Explore

Search

May 15, 2026 7:44 am

ପରଫ୍ୟୁମ ଲଗେଇଲେ ହେବ ରୋଗ

ଆଜିକାଲିର ଲାଇଫଷ୍ଟାଇଲ୍‌ରେ ନିଜକୁ ଫ୍ରେସ ଏବଂ ଆକର୍ଷଣୀୟ ରଖିବା ପାଇଁ ପରଫ୍ୟୁମ ଏକ ଅତ୍ୟାବଶ୍ୟକ ସାମଗ୍ରୀ ପାଲଟିଛି। କିନ୍ତୁ ଆପଣ ଜାଣନ୍ତି କି, ଆପଣଙ୍କ ପ୍ରିୟ ସୁଗନ୍ଧ ଆପଣଙ୍କୁ ରୋଗୀ କରିପାରେ? ବିଶେଷଜ୍ଞଙ୍କ ଅନୁସାରେ, ପରଫ୍ୟୁମରେ ଥିବା କଡ଼ା ରାସାୟନିକ ପଦାର୍ଥ ଆପଣଙ୍କ ଶରୀର ଉପରେ ଗୁରୁତର ପ୍ରଭାବ ପକାଇଥାଏ।

ଏବେ ଜାଣନ୍ତୁ କଣ ହୁଏ ସମସ୍ୟା?

ମୁଣ୍ଡବିନ୍ଧା ଓ ମାଇଗ୍ରେନ୍ : ତୀବ୍ର ଗନ୍ଧ ସ୍ନାୟୁକୁ ଉତ୍ତେଜିତ କରେ, ଯାହାଦ୍ୱାରା ଅଧକପାଳି ମୁଣ୍ଡବିନ୍ଧା ଓ ବାନ୍ତି ଲାଗିବା ସମସ୍ୟା ଦେଖାଦିଏ।

ଶ୍ୱାସକ୍ରିୟାରେ ବାଧା ଦିଏ। ଏଥିରେ ଥିବା ସିନ୍ଥେଟିକ୍ ଉପାଦାନ ଆଜମା (Asthma) ଏବଂ ସାଇନସ୍ ରୋଗୀଙ୍କ ପାଇଁ ଶ୍ୱାସକଷ୍ଟ ସୃଷ୍ଟି କରିପାରେ।
ତ୍ୱଚା ସମସ୍ୟା ଆଲକୋହଲ୍ ଯୁକ୍ତ ପରଫ୍ୟୁମ ଚର୍ମରେ କୁଣ୍ଡାଇ ହେବା, ଲାଲ ପଡ଼ିବା କିମ୍ବା ଆଲର୍ଜିର କାରଣ ସାଜିଥାଏ।
ହରମୋନ୍ ଅସନ୍ତୁଳନ ଶସ୍ତା ପରଫ୍ୟୁମରେ ଥିବା ‘ଥାଲେଟ୍ସ’ (Phthalates) ଶରୀରର ପ୍ରାକୃତିକ ହରମୋନ୍ ସନ୍ତୁଳନ ବିଗାଡ଼ି ପ୍ରଜନନ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଏ।

ତେଣୁ ସବୁବେଳେ ସର୍ବଦା ଭଲ ବ୍ରାଣ୍ଡର ଏବଂ କମ୍ କେମିକାଲ ଥିବା ସୁଗନ୍ଧିତ ଦ୍ରବ୍ୟ ବ୍ୟବହାର କରନ୍ତୁ। ସୁଗନ୍ଧ ସୀମିତ ହେଲେ ତାହା ଆକର୍ଷଣୀୟ ଲାଗେ, ମାତ୍ରାଧିକ ହେଲେ ତାହା ବିଷ ସଦୃଶ ହୋଇପାରେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score