ଚାଲିଥିଲା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ସମାରୋହର। ଏଥିପାଇଁ କୋଲକାତାର ଐତିହାସିକ ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଜମିଥିଲା ଲକ୍ଷ ଲକ୍ଷ ଲୋକଙ୍କ ଭିଡ଼ । ହେଲେ ଏହି ସମୟରେ ଅର୍ଥାତ ଶୁଭେନ୍ଦୁ ଅଧିକାରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଏକ ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଉ ଯାହାକୁ ଦେଖି ସମସ୍ତେ ଚକିତ ହୋଇଯାଇଥିଲେ ।
କୋଲକାତାର ବ୍ରିଗେଡ୍ ପରେଡ୍ ଗ୍ରାଉଣ୍ଡରେ ଲକ୍ଷାଧିକ ଲୋକଙ୍କ ଉପସ୍ଥିତି ହଠାତ୍ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ମଞ୍ଚରୁ ତଳକୁ ଆସି ଜଣେ ବୃଦ୍ଧ ବ୍ୟକ୍ତିଙ୍କ ପାଦ ସ୍ପର୍ଶ କରି ପ୍ରଣାମ କଲେ। ପରେ ସ୍ନେହର ସହ ତାଙ୍କୁ ଆଲିଙ୍ଗନ କରିଥିଲେ । ଆଉ ଏହି ଦୃଶ୍ୟ ଦେଖି ସମଗ୍ର ସଭା ଭାବବିହ୍ୱଳ ହୋଇଯାଇଥିଲା। ସେହି ମୁହୂର୍ତ୍ତ ପରେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠିଥିଲା କିଏ ଏହି ବୃଦ୍ଧ, ଯାହାଙ୍କୁ ଦେଖି ମୋଦି ନତମସ୍ତକ ହେଲେ ?
ଧଳା ପୋଷାକ, କାନ୍ଧରେ ସଲ୍ ଏବଂ ଆଖିରେ ସଫଳତାର ଲୁହ। ବାସ ତାପରେ ଜଣାପଡିଥିଲା କି ଏହି ବ୍ୟକ୍ତି ହେଲେ ୯୮ ବର୍ଷୀୟ ମାଖନଲାଲ୍ ସରକାର। ସାଧା ସରଳ ପୋଷାକରେ ମଞ୍ଚରେ ବସିଥିବା ଏହି ବୃଦ୍ଧଙ୍କ ଜୀବନ ଦେଶପ୍ରେମ ଓ ସଂଘର୍ଷର ଅନେକ ଅଧ୍ୟାୟର ସାକ୍ଷୀ। ୧୯୫୨ ମସିହାରେ କାଶ୍ମୀରରେ ତ୍ରିରଙ୍ଗା ଉଡ଼ାଇବା ଆନ୍ଦୋଳନ ସମୟରେ ସେ ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କ ସହ ଗିରଫ ହୋଇଥିଲେ।
ଜାତୀୟତାବାଦୀ ଗୀତ ଗାଇଥିବା ଅଭିଯୋଗରେ ସେ ଜେଲ୍କୁ ଯାଇଥିଲେ। କୋର୍ଟରେ କ୍ଷମା ମାଗିବାକୁ କୁହାଯାଇଥିଲେ ମଧ୍ୟ ସେ ନିର୍ଭୟ ଭାବେ କହିଥିଲେ “କ୍ଷମା ମାଗିବି ନାହିଁ, ଆଉ ଗୋଟିଏ ଦେଶଭକ୍ତି ଗୀତ ଶୁଣନ୍ତୁ।” ତାଙ୍କ ଏହି ଦୃଢତା ଦେଖି ବିଚାରପତି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ପରେ ବିଜେପି ଗଠନ ପରେ ଉତ୍ତର ବଙ୍ଗରେ ଦଳକୁ ମଜବୁତ କରିବାରେ ମାଖନଲାଲଙ୍କ ଅବଦାନ ଅସାଧାରଣ ଥିଲା। ଗାଁ ଗାଁ ଘୁରି ସେ ହଜାର ହଜାର କର୍ମୀଙ୍କୁ ଦଳ ସହ ଯୋଡ଼ିଥିଲେ। ଦୀର୍ଘ ସମୟ ଧରି ସେ ଜିଲ୍ଲା ସଭାପତି ଭାବେ କାମ କରି ଦଳର ଭିତ୍ତିକୁ ମଜବୁତ କରିଥିଲେ।
ଆଜି ଯେତେବେଳେ ପଶ୍ଚିମବଙ୍ଗରେ ବିଜେପି ନୂଆ ଅଧ୍ୟାୟ ଆରମ୍ଭ କରିଛି, ସେତେବେଳେ ମୋଦିଙ୍କ ଏହି ପ୍ରଣାମ କେବଳ ଜଣେ ବ୍ୟକ୍ତିଙ୍କ ପ୍ରତି ସମ୍ମାନ ନୁହେଁ, ବରଂ ଦଶକ ଦରି ନିରବ ଭାବେ କାମ କରିଥିବା ତୃଣମୂଳ ସ୍ତରର କର୍ମୀମାନଙ୍କ ତ୍ୟାଗକୁ ଦିଆଯାଇଥିବା ସମ୍ମାନ ବୋଲି ଚର୍ଚ୍ଚା ହେଉଛି ।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |
