Explore

Search

April 29, 2026 11:31 pm

କୋରାପୁଟରେ ଉନ୍ନତିର ନୂଆ ପଥ, ବଦଳିବ ଦକ୍ଷିଣ ଓଡ଼ିଶାର ଭବିଷ୍ୟତ

ଭୁବନେଶ୍ୱର : ବଦଳିବ କୋରାପୁଟର ରୂପ। ସୁଗମ ହେବ ଯାତାୟାତ ପଥ । ଏଭଳି ପଦକ୍ଷେପ ନେଇଛି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ ବା NHAI (National Highways Authority of India) । ତେବେ ଏହା କେବଳ ଯାତାୟାତକୁ ସୁଗମ କରିବ ତା ନୁହେଁ କୋରାପୁଟବାସୀଙ୍କ ଆର୍ଥିକସ୍ଥିତିକୁ ସୁଦୃଢ କରିବାକୁ ଯାଉଛି । ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଏବଂ ସଡକ ପରିବହନ ମନ୍ତ୍ରୀ ଶ୍ରୀଯୁକ୍ତ ନୀତିନ ଗଡ଼କରୀଙ୍କ ଏହି ନିଷ୍ପତି ଏବେ ଦକ୍ଷିଣ ଓଡ଼ିଶା ସଡକପଥ ଏକ ନୂଆ ଦିଗରେ ପାଦ ଥାପିବାକୁ ଯାଉଛି ।

ଦେଶର ଢାଞ୍ଚାଗତ ଉନ୍ନତିରେ ଆଉ ଗୋଟିଏ ବଡ଼ ପଦକ୍ଷେପ ଭାବେ ରାୟପୁର–ବିଶାଖାପାଟନମ ଆର୍ଥିକ କରିଡୋର ଗଠନ କାମ ଦ୍ରୁତ ଗତିରେ ଚାଲିଛି । ପ୍ରାୟ ୪୬୫ କି.ମି. ଲମ୍ବା ଏହି ଛଅ-ଲେନ୍ ନିୟନ୍ତ୍ରିତ ରାସ୍ତା ଛତିଶଗଡ଼, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶକୁ ସିଧାସଳଖ ଯୋଡ଼ିବ। ଏହା ଭବିଷ୍ୟତରେ ପୂର୍ବ ଭାରତର ଆର୍ଥିକ ଉନ୍ନତିକୁ ନୂଆ ଦିଗ ଦେବାର ଆଶା ରହିଛି।

ଏହି କରିଡୋର ଛତିଶଗଡ଼ର ରାୟପୁର ନିକଟସ୍ଥ ଅଭାନପୁରରୁ ଆରମ୍ଭ ହୋଇ ଆନ୍ଧ୍ରପ୍ରଦେଶର ବିଶାଖାପାଟନମ ନିକଟସ୍ଥ ସାବ୍ବାଭରମ ପର୍ଯ୍ୟନ୍ତ ପହଞ୍ଚିବ। ଏହି ନୂତନ ରାସ୍ତା ଚାଲୁ ହେଲେ ଯାତ୍ରୀଙ୍କ ପାଇଁ ଯାତ୍ରା ଦୂରତା ପ୍ରାୟ ୭୦ କି.ମି. କମିଯିବା ସହିତ ସମୟ ମଧ୍ୟ ୧୪ ଘଣ୍ଟାରୁ କମି ୫ ରୁ ୬ ଘଣ୍ଟା ମଧ୍ୟରେ ସୀମିତ ହେବ । ଏହା ଯାତ୍ରୀମାନଙ୍କ ପାଇଁ ଏକ ସୁବିଧାଜନକ ପଥ ହେବାସହିତ ବ୍ୟବସାୟ ଓ ପରିବହନ କ୍ଷେତ୍ରକୁ ମଧ୍ୟ ବେଗ ଦେବ ।

