯିବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସ୍ଥାନୀୟ ଲୋକଙ୍କ ଅନୁମାନ ଅନୁସାରେ, ଏହା ଗଙ୍ଗାଦେବୀଙ୍କ ମନ୍ଦିର ହୋଇଥାଇପାରେ।
ଗ୍ରାମବାସୀଙ୍କ କହିବା ଅନୁସାରେ, ପ୍ରାୟ ୨୦ରୁ ୨୫ ବର୍ଷ ପୂର୍ବେ ଏହି ଅଞ୍ଚଳରେ ଜନବସତି ରହିଥିଲା। କିନ୍ତୁ ସମୁଦ୍ରର କୂଳ ଲଙ୍ଘନ ଓ ଭୟଙ୍କର କ୍ଷୟ ଯୋଗୁଁ ଧୀରେଧୀରେ ଅନେକ ଘର ଏବଂ ସ୍ଥାନ ସମୁଦ୍ର ଗର୍ଭରେ ଲୀନ ହୋଇଯାଇଥିଲା। ସେହି ସମୟରେ ମନ୍ଦିରଟି ମଧ୍ୟ ସମୁଦ୍ରରେ ଲୀନ ହୋଇଥିବା ଅନୁମାନ କରାଯାଉଛି।
ବର୍ତ୍ତମାନ ସମୁଦ୍ରର ପାଣି କମିବା ପରେ ମନ୍ଦିରର ଦଧିନଉତିର କିଛି ଅଂଶ ପୁଣି ଦୃଶ୍ୟମାନ ହୋଇଛି । ଏହାକୁ ଦେଖିବା ପାଇଁ ଦୂରଦୂରାନ୍ତରୁ ଲୋକଙ୍କ ଭିଡ଼ ଜମୁଛି। କିଛି ଲୋକ ଏହାର ଆସପାସ ଖୋଳି ଅଧିକ ତଥ୍ୟ ଖୋଜିବାକୁ ଚେଷ୍ଟା କରୁଥିବା ମଧ୍ୟ ଦେଖାଯାଇଛି। ତେବେ ସମୁଦ୍ର ପାଣି ପୁଣି ବଢ଼ି ଆସୁଥିବାରୁ ଏହି ରହସ୍ୟମୟ ମନ୍ଦିରକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score