Explore

Search

April 16, 2026 11:39 pm

ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଶାନ୍ତି ଆବଶ୍ୟକ- ଟ୍ରମ୍ପ୍

russia ukraine war

ଆମେରିକା: ନିକଟରେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଶେଷ ହୋଇଥିବା ବେଳେ ନବନିଯୁକ୍ତ ରାଷ୍ଟ୍ରପତି ଡୋନାଲ୍ଡ ରୁଷିଆ–ୟୁକ୍ରେନ୍ ଯୁଦ୍ଧରେ ଲୋକମାନଙ୍କ ମୃତ୍ୟୁକୁ ନେଇ ଦୁଃଖପ୍ରକାଶ କରିଛନ୍ତି I ଏହି ଯୁଦ୍ଧ ବନ୍ଦ କରିବା ଦିଗରେ ତାଙ୍କ ପ୍ରଶାସନ ସର୍ବାଧ‌ିକ ଗୁରୁତ୍ଵ ଦେବ ବୋଲି ଟ୍ରମ୍ପ୍ ପ୍ରତିଶ୍ରୁତି ଦେଇଛନ୍ତି । ଏଥିସହ ପଶ୍ଚିମ ଏସିଆରେ ଶାନ୍ତି ଫେରାଇଆଣିବା ଲାଗି ତାଙ୍କ ପ୍ରଶାସନ କାର୍ଯ୍ୟ କରିବ। ଏଥିପାଇଁ ରୁଷିଆ, ୟୁକ୍ରେନ୍ ଏବଂ ମଧ୍ୟପ୍ରାଚ୍ୟରେ ଆମେ କାର୍ଯ୍ୟ କରିବାକୁ ଯାଉଛୁ ବୋଲି ଗୁରୁବାର ମାର୍—ଏ–ଲାଗୋ ଇଷ୍ଟେଟ୍‌ରେ ଅନୁଷ୍ଠିତ ଆମେରିକା ଫାଷ୍ଟ ପଲିସି ଇନ୍‌ଷ୍ଟିଟ୍ୟୁଟ୍ ଉତ୍ସବରେ ଟ୍ରମ୍ପ୍ କହିଛନ୍ତି।

ଟ୍ରମ୍ପଙ୍କ ପୂର୍ବ ପାଳି ସରକାରରେ ଡେପୁଟି ଆସିଷ୍ଟାଣ୍ଟ ଭାବେ କାର୍ଯ୍ୟ କରିଥିବା ଲିସା କୁର୍ଟିସ୍ କହିଛନ୍ତି ଯେ “ୟୁକ୍ରେନ୍ ଯୁଦ୍ଧ ଏଭଳି ଭାବେ ବନ୍ଦ ହେବା ଆବଶ୍ୟକ, ଯେପରି ଅନ୍ୟ କୌଣସି ଦେଶ ବେଆଇନ ଭାବେ ପଡୋଶୀ ରାଷ୍ଟ୍ର ଉପରେ ଆକ୍ରମଣ କରିବାକୁ ପ୍ରୋତ୍ସାହିତ ହେବେ ନାହିଁ l ” ଯହିଁରୁ ଏହା ସ୍ପଷ୍ଟ ଭାବେ ଜଣାପଡୁଛି ଯେ ଆମେରିକା ରାଷ୍ଟ୍ରପତି ବିଶ୍ଵର ଶାନ୍ତି ଆଣିବା ଦିଗରେ ଏହି ଦ୍ବିପାକ୍ଷିକ ଯୁଦ୍ଧକୁ ବନ୍ଦ କରିବା ପାଇଁ ଅଧିକ ଗୁରୁତ୍ୱ ଦେବେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score