Explore

Search

February 13, 2026 6:48 am

ମହାକାଶ ଅନୁଭୂତିକୁ ନେଇ ମୋଦିଙ୍କ ସହ ବାର୍ତ୍ତାଳାପ କଲେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା

ମହାକାଶରେ ଭାରତର ପ୍ରତିନିଧିତ୍ବ କରୁଥିବା ମହାକାଶଚାରୀ ଶୁଭାଂଶୁ ଶୁକ୍ଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆଲୋଚନା କରିଛନ୍ତି ଯେଉଁ ବାର୍ତ୍ତାଳାପରେ ଭାରତକୁ ନେଇ ଗର୍ବିତ ଅନୁଭବ କରୁଛନ୍ତି ଶୁଭାଂଶୁ l ଏଥିସହ “ପୃଥିବୀ ବାହାରେ ଥାଇ ପୃଥିବୀକୁ ଦେଖୁଛି, ନୂଆ ଲାଗୁଛି ଯାହାକି ମାନଚିତ୍ର ତୁଳନାରେ ଭାରତ ବେଶ୍‌ ବଡ଼ ଦେଖାଯାଉଛି l ୨୪ ଘଣ୍ଟାରେ ପୃଥିବୀର ୧୬ଥର ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତ ଦେଖୁଛି l ମହାକାଶରୁ ପୃଥିବୀର କୌଣସି ସୀମା ଦେଖାଯାଉ ନାହିଁ l ଭାରତର ଲମ୍ବାଦୌଡ଼ରେ ଏହା ଏକ ଛୋଟ ପଦକ୍ଷେପ l” ବୋଲି ବଖାଣିବା ସହିତ ଅନ୍ୟ ସାଥୀ ମାନଙ୍କୁ ଆମ ଦେଶର ଗାଜର ହାଲୱା ଖାଇବାକୁ ଦେଇଛି l ସେହିପରି ଷ୍ଟେମ୍‌ ସେଲ୍‌ ଉପରେ ପରୀକ୍ଷଣ ପାଇଁ ଉଦ୍ୟମ କରୁଛି ଏବଂ ମାଂସପେଶୀ କମିଲେ କେମିତି ଚିକିତ୍ସା ହେବ ପରୀକ୍ଷା ଚାଲିଛି l ଆଇଏସ଼୍ଏସ଼୍ର ଦ୍ରୁତ ପରିବର୍ତ୍ତନ ହେଉଛି, ପରୀକ୍ଷଣରେ ସହାୟକ ହେଉଛି l ଭାରତ ପାଇଁ ମୁଁ ୭ଟି ପରୀକ୍ଷଣ କରୁଛି ବୋଲି ଶୁଭାଂଶୁ ଶୁକ୍ଳା ମୋଦିଙ୍କୁ ଜଣାଇଥିଲେ l ଅନ୍ୟପଟେ ଶୁଭାଂଶୁଙ୍କୁ ଆଉ ଏକ କାମ ଦେଲେ ପ୍ରଧାନମନ୍ତ୍ରୀ l ଭାରତକୁ ଗଗନଯାନ ମିଶନକୁ ଆଗକୁ ବଢିବା ସହିତ ଚନ୍ଦ୍ରପୃଷ୍ଠରେ ଭାରତୀୟଙ୍କୁ ପହଞ୍ଚାଇବାର ଦାୟିତ୍ଵ ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score