Explore

Search

August 15, 2026 3:30 pm

ରେଳ ଯାତ୍ରୀଙ୍କ ପାଇଁ ନୂଆ ନିୟମ : ଟିକେଟ ବାତିଲରେ ରିଫଣ୍ଡ ଉପରେ କଡା ପଦକ୍ଷେପ

ରେଳ ଯାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର । କେନ୍ଦ୍ର ରେଳମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଟିକେଟ ବାତିଲ ଓ ରିଫଣ୍ଡ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଘୋଷଣା କରିଛନ୍ତି। ନୂଆ ନିୟମ ଅନୁଯାୟୀ, ଟ୍ରେନ ଚାଲିବାର ୮ ଘଣ୍ଟା ମଧ୍ୟରେ ଯଦି ଯାତ୍ରୀ ଟିକେଟ ବାତିଲ କରନ୍ତି, ତେବେ ସେମାନେ କୌଣସି ଟଙ୍କା ଫେରସ୍ତ ପାଇବେ ନାହିଁ । ଏହି ପଦକ୍ଷେପ ଯାତ୍ରୀମାନଙ୍କୁ ଆଗୁଆ ଯୋଜନା କରିବାକୁ ପ୍ରୋତ୍ସାହିତ କରିବା ସହ ଅନାବଶ୍ୟକ ବାତିଲ କମାଇବାକୁ ଉଦ୍ଦେଶ୍ୟ ରହିଛି । ରେଳ ବିଭାଗର ଏହି ନିଷ୍ପତ୍ତି ଯାତ୍ରା ବ୍ୟବସ୍ଥାକୁ ଆହୁରି ସୁଚାରୁ କରିବାରେ ସହାୟକ ହେବ ବୋଲି କୁହାଯାଉଛି ।

ରେଳମନ୍ତ୍ରୀ ଜଣାଇଛନ୍ତି ଯେ, ଯାତ୍ରୀମାନଙ୍କ ସୁବିଧାକୁ ଧ୍ୟାନରେ ରଖି ଏବେ ଟ୍ରେନ ଚାଲିବାର କେବଳ ୩୦ ମିନିଟ ପୂର୍ବରୁ ମଧ୍ୟ ବୋର୍ଡିଂ ଷ୍ଟେସନ ପରିବର୍ତ୍ତନ କରିପାରିବେ । ପୂର୍ବରୁ ଏହି ସୁବିଧା ଚାର୍ଟ ପ୍ରସ୍ତୁତି ପୂର୍ବରୁ ସୀମିତ ଥିଲା। ଏହାସହିତ, କାଉଣ୍ଟରରୁ କିଣା ଟିକେଟକୁ ଏବେ ଯାତ୍ରୀମାନେ ଦେଶର ଯେକୌଣସି ଷ୍ଟେସନରେ ସହଜରେ ବାତିଲ କରିପାରିବେ ।

ଅନ୍ୟପଟେ, ଟିକେଟ କଳାବଜାରୀକୁ ରୋକିବା ପାଇଁ ତତ୍କାଳ ବୁକିଂ ପ୍ରଣାଳୀକୁ ଆହୁରି ଶକ୍ତ କରାଯାଇଛି। ଏବେ ତତ୍କାଳ ଟିକେଟ ବୁକିଂ ସମୟରେ ଆଧାର OTP ବ୍ୟବସ୍ଥା କରାଯାଇଛି। ଏଥିସହ, ବୁକିଂ ଆରମ୍ଭ ହେବାପରେ ପ୍ରଥମ ୩୦ ମିନିଟ ମଧ୍ୟରେ ଏଜେଣ୍ଟମାନେ ଟିକେଟ ବୁକ କରିପାରିବେ ନାହିଁ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score