ମୁମ୍ବାଇ : ହିନ୍ଦୀ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ଅମୀର ଖାନ ଏବଂ ତାଙ୍କ ଜୀବନସାଥୀ ହେବାକୁ ଯାଉଥିବା ଗୌରୀ ସ୍ପ୍ରେଟ୍ଙ୍କ ବିବାହକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ଦୁହେଁ ପରସ୍ପରଙ୍କ ନିକଟତର ଥିବାବେଳେ, ଖୁବଶୀଘ୍ର ସେମାନେ ବୈବାହିକ ଜୀବନରେ ପଦାର୍ପଣ କରିପାରନ୍ତି ବୋଲି ଆଲୋଚନା ହେଉଛି। ନିଜ ୬୦ତମ ଜନ୍ମଦିନ ଅବସରରେ ଅମୀର ପ୍ରଥମଥର ପାଇଁ ଗୌରୀଙ୍କୁ ସାର୍ବଜନୀନ ଭାବେ ପରିଚୟ କରାଇଥିଲେ।
ସୂଚନା ଅନୁସାରେ, ଅମୀର ଏଥର ଜାକଜମକପୂର୍ଣ୍ଣ ଆୟୋଜନ ପରିବର୍ତ୍ତେ ଏକ ସରଳ ଓ ନିଜସ୍ୱ ପରିବେଶରେ ବିବାହ ସମ୍ପନ୍ନ କରିବାକୁ ଚାହୁଁଛନ୍ତି । ଏହି ଅବସରରେ କେବଳ ପରିବାର ସଦସ୍ୟ ଓ ଘନିଷ୍ଠ ପରିଚିତମାନେ ଉପସ୍ଥିତ ରହିବେ ବୋଲି ଜଣାପଡ଼ିଛି।
ବର୍ତ୍ତମାନ ୬୧ ବର୍ଷ ବୟସରେ ଅମୀର ପୁଣିଥରେ ବିବାହ ମଣ୍ଡପକୁ ଯିବାକୁ ପ୍ରସ୍ତୁତ ଥିବାବେଳେ, ୪୬ ବର୍ଷୀୟା ଗୌରୀ ତାଙ୍କ ସହଧର୍ମିଣୀ ହେବେ। ଗତ ଏକ ବର୍ଷରୁ ଅଧିକ ସମୟ ଧରି ଉଭୟ ଏକାଠି ଜୀବନ ବିତାଉଥିବା ଜଣାଯାଇଛି।
ଅମୀରଙ୍କ ପ୍ରଥମ ବିବାହ ରୀନା ଦତ୍ତଙ୍କ ସହ ୧୯୮୬ ମସିହାରେ ହୋଇଥିଲା। ଏହି ସମ୍ପର୍କ ୨୦୦୨ ପର୍ଯ୍ୟନ୍ତ ରହିଥିଲା। ସେମାନଙ୍କର ଦୁଇ ସନ୍ତାନ ଜୁନୈଦ ଓ ଇରା ଅଛନ୍ତି। ପରେ ୨୦୦୫ ମସିହାରେ ସେ କିରନ ରାଓଙ୍କ ସହ ବିବାହ କରିଥିଲେ। ସେମାନଙ୍କର ଏକ ପୁଅ ଆଜାଦ ରହିଛି। ବର୍ତ୍ତମାନ ଗୌରୀଙ୍କ ସହ ସମ୍ଭାବ୍ୟ ବିବାହକୁ ନେଇ ଅମୀର ପୁଣିଥରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
