Explore

Search

September 4, 2026 9:34 pm

ଫୋନ ହଲାଇଲେ ବାଜିବ ସତର୍କ ଘଣ୍ଟି

ଭୁବନେଶ୍ୱର : ଫୋନ ହଲାଇଲେ ବାଜିବ ସତର୍କ ଘଣ୍ଟି । ରାଜ୍ୟ ସରକାର ଯାତ୍ରୀଙ୍କ ସୁରକ୍ଷା ପାଇଁ ଆଣିଛନ୍ତି ଏକ ନୂଆ ପଦକ୍ଷେପ। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ‘ଓଡ଼ିଶା ଯାତ୍ରୀ ସୁରକ୍ଷା ଆପ୍’ର ଶୁଭାରମ୍ଭ କରିଛନ୍ତି। ସୁରକ୍ଷିତ, ସ୍ମାର୍ଟ ଏବଂ ନାଗରିକ-କୈନ୍ଦ୍ରିକ ସହରୀ ଯାତାୟାତ ବ୍ୟବସ୍ଥା ଗଠନ ଦିଗରେ ଏହାକୁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଭାବେ ଦେଖାଯାଉଛି ।
ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଏବଂ ‘ଓଡ଼ିଶା ଯାତ୍ରୀ’ର ବ୍ରାଣ୍ଡ ଆମ୍ବାସାଡର ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ଉପସ୍ଥିତିରେ ଏହି ସୁରକ୍ଷା ସୁବିଧାର ଲୋକାର୍ପଣ କରାଯାଇଥିଲା। ଏହି ଆପ୍ ମାଧ୍ୟମରେ ଯାତ୍ରୀମାନେ ଜରୁରୀ ସମୟରେ ତୁରନ୍ତ ସହାୟତା ପାଇପାରିବେ।
ଫୋନ୍ ହଲାଇଲେ ଯିବ ଜରୁରୀକାଳୀନ ଆଲର୍ଟ
ସାଧାରଣତଃ ଜରୁରୀ ସମୟରେ SOS ବଟନ୍ ଖୋଜିବା ପାଇଁ ଫୋନ୍ ଅନଲକ୍ କରି ବିଭିନ୍ନ ସ୍କ୍ରିନ୍ ଦେଇ ଯିବାକୁ ପଡ଼ିଥାଏ। କିନ୍ତୁ ‘ଓଡ଼ିଶା ଯାତ୍ରୀ’ ଆପ୍‌ରେ ରହିଛି ଏକ ସହଜ ଏବଂ ନୂଆ ସୁରକ୍ଷା ବ୍ୟବସ୍ଥା।
‘ଶେକ ଆଣ୍ଡ ଆଲର୍ଟ’ (Shake & Alert) ଫିଚର ମାଧ୍ୟମରେ ବ୍ୟବହାରକାରୀ କେବଳ ନିଜ ଫୋନ୍‌କୁ ହଲାଇ ଜରୁରୀକାଳୀନ ସତର୍କ ବାର୍ତ୍ତା ପଠାଇପାରିବେ । ଭୟ କିମ୍ବା ବିପଦ ସମୟରେ ଆପ୍ ଖୋଲିବା ସମ୍ଭବ ନହେଲେ ମଧ୍ୟ ଏହି ସୁବିଧା ମାଧ୍ୟମରେ ତୁରନ୍ତ ସହାୟତା ମିଳିପାରିବ।

ୱାନ୍-କ୍ଲିକ୍ SOS ଓ ଲାଇଭ୍ ଲୋକେସନ୍ ସୁବିଧା
ଏହି ଆପ୍‌ରେ ୱାନ୍-କ୍ଲିକ୍ SOS ସୁବିଧା ମଧ୍ୟ ରହିଛି। ଏହା ମାଧ୍ୟମରେ ଯାତ୍ରୀମାନେ ତୁରନ୍ତ ଜରୁରୀକାଳୀନ ନମ୍ବର ୧୧୨କୁ କଲ୍ କରିପାରିବେ।
ସେହିପରି, ଜରୁରୀ ସମୟରେ ନିଜର ମନୋନୀତ ସମ୍ପର୍କୀୟଙ୍କୁ ସୂଚନା ଦେବାସହ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହ ଲାଇଭ୍ ଲୋକେସନ୍ ମଧ୍ୟ ସେୟାର କରିପାରିବେ। ଏହି ସୁରକ୍ଷା ସୁବିଧା କେବଳ ଯାତ୍ରୀଙ୍କ ପାଇଁ ନୁହେଁ, ଚାଳକମାନଙ୍କ ପାଇଁ ମଧ୍ୟ ପ୍ରସ୍ତୁତ କରାଯାଇଛି।
ଆପ୍‌ର ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ନାଗରିକ-ଅନୁକୂଳ ଏବଂ ସମୃଦ୍ଧ ସହର ଗଠନ ପାଇଁ ସୁରକ୍ଷିତ, ସୁଗମ ଓ ନିର୍ଭରଯୋଗ୍ୟ ଯାତାୟାତ ବ୍ୟବସ୍ଥା ଅତ୍ୟନ୍ତ ଜରୁରୀ। ବିଶେଷକରି ମହିଳାମାନେ ଯେପରି ନିର୍ଭୟରେ ଏବଂ ସ୍ୱାଧୀନ ଭାବରେ ଯାତ୍ରା କରିପାରିବେ, ସେଥିପାଇଁ ପ୍ରଯୁକ୍ତିର ସଠିକ୍ ବ୍ୟବହାର ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score