ଦୁବାଇ: ଭାରତ-ପାକିସ୍ତାନ ମ୍ୟାଚ୍କୁ ନେଇ ସବୁବେଳେ ରହିଥାଏ ଅଲଗା ଉତ୍ସାହ । ମହିଳା ଏସିଆ କପ୍ ୨୦୨୬ରେ ଆଜି ପୁଣି ମୁହାଁମୁହିଁ ହେବେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ରାତି ୮ଟାରେ ଆରମ୍ଭ ହେବ ଏହି ହାଇଭୋଲ୍ଟେଜ୍ ମୁକାବିଲା।
ଟୁର୍ଣ୍ଣାମେଣ୍ଟରେ ଭାରତର ଅଭିଯାନ ଏପର୍ଯ୍ୟନ୍ତ ଜବରଦସ୍ତ ରହିଛି। ଦୁଇଟି ମ୍ୟାଚ୍ ଖେଳି ଦୁଇଟିରେ ବିଜୟ ପାଇଥିବା ଟିମ୍ ଇଣ୍ଡିଆ ଥାଇଲାଣ୍ଡ ଓ ହଂକଂକୁ ପରାସ୍ତ କରିଛି। ଏବେ ପାକିସ୍ତାନକୁ ହରାଇ ବିଜୟ ଧାରା ଜାରି ରଖିବା ଲକ୍ଷ୍ୟରେ ରହିଛି ଭାରତ।
ଅନ୍ୟପଟେ ପାକିସ୍ତାନ ମଧ୍ୟ ଥାଇଲାଣ୍ଡ ବିପକ୍ଷରେ ୩୫ ରନ୍ର ବିଜୟ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିଛି। ତେଣୁ ଭାରତ ବିପକ୍ଷରେ ବିଜୟ ହାସଲ କରି ନିଜ ଦାବିକୁ ମଜବୁତ କରିବାକୁ ଚାହିଁବ ପାକିସ୍ତାନ।
ଉଭୟ ଦଳର ସେମିଫାଇନାଲ ଦୌଡ଼ ମଜବୁତ ଥିବାରୁ ଆଜିର ମୁକାବିଲା କେବଳ ପଏଣ୍ଟର ଲଢ଼େଇ ନୁହେଁ। ପ୍ରତିଷ୍ଠା, ଆତ୍ମବିଶ୍ୱାସ ଓ ଚିରପ୍ରତିଦ୍ୱନ୍ଦ୍ୱିତାର ଏହି ଲଢ଼େଇ ଉପରେ ରହିବ ସମସ୍ତଙ୍କ ନଜର।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
