Explore

Search

September 8, 2026 10:13 am

ପାଣିପାଗ ବିଭାଗର ବଡ ସୂଚନା: ଦୁର୍ବଳ ହେଉଛି “ଦାନା”

Clyclone DANA

ବାତ୍ୟା ପରିସ୍ଥିତି କୁ ନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆସିଛି ବଡ ସୂଚନା । ଓଡ଼ିଶା ଉପକୂଳରେ ମାଡ଼ ହୋଇଛି ଭୀଷଣ ବାତ୍ୟା ‘ଦାନା’। ଗୁରୁବାର ବିଳମ୍ବିତ ରାତିରେ ଭିତରକନିକାର ହାବାଳିଖଟି ନେଚର କ୍ୟାମ୍ପ ନିକଟରେ ବାତ୍ୟାର ଲ୍ୟାଣ୍ଡଫଲ୍ ହୋଇଛି। ୬ରୁ ୭ ଘଣ୍ଟା ଯାଏଁ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିଥିଲା। ଏବେ ବାତ୍ୟାଟି ଦୁର୍ବଳ ହେବା ଆରମ୍ଭ କରିଥିଲେ ମଧ୍ୟ ବିଭିନ୍ନ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଗତକାଲି ଭୀଷଣ ବାତ୍ୟାର ରୂପ ନେଇଥିବା ‘ଦାନା’ ଦୁର୍ବଳ ହୋଇ ଆଜି ବାତ୍ୟାରେ ପରିଣତ ହୋଇଛି। ଦୁର୍ବଳ ହୋଇ ଘଣ୍ଟାକୁ ଏହା ୧୦ କିମି ବେଗରେ ଗତି କରୁଛି । ଏଥିସହ ଉତ୍ତର ଉତ୍ତରପଶ୍ଚିମ ଦିଗ ଆଡ଼େ ଗତି କରୁଛି ।ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ତେବେ କାହିଁକି କାହିଁକି ଦୁର୍ବଳ ହୋଇଗଲା ବାତ୍ୟା ‘ଦାନା’ ସେଇ ନେଇ ମତ ରଖିଛନ୍ତି ପାଣିପାଗ ବିଶେଷଜ୍ଞ। ସେମାନଙ୍କ ମତ ଅନୁଯାଇ ସେମାନଙ୍କ ପୂର୍ବାନୁମାନ ପ୍ରାୟତଃ ଠିକ୍‌ ରହିଛି। ବାତ୍ୟା କେଉଁଠି ଲ୍ୟାଣ୍ଡଫଲ୍‌ କରିବ, ସେତେବେଳେ ପବନର ବେଗ କେତେ ରହିବ ସେ ନେଇ କରାଯାଇଥିବା ଆକଳନ ଠିକ୍‌ ରହିଛି। ମାତ୍ର ଦୁଇଟି ଗୁରୁଚାପ ବଳୟ ମଧ୍ୟରେ ଚାପି ହୋଇଯିବା ଯୋଗୁ ଏହା ଶକ୍ତିଶାଳୀ ହୋଇ ପାରିଲାନି। ଫଳରେ ଏହାର ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା ଅଧିକ ସମୟ ଚାଲିଲା। ଏଥିସହ କେବଳ ଲ୍ୟାଣ୍ଡଫଲ୍‌ କରିବା ଅଞ୍ଚଳ ବ୍ୟତୀତ ଅନ୍ୟ ଅଞ୍ଚଳରେ ବର୍ଷାର ପରିମାଣ କମ୍‌ ରହିଲା। ମୁଖ୍ୟତଃ ବାତ୍ୟା ଶକ୍ତିଶାଳୀ ହେଲେ ହିଁ ତାହାର ଆଖି ଦୃଶ୍ୟମାନ ହୋଇଥାଏ। ମାତ୍ର ‘ଦାନା’ ଦୁର୍ବଳ ହୋଇ ପଡ଼ିବାରୁ ତାହାର ଆଖି ବାହାରି ନ ଥିଲା। ରିପୋର୍ଟ ଅନୁଯାୟୀ, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ାରେ ୧୫୦ ମିଲିମିଟରରୁ ଅଧିକ ବର୍ଷା ହୋଇଥିବା ବେଳେ ଅନ୍ୟ କେଉଁ ସ୍ଥାନରେ କାଁଭାଁ ବର୍ଷା ହୋଇଥିବା ଜଣାଯାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score