Explore

Search

May 1, 2026 12:34 am

ଖୋଲିଲା ବିଶ୍ୱର ପ୍ରଥମ ଜିଆଇ ଷ୍ଟୋର ”ଉତ୍କଳାମୃତ”, ଉଦଘାଟନ କରିଲେ ବାଚସ୍ପତି ସୁରମା ପାଢ଼ୀ

ଭୁବନେଶ୍ୱରରେ ଖୋଲିଲା ବିଶ୍ୱର ପ୍ରଥମ ଜି.ଆଇ ଷ୍ଟୋର। ଭୁବନେଶ୍ୱର ଜନପଥରେ ଖୋଲିଥିବା ଏହି ଷ୍ଟୋର ନାଁ ହେଉଛି ”ଉତ୍କଳାମୃତ”। ବାଚସ୍ପତି ସୁରମା ପାଢ଼ୀ ଏହାକୁ ଉଦଘାଟନ କରିଛନ୍ତି। ସାବତ ଭଉଣୀ ଏହି ଷ୍ଟୋରକୁ ଚଲାଉଛନ୍ତି। ଡକ୍ଟର ଅନିତା ସାବତ ଓ ଡକ୍ଟର ଅମ୍ରିତା ସାବତ ଏହାର ପରିକଳ୍ପନା କରିଛନ୍ତି। ଯେଉଁଥିରେ କି ଓଡ଼ିଶାର ୨୬ ଟି ଜି.ଆଇ ଟ୍ୟାଗ ମାନ୍ୟତା ଉତ୍ପାଦ ରହିଛି। ଏହା ସହ ପ୍ରତ୍ୟେକ ଜିଲ୍ଲାର ସ୍ୱତନ୍ତ୍ର ଜିନିଷ ଏଠାରେ ଉପଲବ୍ଧ ରହିବ। ଜି.ଆଇ ଟ୍ୟାଗ ମାନ୍ୟତା ପ୍ରାପ୍ତ ବିଭିନ୍ନ ଶାଢ଼ୀ ମହିଳା ମାନଙ୍କୁ ବେଶ ଆକୃଷ୍ଟ କରିବ। ସମ୍ବଲପୁରୀ ବାନ୍ଧ, ପଟଚିତ୍ର, ହ୍ୟାଣ୍ଡ ପେଣ୍ଟେଡ଼ ଶାଢ଼ୀ, ସାନ୍ତାଳୀ ଶାଢ଼ୀ, ଦୋଳବେଦୀ ଶାଢ଼ୀ, ଡୋଙ୍ଗରିଆ ଶାଢ଼ୀ, ବ୍ରହ୍ମପୁର କୁମ୍ଭ ପାଟ, ହବାସପୁରୀ, ବୋମକାଇ ଭଳି ବିଭିନ୍ନ ପ୍ରକାର ସୁନ୍ଦର ସୁନ୍ଦର ଶାଢ଼ୀ ରହିଛି। ଏହା ସହ ଫ୍ୟାସନେବଲ ଡ୍ରେସ, କୋ ଅର୍ଡ ସେଟ, ଡିଜାଇନ ବ୍ଲାଉଜ। ମହିଳାଙ୍କ ପାଇଁ ଭେରାଇଟି ବ୍ଲାଉଜ ଡିଜାଇନ ମଧ୍ୟ ମିଳିବ।

ଏହା ସହ ନିତ୍ୟ ବ୍ୟବହାର୍ଯ୍ୟ ଛୋଟରୁ ବଡ଼ ବ୍ୟାଗ, ପର୍ସ ରହିଛି। ସେହିଭଳି ପୁରୁଷଙ୍କ ପାଇଁ କୁର୍ତା, ସାର୍ଟ ମଧ୍ୟ ରହିଛି। ଜି.ଆଇ ଟ୍ୟାଗ ମିଳିଥିବା ଖାଦ୍ୟ ଯେମିତିକି ଖଜୁରୀ ଗୁଡ଼, ବିକଳାନନ୍ଦ ରସଗୋଲା, କନ୍ଧମାଳ ହଳଦୀ, ରସାବଳୀ, ଛେନାପୋଡ ମିଳୁଛି। ଉଭୟ ଅନଲାଇନ ଓ ଅଫ ଲାଇନରେ ମାର୍କେଟିଂ କରିପାରିବେ ଲୋକେ। ଏହି ଅବସରରେ ବାଚସ୍ପତି ମହୋଦୟା ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସାବତ ସିଷ୍ଟର୍ସଙ୍କୁ ଭୂୟସୀ ପ୍ରଶଂସା କରିବା ସହ ଓଡିଶାର ସଂସ୍କୃତି, ପରମ୍ପରା ଓ କାରିଗରୀକୁ ଏତେ ଆଗକୁ ନେଉଥିବାରୁ ବେଶ ପ୍ରଶଂସା କରିଥିଲେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score