Explore

Search

May 25, 2026 11:08 pm

ଦୂରହେବ ବିଜୁଳି ସମସ୍ୟା : ନିରବିଚ୍ଛିନ୍ନ ଭାବେ ଜାରି ରହିବ ବିଦ୍ୟୁତ୍ ସେବା

ଉତ୍ତରପ୍ରଦେଶ : ଦୂରହେବ ବିଜୁଳି ସମସ୍ୟା । ନିରବିଚ୍ଛିନ୍ନ ଭାବେ ଜାରି ରହିବ ବିଜୁଳି ସେବା । ଏଭଳି ନିର୍ଦ୍ଦେଶ ଦେଇଛନ୍ତି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଗରମରେ ଘନଘନ ବିଦ୍ୟୁତ୍ କାଟ୍‌, କଡ଼ା ମୁଡ୍‌ରେ ଯୋଗୀ ସରକାର। ଉତ୍ତରପ୍ରଦେଶର ଅନେକ ସହରରେ ବଢ଼ୁଥିବା ବିଦ୍ୟୁତ୍ ବିଭ୍ରାଟ ଲୋକଙ୍କ ଅସନ୍ତୋଷକୁ ଚରମ ସୀମାକୁ ପହଞ୍ଚାଇଛି।

ଲକ୍ଷ୍ନୌ, କାନପୁର, ଆଲିଗଡ଼ ସହ ଅନେକ ଅଞ୍ଚଳରେ ଅଘୋଷିତ ପାୱାର କଟ୍‌ ଯୋଗୁଁ ସାଧାରଣ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ପରିସ୍ଥିତି ଗୁରୁତର ହେବା ପରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ତୁରନ୍ତ ଉଚ୍ଚସ୍ତରୀୟ ବୈଠକ ଡାକି ବିଦ୍ୟୁତ୍ ବିଭାଗକୁ କଡ଼ା ନିର୍ଦ୍ଦେଶ ଜାରି କରିଛନ୍ତି।

ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ ଗ୍ରାମ ହେଉ କି ସହର, ସମସ୍ତ ଅଞ୍ଚଳରେ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବା ଯୋଗାଇବା ସରକାରଙ୍କ ପ୍ରଥମ ପ୍ରାଥମିକତା। ବଢ଼ୁଥିବା ଚାହିଦା ଦୃଷ୍ଟିରେ ରଖି ସମସ୍ତ ୟୁନିଟକୁ ପୂର୍ଣ୍ଣ କ୍ଷମତାରେ ଚାଲୁ ରଖିବା ସହ ଉତ୍ପାଦନ ବଢ଼ାଇବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଭିଯୋଗର ତୁରନ୍ତ ସମାଧାନ ପାଇଁ ଫିଡର୍‌ ୱାଇଜ୍‌ ମନିଟରିଂ ବ୍ୟବସ୍ଥା କଡ଼ା କରିବାକୁ କହିଛନ୍ତି। ଟ୍ରାନ୍ସମିସନ ନେଟୱାର୍କକୁ ଆହୁରି ସୁଦୃଢ଼ ଓ ନିର୍ଭରଯୋଗ୍ୟ କରିବା ସହ ଝଡ଼ ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ବିଦ୍ୟୁତ୍ ସେବା ବଜାୟ ରଖିବା ପାଇଁ କ୍ୱିକ୍‌ ରେସ୍ପନ୍ସ ଟିମ୍‌ ଗଠନ କରିବାକୁ ମଧ୍ୟ ନିର୍ଦ୍ଦେଶ ମିଳିଛି।

ଚଳିତ ବର୍ଷ ଉତ୍ତରପ୍ରଦେଶରେ ସର୍ବାଧିକ ବିଦ୍ୟୁତ୍ ଚାହିଦା ୩୦,୩୩୯ ମେଗାୱାଟ୍‌କୁ ପହଞ୍ଚିଥିବା ବେଳେ ସରକାର ଏବେ ପୂରା ବ୍ୟବସ୍ଥାକୁ ଆଲର୍ଟ ମୋଡ୍‌ରେ ରଖିଛନ୍ତି। ସ୍ମାର୍ଟ ମିଟର୍‌ ଗ୍ରାହକଙ୍କୁ ସଠିକ୍‌ ଓ ସମୟୋପଯୋଗୀ ବିଲ୍‌ ଯୋଗାଇବା ସହ ବିଦ୍ୟୁତ୍ ସମସ୍ୟା ନେଇ ଲୋକଙ୍କୁ ସ୍ପଷ୍ଟ ସୂଚନା ଦେବାକୁ ମଧ୍ୟ ଅଧିକାରୀଙ୍କୁ କୁହାଯାଇଛି।

ସରକାରୀ ସୂଚନା ଅନୁଯାୟୀ, ଉତ୍ତର ପ୍ରଦେଶରେ ବର୍ତ୍ତମାନ ୬୦,୮୫୮ ସର୍କିଟ୍ କିଲୋମିଟର ଟ୍ରାନ୍ସମିସନ୍ ଲାଇନ୍‌ ଚାଲୁ ରହିଛି। ୭୧୫ଟି ସବ୍‌ଷ୍ଟେସନ୍‌ ମାଧ୍ୟମରେ ୨,୦୫,୬୩୨ MVA କ୍ଷମତାର ବିଦ୍ୟୁତ୍ ସେବା ଉପଲବ୍ଧ ହେଉଥିବା ବେଳେ ଟ୍ରାନ୍ସମିସନ୍ ଲସ୍‌ ୩.୨ ପ୍ରତିଶତକୁ କମିଥିବା ଜଣାପଡ଼ିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score