Explore

Search

May 29, 2026 12:00 am

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ : ଲଜ୍ଜା ନୁହେଁ, ସ୍ବଚ୍ଛତା ଜରୁରୀ

ଭୁବନେଶ୍ୱର : ଋତୁସ୍ରାବ ଏକ ସ୍ୱାଭାବିକ ଜୈବିକ ପ୍ରକ୍ରିୟା, ଯାହା ନାରୀ ଜୀବନର ଅବିଭାଜ୍ୟ ଅଂଶ। ଏହା ନାରୀଙ୍କ ପ୍ରଜନନ ସ୍ୱାସ୍ଥ୍ୟ ସହ ସମ୍ପୃକ୍ତ ଏକ ସାଧାରଣ ଶାରୀରିକ ପ୍ରକ୍ରିୟା ଅଟେ। ଆଜିର ସମୟରେ ଋତୁସ୍ରାବ ବିଷୟରେ ସଚେତନତା ବୃଦ୍ଧି ପାଇଛି, କିନ୍ତୁ ତଥାପି ସମାଜର କିଛି ଅଂଶରେ ଏହାକୁ ନେଇ ଅନେକ ଅନ୍ଧବିଶ୍ୱାସ ଓ ଭ୍ରାନ୍ତ ଧାରଣା ରହିଛି।

ମେ ୨୮ ତାରିଖକୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ଭାବେ ପାଳନ କରାଯାଏ। ଏହି ଦିବସର ମୂଳ ଉଦ୍ଦେଶ୍ୟ ହେଉଛି ଋତୁସ୍ରାବ ସମ୍ବନ୍ଧୀୟ ଅନ୍ଧବିଶ୍ୱାସକୁ ଦୂର କରି ସଠିକ୍ ସଚେତନତା ସୃଷ୍ଟି କରିବା । ଏଥିସହିତ ମହିଳାମାନଙ୍କୁ ସୁଚିତ୍ର ଓ ସ୍ୱାସ୍ଥ୍ୟକର ଋତୁସ୍ରାବ ପରିଚାଳନା ପାଇଁ ପ୍ରେରିତ କରାଯାଏ।

ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସର ଇତିହାସ :

ଏହି ଦିବସଟି ପ୍ରଥମେ ୨୦୧୪ ମସିହାରେ ଜର୍ମାନୀର NGO ‘ୱାସ୍ ଇଉନାଇଟେଡ୍ (Wash United)’ ଦ୍ୱାରା ଆରମ୍ଭ କରାଯାଇଥିଲା। ମାସିକ ଋତୁସ୍ରାବ ସାଧାରଣତଃ ପ୍ରାୟ ୨୮ ଦିନର ଚକ୍ରରେ ହେଉଥିବାରୁ ୨୮ ତାରିଖକୁ ଏହି ଦିବସ ପାଳନ ପାଇଁ ବଛାଯାଇଥିଲା। ମହିଳାମାନଙ୍କ ମଧ୍ୟରେ ସ୍ୱଚ୍ଛତା, ସଚେତନତା ଓ ସୁସ୍ଥ ଅଭ୍ୟାସକୁ ପ୍ରୋତ୍ସାହନ ଦେବା ଏହାର ପ୍ରମୁଖ ଲକ୍ଷ୍ୟ।

ମାସିକ ଋତୁସ୍ରାବ ଦିବସ କାହିଁକି ପାଳନ କରାଯାଏ ?

ବିଶ୍ୱର ଅନେକ ଅଞ୍ଚଳରେ ଆଜି ମଧ୍ୟ ଋତୁସ୍ରାବକୁ ନେଇ ସଠିକ୍ ଜ୍ଞାନ ଓ ଖୋଲା ଆଲୋଚନାର ଅଭାବ ରହିଛି। ଏହାର ପରିଣାମରେ ମହିଳାମାନେ ଅନେକ ସମୟରେ ସଂକୋଚ ଓ ଅସୁବିଧା ଅନୁଭବ କରନ୍ତି । ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସମାଜର ମାନସିକତାରେ ପରିବର୍ତ୍ତନ ଆଣିବା ଏବଂ ସଚେତନତା ବୃଦ୍ଧି କରିବା।

ଅସୁଚିତ୍ର ପରିଚର୍ଯ୍ୟା ଓ ସଚେତନତାର ଅଭାବ କାରଣରୁ ମହିଳାମାନଙ୍କ ମଧ୍ୟରେ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା, ଯଥା ଗର୍ଭାଶୟ ସଂକ୍ରମଣ ଓ କ୍ୟାନ୍ସର ବୃଦ୍ଧି ପାଇପାରେ। ତେଣୁ ଏହି ଦିବସ ମାଧ୍ୟମରେ ସମାଜର ପ୍ରତ୍ୟେକ ସ୍ତରରେ ସଠିକ୍ ସୂଚନା ପହଞ୍ଚାଇ ମହିଳା ସ୍ୱାସ୍ଥ୍ୟକୁ ସୁଦୃଢ କରିବା ହେଉଛି ଏହାର ପ୍ରଧାନ ଉଦ୍ଦେଶ୍ୟ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score