Explore

Search

January 13, 2026 7:31 am

ଯୋଗେଶ ବାହାଦୁର ଖୁରାନିଆ ହେଲେ ଓଡିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ

YB Khurania

ଓଡ଼ିଶାର ନୂଆ ପୋଲିସ ମହାନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଛନ୍ତି ବରିଷ୍ଠ ଆଇପିଏସ୍ ଅଧିକାରୀ ଯୋଗେଶ ବାହାଦୁର ଖୁରାନିଆ୧୯୯୦ ବ୍ୟାଚର ଆଇପିଏସ୍ ହେଉଛନ୍ତି ଖୁରାନିଆ ତେବେ ସୂଚନା ଥାଉ କି ସେ ଏହି ଦାଇତ୍ୱ ଭାର ପୂର୍ବତନ ଡିଜି ଅରୁଣ କୁମାର ଷଡ଼ଙ୍ଗୀଙ୍କଠାରୁ ଗ୍ରହଣ କରିବେ। ଓଡ଼ିଶାରେ କାର୍ଯ୍ୟ କରିବା କ୍ଷେତ୍ରରେ ଯୋଗେଶ ବାହାଦୁର ଖୁରାନିଆଙ୍କ ବହୁ ଅଭିଜ୍ଞତା ରହିଛି। ସେ ଭୁବନେଶ୍ୱର କଟକ କମିସନରେଟ ପୁଲିସର କମିସନର ଓ ନୟାଗଡ଼, ରାଉରକେଲା, ଯାଜପୁର, ମୟୂରଭଞ୍ଜ ଓ ଗଞ୍ଜାମ ଜିଲ୍ଲାରେ ଏସପି ଭାବେ କାର୍ଯ୍ୟ କରିଛନ୍ତି। ଏଥି ସହିତ ଉତ୍ତରାଞ୍ଚଳ ଓ ଦକ୍ଷିଣାଞ୍ଚଳ ଡିଆଇଜି ଏବଂ ବିଜୁ ପଟ୍ଟନାୟକ ପୁଲିସ ପ୍ରଶିକ୍ଷଣ ଏକାଡେମୀର ମଧ୍ୟ ନିର୍ଦ୍ଦେଶକ ଦାୟିତ୍ୱ ତୁଲାଇଛନ୍ତି।

ପୂର୍ବତନ ଡିଜି ସୁନୀଲ ବଂଶଲଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ତାଙ୍କ ସ୍ଥାନରେ ଇନଚାର୍ଜ ପୋଲିସ ଡିଜି ଭାବେ ଅରୁଣ କୁମାର ଷଡ଼ଙ୍ଗୀ ଦାଇତ୍ୱ ସମ୍ଭଳି ଆସୁଥିଲେ ମାତ୍ର ଏବେ ସେହିସ୍ଥାନରେ ଯୋଗେଶ ବାହାଦୁର ଖୁରାନିଆଙ୍କୁ ଡିଜି ଭାବେ ସ୍ଥାୟୀ ନିଯୁକ୍ତ ପ୍ରଦାନ କରାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score