ଝାରସୁଗୁଡ଼ା : ଝାରସୁଗୁଡ଼ାକୁ ଦିନିକିଆ ଗସ୍ତରେ ଆସିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ଆଜିର ଓଡିଶା ଗସ୍ତକୁ ଦୃଷ୍ଟିରେ ରଖି ଝାରସୁଗୁଡ଼ା ଜିଲ୍ଲାକୁ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା । ଏପରିକି ସମଗ୍ର ଜିଲ୍ଲାକୁ ‘ନୋ ଫ୍ଲାଇଙ୍ଗ ଜୋନ୍’ ଘୋଷଣା କରାଯାଇଥିଲା। କୌଣସି ପ୍ରକାରର ଡ୍ରୋନ ବା ଆକାଶମାର୍ଗୀୟ ଯାନ ଉଡ଼ାଣ ଯେପରି ନ ହୁଏ ସେଥିପାଇଁ ଜିଲ୍ଲାପ୍ରଶାନ ପକ୍ଷରୁ କଡା ନିର୍ଦ୍ଦେଶ ଦିଆଯାଇଥିଲା। ଏସମ୍ପର୍କରେ ଜିଲ୍ଲାପାଳଙ୍କ ପକ୍ଷରୁ ଆଦେଶ ଜାରି ହୋଇଥିଲା।
ଅନ୍ୟପକ୍ଷରେ ରାଷ୍ଟ୍ରପତିଙ୍କ ଗସ୍ତ ସମୟରେ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ପୋଲିସ ପକ୍ଷରୁ ବ୍ୟାପକ ପଦକ୍ଷେପ ନିଆଯାଇଥିଲା। ଝାରସୁଗୁଡ଼ା ଏସପି ଜି. ଆର. ରାଘବେନ୍ଦ୍ରଙ୍କ ନେତୃତ୍ୱରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ଅଧିକ ମଜବୁତ କରାଯାଇଥିଲା। ଯାହାଫଳରେ କୌଣସି ପ୍ରକାରର ଅପରିକଳ୍ପିତ ପରିସ୍ଥିତି ସୃଷ୍ଟି ନହେବ।
ଏନେଇ ଜନସାଧାରଣଙ୍କ ସହଯୋଗ ପାଇଁ ଅନୁରୋଧ କରାଯିବା ସହ, ଯେପରି ସୁରକ୍ଷା ଓ ଶାନ୍ତି ଅବିକଳ ରହିପାରିବ ସେଥିପ୍ରତି ଜିଲ୍ଲାପାଳ ସଚେତନ ଥିଲେ। ସୂଚନା ଅନୁସାରେ, ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଆଜି ଦିନିକିଆ ଓଡିଶା ଗସ୍ତରେ ଆସିଥିଲେ। ଏହି ପରିପ୍ରେକ୍ଷୀରେ ରାଉରକେଲାରେ ଅନେକ ମହତ୍ୱପୂର୍ଣ୍ଣ ପ୍ରକଳ୍ପର ଉଦଘାଟନ କରିଥିଲେ । ପ୍ରାୟ ୧୫୮ କୋଟିର ପ୍ରକଳ୍ପ ଲୋକାର୍ପଣ କରିଥିଲେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ଯେଉଁଥିରେ ପ୍ଲାନେଟାରିୟମ, ସାଇନ୍ସ ସେଣ୍ଟର, ନିର୍ମଳ ମୁଣ୍ଡା ପ୍ରବେଶ ପଥ, ଏକ ଆଦିବାସୀ ସଂଗ୍ରହାଳୟ ଏବଂ ଇଣ୍ଟିଗ୍ରେଟେଡ କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର ରହିଛି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
