Explore

Search

April 23, 2026 12:42 am

ମାନସିକ ରୋଗୀଙ୍କ ପାଇଁ ନୂଆ ଆଶା : ଏମକେସିଜିରେ ଗଢ଼ି ଉଠିଲା ସୁନ୍ଦର ପାର୍କ

ବ୍ରହ୍ମପୁର : ବ୍ରହ୍ମପୁର ଏମକେସିଜି ମେଡିକାଲ ପରିସରରେ ମାନସିକ ରୋଗୀମାନଙ୍କ ସ୍ୱାସ୍ଥ୍ୟ ଓ ମନୋବଳକୁ ସୁଧାରିବା ଲକ୍ଷ୍ୟରେ ଏକ ସୁନ୍ଦର ପାର୍କ ତିଆରି କରାଯାଇଛି। ଏହି ପାର୍କଟି ରୋଗୀମାନଙ୍କ ମନକୁ ସତେଜ କରିବା ସହ ତାଙ୍କ ଚିକିତ୍ସା ପ୍ରକ୍ରିୟାକୁ ଆହୁରି ସକାରାତ୍ମକ କରିବ ବୋଲି ଆଶା କରାଯାଉଛି।

ଏହି ଉଦ୍ୟମଟି ମେଡିକାଲର ମାନସିକ ବିଭାଗର ଆସୋସିଏଟ୍ ପ୍ରଫେସର ଡାକ୍ତର ବିଭୁପ୍ରସାଦ ସାହୁଙ୍କ । ତାଙ୍କ ସହ କାର୍ଯ୍ୟରତ ଅନ୍ୟ କର୍ମଚାରୀଙ୍କ ସହଯୋଗରେ ପୂର୍ବରୁ ଅବହେଳିତ ଓ ଆବର୍ଜନାରେ ଭରିଥିବା ଏକ ସ୍ଥାନକୁ ସୁନ୍ଦର ପରିବେଶରେ ପରିଣତ କରାଯାଇଛି।

ପାର୍କରେ ବିଭିନ୍ନ ପ୍ରକାରର ଫୁଲ ଗଛ ଓ ଔଷଧୀୟ ଗଛ ଲଗାଯାଇଛି, ଯାହା ପରିବେଶକୁ ଶୀତଳ ଓ ସୁଗନ୍ଧିତ କରୁଛି। ଏଥିସହିତ ରୋଗୀମାନଙ୍କ ମନୋରଞ୍ଜନ ଓ ଆରାମ ପାଇଁ ୱାଟର ଫାଉଣ୍ଟେନ ଓ ଦୋଳିର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ସୁବିଧା ଗୁଡ଼ିକ ରୋଗୀମାନଙ୍କୁ ଚାପମୁକ୍ତ ରଖିବାରେ ଓ ତାଙ୍କ ମନୋସ୍ଥିତିକୁ ସୁଧାରିବାରେ ଉପକୃତ ହେଉଛି ।

ଏବେ ରୋଗୀମାନେ ଏହି ପାର୍କରେ ନିୟମିତ ଭାବେ ବୁଲିବା ସହ ସୁସ୍ଥ ପରିବେଶର ଆନନ୍ଦ ଉଠାଉଛନ୍ତି । ଏହିପରି ପରିବେଶ ରୋଗୀମାନଙ୍କ ମନକୁ ଶାନ୍ତ କରିବା ସହ ତାଙ୍କୁ ଶୀଘ୍ର ସୁସ୍ଥ ହେବାରେ ସହାୟତା କରୁଛି। ଏହି ପାର୍କ କେବଳ ଏକ ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ ନୁହେଁ, ବରଂ ମାନସିକ ଚିକିତ୍ସାରେ ଏକ ନୂତନ ପଦକ୍ଷେପ, ଯାହା ରୋଗୀମାନଙ୍କୁ ସୁସ୍ଥ ଓ ସୁଖୀ ଜୀବନ ପାଇଁ ପ୍ରେରଣା ଦେଉଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score