Explore

Search

January 23, 2026 10:29 pm

ଗେଣ୍ଡୁଫୁଲ ଚାଷ ଦେଇଛି ପରିଚୟ ଫୁଲ ଚାଷ କରି ସ୍ବାବଲମ୍ବୀ ହେଇପାରୁଛନ୍ତି ମହିଳା

mari gold cultivation

ରୋଜଗାର ଦେଇଛି ଫୁଲ ଚାଷ। ସ୍ବୟଂ ସହାୟକ ଗୋଷ୍ଠୀ ଗଠନ କରି ଆତ୍ମନିର୍ଭର ହୋଇଛନ୍ତି ଗଞ୍ଜାମ  ଜିଲ୍ଲା ଶେରଗଡ଼  ବ୍ଲକ ର “ମା ଦୁର୍ଗା “  ଏସଏଚଜିର ମହିଳା ମାନେ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ କିଛି ଋଣ ନେଇ ସେଥିରେ ଗେଣ୍ଡୁଫୁଲ ଚାଷ ଆରମ୍ଭ କରିଛନ୍ତି । ପରିବାର ଖର୍ଚ୍ଚ ପାଇଁ ମଧ୍ୟ ଆଉ ସେମାନଙ୍କୁ ସ୍ବାମୀଙ୍କ ହାତ ଟେକାକୁ ଅପେକ୍ଷା କରିବାକୁ ପଡ଼ୁନି।ଏହା ପୂର୍ବରୁ ୧ ଏକର ଜମିରେ ମହିଳାମାନଙ୍କ ଦ୍ୱାରା ଅନ୍ୟ ଚାଷ କରାଯାଉଥିଲା  ହେଲେ ସେଥିରେ ପରିଶ୍ରମ ଅନୁଯାୟୀ ସେତେଟା ଅର୍ଥ ମିଳୁ ନଥିଲା ତେଣୁ  ଏସଏଚଜିର ସଦସ୍ୟ ମାନେ ବ୍ଲକ ପରାମର୍ଶଦାତା ଙ୍କ ପରାମର୍ଶ କ୍ରମେ ବ୍ୟାଙ୍କ ରୁ ଋଣ ନେଇ ଏହି ଫୁଲ ଚାଷ ଆରମ୍ଭ କରିଥିଲେ |ଏବେ ଏହି ଚାଷ ରୁ ୨ ଦିନ ଅନ୍ତରରେ ୩୦ କେଜି ଫୁଲ ଉତ୍ପାଦନ କରାଯାଉଛି ଏବଂ ଏହାକୁ ମହିଳାମାନେ ବଜାରରେ କେଜି ପିଛା ୧୦୦ଟଙ୍କାରେ ବିକ୍ରି କରି ଦୁଇପଇସା ରୋଜଗାର କରିପାରୁଛନ୍ତି |ଧୀରେ ଧୀରେ ଆଖପାଖ ଅଂଚଳରେ ହେଉଥିବା ବାହାଘର ଆଦି ରେ ଏହି ଫୁଲର ବ୍ୟବହାର ହେଉଛି । ଏଥିପାଇଁ ମହିଳା ମାନଙ୍କୁ ଅର୍ଡର ମିଳୁଛି । ଯାହା ଦ୍ୱାରା ମହିଳାଙ୍କ ଆର୍ଥିକ ସ୍ଥିତିରେ ଉନ୍ନତି ଆସିପାରିଛି ।

 

ପ୍ରଥମେ ସଂଘ ସଦସ୍ୟମାନେ ଓଡିଶା ଜୀବିକା ମିଶନର ଅଧିକାରୀଙ୍କ ପରାମର୍ଶକ୍ରମେ ଫୁଲଚାଷ କରିବାକୁ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ବ୍ୟାଙ୍କରୁ ଟଙ୍କା ଋଣ ନେଇଥିଲେ। ଉଦ୍ୟାନ ବିଭାଗଠାରୁ ଚାରାନେବା ପରେ ୧ଏକର ଜମିକୁ ଭଡାସୂତ୍ରରେ ଆଣି ସେଥିରେ ଚାଷ ଆରମ୍ଭ କରିଥିଲେ। ସମସ୍ତ ସଦସ୍ୟ ପରିବାର କାମ ଧନ୍ଦା ସାରିବା ପରେ ମାତ୍ର ୨ଘଣ୍ଟା ଲେଖାଏଁ ସମୟ ଦେଇ ଏହାର ଯତ୍ନ ନେଇଥିଲେ। ଏବେ ଗେଣ୍ଡୁଫୁଲ ଫୁଟି ବାସ୍ନା ଯେତେ ଯେତେ ଦୂରକୁ ଯାଉଛି ଉକ୍ତ ସଂଘର ପ୍ରଶଂସାର ସୁଅ ମଧ୍ୟ ସେହି ଅନୁପାତରେ ବଢିଚାଲିଛି ଏବଂ ଆଗକୁ ଆହୁରି ପ୍ରକଳ୍ପ ହାତକୁ ନେବା ପାଇଁ ମଧ୍ୟ ଲକ୍ଷ ରଖାଯାଇଛି |

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score