Explore

Search

January 17, 2026 4:54 pm

ନିଯୁକ୍ତି ଯୋଗାଉଥିବା ସଂସ୍ଥାପାଇଁ ଆସିଲା ଖୁସି ଖବର : ସରକାରଙ୍କ ତରଫରୁ ମିଳିବ ଆର୍ଥିକ ସହାୟତା

Budget 2024

ଆଜିର ବଜେଟ ସେସନ ରେ ରୋଜଗାର ଓ ନିଯୁକ୍ତିକୁ ନେଇ ଆସିଛି ବଡ ଖବର । ଏଣିକି ନିଯୁକ୍ତି ଯୋଗାଉଥିବା ସଂସ୍ଥାକୁ ମିଳିବ ସରକାରଙ୍କ ଆର୍ଥିକ ସହାୟତା । ଚଳିତ ବର୍ଷ ୨୦୨୪-୨୫ ବର୍ଷ ବଜେଟ ଅଧିବେଶନରେ ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଏହାସହ ସରକାରଙ୍କ ଏହି ସ୍କିମରେ ଉପକୃତ ହେବେ ୧୦ ଲକ୍ଷ ରୁ ଅଧିକ ଯୁବକ ଯୁବତୀ । ଯଦି କୌଣସି କମ୍ପାନୀ ଯୁବକ ଯୁବତୀଙ୍କୁ ନିଯୁକ୍ତି ଦିଅନ୍ତି ସେମାନଙ୍କୁ ପ୍ରଥମ ମାସର ଦରମା ସରକାରଙ୍କ ପକ୍ଷରୁ ମିଳିବ ବୋଲି ଘୋଷଣା କରିଛନ୍ତି ।ଏହି ସ୍କିମ ମାଧ୍ୟମରେ ଉପକୃତ ହେଉଥିବା ପ୍ରାର୍ଥୀ ମାନେ ନିଜ ନିଜର ଇପିଏଫଓରେ ନାଁ ପଞ୍ଜିକରଣ କରିପାରିବେ ଯାହାଦ୍ୱାରା ପ୍ରଥମ ମାସରେ ସେମାନଙ୍କ ଇପିଏଫଓ ଆକାଉଣ୍ଟକୁ ୧୫ ହଜାର ଟଙ୍କା ଟ୍ରାନ୍ସଫର ହେବ ଯାହାକୁ ୩ ଟି କିସ୍ତିରେ ଦିଆଯିବ । ଏହାସହ ଇଣ୍ଟର୍ଣ୍ଣସିପ୍ ର ସୁବିଧା ମଧ୍ୟ ଯୋଗାଇଦିଆଯିବ ଏବଂ ଇଣ୍ଟର୍ଣ୍ଣସିପ୍ ଭତ୍ତା ସ୍ୱରୂପ ୬୦୦୦ ଟଙ୍କା ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଛି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score