Explore

Search

February 9, 2026 11:09 pm

ମାଲ୍ୟବନ୍ତ ମହୋତ୍ସବ : କଣ୍ଠଶିଳ୍ପୀ ଦୀପ୍ତିରେଖା ଓ ଶୈଳେନ୍ଦ୍ରଙ୍କ ନାଚରେ ଝୁମିଲା ୨ୟ ସନ୍ଧ୍ୟା

ମାଲକାନଗିରି : ଧୁମଧାମରେ କମ୍ପୁଛି ମାଲକାନଗିରି ମାଲ୍ୟବନ୍ତ ମହୋତ୍ସବ । ଜିଲ୍ଲା ସଂସ୍କୃତି ପରିଷଦ ସଭାପତି ତଥା ଜିଲ୍ଲାପାଳ ଶ୍ରୀଯୁକ୍ତ ସୋମେଶ କୁମାର ଉପାଧ୍ୟାୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ମହୋତ୍ସବ ବେଶ ଶାନ୍ତି ଶୃଙ୍ଖଳା ସହ ଚାଲିଛି । ଗତକାଲି ଏହାର ଉଦଘାଟନୀ ଉତ୍ସବ ଥିବା ବେଳେ ଆଜି ଏହି ମହୋତ୍ସବର ୨ୟ ସନ୍ଧ୍ୟାରେ ଦୁଲକୁଛି ମଞ୍ଚ । ଆଉ ଏହି ୨ୟ ସନ୍ଧ୍ୟାରେ କଣ୍ଠଶିଳ୍ପୀ ଦୀପ୍ତି ରେଖାଙ୍କ ଗୀତରେ ଓ ଆୟୋଜିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଲୋକ କଳା ଓ ଲୋକ ନୃତ୍ୟରେ ଝୁମିଥିଲେ ଦର୍ଶକ । ଯେତେବେଳେ ମଞ୍ଚ ଉପରେ ଗୀତ ଗାଇବା ଆରମ୍ଭ କରିଥିଲେ କଣ୍ଠଶିଳ୍ପୀ ଦୀପ୍ତି ସେତେବେଳେ ଲୋକାରଣ୍ୟ ହୋଇଥଲା ପରିବେଶ । ଆଉ ତାଙ୍କରି ଗୀତର ତାଳେ ତାଳେ ନାଚି ଉଠିଥିଲା ସଭିଙ୍କ ମନ ।

ସେହିପରି ମହୋତ୍ସବକୁ ଆହୁରି ରଙ୍ଗୀନ କରିଥିଲେ ୟଙ୍ଗ ଡ୍ୟାନ୍ସର ଶୈଳେନ୍ଦ୍ର ସାମନ୍ତରାୟ। ଯେତେବେଳେ ମଞ୍ଚ ଉପରେ ଶୈଳେନ୍ଦ୍ର ପାଦ ପକେଇଲେ ସେତେବେଳେ ପୁରା ମାଲ୍ୟବନ୍ତ ଦୁଲକି ଉଠିଥିଲା ।

ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲା କୌଣସି ଦିଗରେ କମ ନୁହେଁ । ଏଠିକାର ଐତିହ୍ୟ, ପରମ୍ପରା, କଳା ଓ ସଂସ୍କୃତି ସହିତ ଆଦିବାସୀମାନଙ୍କ ସରଳ ଜୀବନଧାରାର ସ୍ପଷ୍ଟ ପ୍ରତିଛବି ହେଉଛି ‘ମାଲ୍ୟବନ୍ତ ମହୋତ୍ସବ’ । ଏହି ମହୋତ୍ସବ ମାଧ୍ୟମରେ ଜିଲ୍ଲାର ସମୃଦ୍ଧ ଲୋକସଂସ୍କୃତି, ପାରମ୍ପରିକ ନୃତ୍ୟ–ସଙ୍ଗୀତ ଓ ଆଦିବାସୀ ଜୀବନର ରଙ୍ଗବେରଙ୍ଗ ଦିଗ ଜନସାଧାରଣଙ୍କ ସମ୍ମୁଖରେ ପ୍ରକାଶ ପାଉଛି । ଯାହା ସମସ୍ତଙ୍କୁ ଏକାଠି କରି ରଖିଛି । ତେବେ ମହୋତ୍ସବ ସମୟରେ ସୁରକ୍ଷା ବ୍ୟବସ୍ଥାକୁ ମଜବୁତ କରିବାକୁ ଅଧିକ ସିସିଟିଭି କ୍ୟାମେରା ଖଞ୍ଜା ଯାଇଛି । ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଉପୁଜେ ସେଥିପାଇଁ ସମସ୍ତ କାର୍ଯ୍ୟକଳାପ ଉପରେ କଡ଼ା ନଜର ରଖାଯାଇଛି ।

ଅନ୍ୟପକ୍ଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଖରେ ଯେମିତି ଭିଡ ଜମିଛି ପଲ୍ଲୀଶ୍ରୀ ମେଳା ପାଖରେ ସେମିତି ଭିଡ ଜମିଛି । ପଲ୍ଲୀଶ୍ରୀ ମେଳାରେ ମୋଟ ୧୨୦ଟି ଷ୍ଟଲ ଖୋଲାଯାଇଛି । ଏଥିରେ ୩୦ଟି ସୁଆଦିଆ ଖାଦ୍ୟ ଷ୍ଟଲ ଖୋଲା ଯାଇଛି । ଆଉ ଯାହା ପାଇଁ ଜମିଛି ଲୋକଙ୍କ ଖଚାଖଚ ଭିଡ । ସେହିପରି ୫୫ ବାଣିଜ୍ୟ, ୫ଟି କୃଷିବିଭାଗ, ୨ଟି ଶିଳ୍ପ ବିଭାଗ ସହିତ ୨୨ଟି ଏସଏଚଜି ସଂସ୍ଥାର ଷ୍ଟଲ ଖୋଲାଯାଇଛି । ଏଠାରେ ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି ହେଉଛି । ସେହିପରି ଓରମାସ ପକ୍ଷରୁ ଏସଏଚଜି ଗ୍ରୁପ ସହିତ ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଷ୍ଟଲ ଖୋଲା ଯାଇଛି।

ବିଭିନ୍ନ ବିଭାଗର ଉନ୍ନୟନମୂଳକ ଷ୍ଟଲ ସହିତ ଦୋକାନ ବଜାର, ଛୋଟ ପିଲାଙ୍କ ପାଇଁ ମୀନାବଜାର ସାଙ୍ଗକୁ ରଙ୍ଗବେରଙ୍ଗର ତୋରଣ ବେଶ ଚିତା କର୍ଷକ କରୁଛି ମହୋତ୍ସବକୁ । ଏହି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ପଲ୍ଲୀଶ୍ରୀମେଳା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଚାଲିବ । ମହୋତ୍ସବର ପ୍ରଥମ ଦିନରେ ହଜାର ହଜାର ସଂଖ୍ୟାରେ ଦର୍ଶକଙ୍କ ଭିଡ ଜମିଥିବା ବେଳେ ଆଜି ଆହୁରି ଲୋକଙ୍କ ଭିଡ ଜମିଛି । ଆଉ ଅଧିକ ଭିଡ ଜମିଛି ପଲ୍ଲୀଶ୍ରୀ ମେଳା ଓ ସୁଆଦିଆ ଖାଦ୍ୟ ଷ୍ଟଲ ନିକଟରେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score