ଓଡ଼ିଶା ଅଂଶରେ ଏହି ପ୍ରକଳ୍ପର ଗୁରୁତ୍ୱପୂର୍ଣ୍ଣ ଭାଗ ହେଉଛି OD-8 କୋରାପୁଟ ପ୍ୟାକେଜ୍। କୋରାପୁଟ ଜିଲ୍ଲାର କାନ୍ଦିଲି ଠାରୁ ତୁମ୍ବିଗୁଡ଼ା ପର୍ଯ୍ୟନ୍ତ ୨୨.୫ କି.ମି. ଲମ୍ବା ଏହି ରାସ୍ତା ଖଣ୍ଡ ଉଚ୍ଚ ମାନଙ୍କର ଜାତୀୟ ରାଜପଥ ଭାବେ ଗଢ଼ିଉଠୁଛି। ପରିବେଶକୁ ସୁରକ୍ଷା ଦେଇ ଓ ପ୍ରାକୃତିକ ସମତାକୁ ରକ୍ଷା କରି ଏହାର ନିର୍ମାଣ କାମ କରାଯାଉଛି, ଯାହାକି ଏହି ପ୍ରକଳ୍ପର ବିଶେଷତା।

ଏହି କରିଡୋର ତିଆରି ହେଲେ ଓଡ଼ିଶାର ଦକ୍ଷିଣଅଞ୍ଚଳ, ବିଶେଷ କରି କୋରାପୁଟ, ମାଲକାନଗିରି ଓ ନବରଙ୍ଗପୁର ଜିଲ୍ଲାର ଲୋକମାନଙ୍କ ପାଇଁ ନୂଆ ସୁଯୋଗ ସୃଷ୍ଟି ହେବ। କୃଷି, ଶିଳ୍ପ ଓ ପର୍ଯ୍ୟଟନ କ୍ଷେତ୍ରରେ ଗତି ବଢ଼ିବା ସହିତ ସ୍ଥାନୀୟ ଲୋକଙ୍କ ପାଇଁ ରୋଜଗାର ସୁଯୋଗ ମଧ୍ୟ ବୃଦ୍ଧି ପାଇବ।

ବିଶେଷଜ୍ଞମାନଙ୍କ ମତରେ, ଏହି ପ୍ରକଳ୍ପ ଚାଲୁ ହେଲେ ରାୟପୁର ଓ ବିଶାଖାପାଟନମ ମଧ୍ୟରେ ବ୍ୟବସାୟିକ ଆଦାନ ପ୍ରଦାନ ଅଧିକ ସୁଗମ ହେବ। ଏହା ଯାତ୍ରା ପରିବହନର ଖର୍ଚ୍ଚ କମାଇବା ସହିତ ଦେଶର ଆର୍ଥିକ ବୃଦ୍ଧିକୁ ଆଗକୁ ଆଣିବ।
ସରକାରଙ୍କ ଏହି ପଦକ୍ଷେପ ଓଡ଼ିଶାକୁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟବସାୟ ମାନଚିତ୍ରରେ ଅଧିକ ମଜବୁତ ସ୍ଥାନ ଦେବାରେ ଆଶା ଉଇଁଛି। ଲୋକମାନେ ମଧ୍ୟ ଏହି ପ୍ରକଳ୍ପକୁ ସ୍ୱାଗତ କରି ଶୀଘ୍ର ସମାପ୍ତି ପାଇଁ ଆଶା ପ୍ରକାଶ କରିଛନ୍ତି ।

ସେହିପରି ଯାତ୍ରୀଙ୍କ ସୁବିଧା ପାଇଁ ୩ଟି ଭୁତଳ ରାସ୍ତା ଓ ୪ଟି ସାଧାରଣ ରାସ୍ତା ନିର୍ମାଣ ହୋଇଛି। ଯାହା ମାଧ୍ୟମରେ ଯାତାୟାତ ଅଧିକ ସୁରକ୍ଷିତ ଓ ସହଜ ହେବ। ସେହିପରି ବନ୍ୟଜନ୍ତୁଙ୍କୁ ଦୃଷ୍ଟିରେ ରଖି ଯାତାୟାତ ପାଇଁ ନିର୍ମାଣ ହୋଇଥିବା ପରିବହନ ତଳେ ୫ଟି ଭୁତଳ ରାସ୍ତା ଓ ରାସ୍ତା ଉପରେ ୭ଟି ମାଙ୍କଡ଼ଙ୍କ ପାଇଁ ଯାତାୟାତର ସୁବିଧା କରାଯାଇଛି । ଏହାଫଳରେ କୌଣସି ଜୀବଜନ୍ତୁ ମୃତ୍ୟୁମୁଖରେ ନ ପଡନ୍ତି ଓ ଲୋକେ ମାନେ ମଧ୍ୟ ଅସୁବିଧା ନଭୋଗନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score