Explore

Search

May 23, 2026 5:22 am

ଚର୍ଚ୍ଚାରେ ମୋଦି ଓ ତାଙ୍କ ବାନ୍ଧବୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଇଟାଲୀ ଗସ୍ତକୁ ନେଇ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି । ଇଟାଲୀର ରାଜଧାନୀ ରୋମରେ ପହଞ୍ଚିବା ପରେ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ଇଟାଲୀର ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନି ମୋଦିଙ୍କ ସହ ସେଲଫି ନେଇ ସ୍ୱାଗତ କରିଥିବା ବେଳେ ଏକ ବିଶେଷ ଉପହାର ମଧ୍ୟ ଚର୍ଚ୍ଚାର କାରଣ ହୋଇଛି ।

ମୋଦି ମେଲୋନିଙ୍କୁ ପାର୍ଲେର ପ୍ରସିଦ୍ଧ ‘ମେଲୋଡି’ ଚକୋଲେଟ ଉପହାର ଦେଇଥିଲେ । ମେଲୋନି ଏହି ଉପହାରକୁ ଖୁସିରେ ଗ୍ରହଣ କରିଥିବା ବେଳେ ଏହା ସମ୍ପର୍କିତ ଏକ ଭିଡିଓକୁ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ‘X’ରେ ସେୟାର କରିଛନ୍ତି । ଏହି ଭିଡିଓ ଏବେ ଭାଇରାଲ ହେବା ସହ ବିଭିନ୍ନ ପ୍ରତିକ୍ରିୟା ମିଳୁଛି ।
ମୋଦିଙ୍କ ‘ମେଲୋଡି’ ଚକୋଲେଟର ବିଶେଷତା ହେଉଛି ବାହାର ଅଂଶ କଠିନ
ସ୍ୱାଦର ହୋଇଥାଏ ଓ ଭିତରେ ଚକୋଲେଟ ଭର୍ତ୍ତି ରହିଥାଏ । ଏହି ଛୋଟ ଉପହାରକୁ ନେଇ ଦୁଇ ଦେଶର ନେତାଙ୍କ ମଧ୍ୟରେ ସହଜ ଓ ସ୍ନେହପୂର୍ଣ୍ଣ ସମ୍ପର୍କର ଝଲକ ଦେଖିବାକୁ ମିଳିଛି ।

ନିଜ ‘X’ ଆକାଉଣ୍ଟରେ ମୋଦି ଲେଖିଛନ୍ତି ଯେ ରୋମରେ ପହଞ୍ଚିବା ପରେ ସେ ପ୍ରଧାନମନ୍ତ୍ରୀ ମେଲୋନିଙ୍କ ସହ ରାତ୍ରି ଭୋଜନରେ ଯୋଗ ଦେଇଥିଲେ ଓ ପରେ ପ୍ରସିଦ୍ଧ କଲୋସିୟମ୍ ପରିଦର୍ଶନ କରିଥିଲେ । ଦୁହେଁ ଅନେକ ଦ୍ୱିପକ୍ଷୀୟ ଓ ବିଶ୍ୱସ୍ତରୀୟ ବିଷୟରେ ଆଲୋଚନା କରିଥିବା ବେଳେ ଭାରତ-ଇଟାଲୀ ସମ୍ପର୍କକୁ ଆହୁରି ସୁଦୃଢ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score