Explore

Search

April 17, 2026 12:32 am

ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ‘ଦାଦା ସାହେବ ଫାଲକେ’ରେ ସମ୍ମାନିତ ହେବେ ଭେଟେରାନ ଅଭିନେତା ମିଥୁନ ଚକ୍ରବର୍ତ୍ତୀ

mithun chakraborty

ଭାରତୀୟ ସିନେମାର ସର୍ବୋଚ୍ଚ ସମ୍ମାନ ଭାବେ ଜଣା ଯାଉଥିବା ଦାଦାସାହେବ ଫାଲକେ ଆୱାର୍ଡ ରେ ସମ୍ମାନୀତ ହେବାକୁ ଯାଉଛନ୍ତି କାଳଜୟୀ ଅଭିନେତା ମିଥୁନ ଚକ୍ରବର୍ତ୍ତୀ। ଭାରତୀୟ ସିନେମାରେ ତାଙ୍କର ଅଭୂତପୂର୍ବ ଅବଦାନ ପାଇଁ ତାକୁ ମିଳିବ ଏହି ସମ୍ମାନ। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ। ଆସନ୍ତା ମାସ (ଅକ୍ଟୋବର) 8 ତାରିଖରେ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଦ୍ବାରା ଆୟୋଜିତ ହେବାକୁ ଯାଉଥିବା ‘ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ ମିଥୁନ ଏହି ସମ୍ମାନ ଗ୍ରହଣ କରିବେ। ତେବେ ସୂଚନା ଥାଉ କି ଏଜାବତ ମିଥୁନ ଚକ୍ରବର୍ତ୍ତୀ ହିନ୍ଦୀ ସମେତ ବଙ୍ଗଳା, ଓଡ଼ିଆ, ଭୋଜପୁରୀ ସହ ଦକ୍ଷିଣ ଭାରତୀୟ ଫିଲ୍ମରେ ଅଭିନୟ କରିଛନ୍ତି ବର୍ତ୍ତମାନ ସୁଦ୍ଧା ସେ ପ୍ରାୟ 350 ରୁ ଅଧିକ ଫିଲ୍ମରେ ଅଭିନୟ କରିସାରିଛନ୍ତି।

ଆସନ୍ତା ମାସ ଅକ୍ଟୋବର 8 ତାରିଖରେ 70ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଉତ୍ସବରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏଥି ସହ ଚଳଚିତ୍ର ଜଗତ ପ୍ରତି ତାଙ୍କର ଏହି ଅବଦାନ ଆଗାମୀ ଦିନରେ ଭବିଷ୍ୟତ ପିଢିଙ୍କୁ ପ୍ରେରଣା ଯୋଗାଇବ ବୋଲି ଟ୍ବିଟ ରେ ଉଲ୍ଲେଖ କରିଛନ୍ତି ଅଶ୍ବିନୀ ବୈଷ୍ଣବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score