Explore

Search

February 9, 2026 11:32 pm

କଂଗ୍ରେସର ଡାକରା : ଆସନ୍ତାକାଲି ଓଡିଶା ବନ୍ଦ

ଭୁବନେଶ୍ୱର : ୨୮ ଜାନୁଆରୀ ୨୦୨୬ ତାରିଖରେ ଓଡ଼ିଶାରେ ଏକ ରାଜ୍ୟସ୍ତରୀୟ ବନ୍ଦ ଡାକରା ଦିଆଯାଇଛି । ଏହି ବନ୍ଦ ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ଡାକରା ଦିଆଯାଇଥିବାବେଳେ, ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଏହାକୁ ସମର୍ଥନ ଜଣାଇଛି । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଏହି ଓଡ଼ିଶା ବନ୍ଦ ପାଳନ କରାଯିବ।

ବନ୍ଦର ପ୍ରମୁଖ କାରଣ ହେଉଛି ଚାଷୀ ସମସ୍ୟା । ଧାନ କ୍ରୟ ପ୍ରକ୍ରିୟାରେ ହେଉଥିବା ଅନିୟମିତତା ବିରୋଧରେ ଏବଂ ଚାଷୀଙ୍କୁ କୁଇଣ୍ଟାଲ ପିଛା ୮୦୦ ଟଙ୍କା ବୋନସ ପ୍ରଦାନ କରିବା ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି।

ଏହାସହିତ ରାଜ୍ୟରେ ସ୍ମାର୍ଟ ମିଟର ଲଗାଯିବା ଏବଂ ବିଦ୍ୟୁତ୍ ଶୁଳ୍କ ବୃଦ୍ଧିକୁ ନେଇ ମଧ୍ୟ ବିରୋଧ ପ୍ରକାଶ କରାଯାଇଛି। ସାଧାରଣ ଲୋକଙ୍କ ଉପରେ ଅତିରିକ୍ତ ଆର୍ଥିକ ଭାର ପଡ଼ୁଥିବା ଅଭିଯୋଗ କରି ବନ୍ଦକୁ ସମର୍ଥନ ଦିଆଯାଇଛି।

ତା’ସହିତ ପ୍ରଦୂଷଣ ପ୍ରମାଣପତ୍ର ନଥିବା ଯାନବାହନ ଉପରେ ମୋଟା ଅଙ୍କର ଜରିମାନା ଆଦାୟକୁ ନେଇ ମଧ୍ୟ ବନ୍ଦ ଡାକରାର ଏକ ପ୍ରମୁଖ କାରଣ ରହିଛି । ଏହାକୁ ଅନ୍ୟାୟ ବୋଲି ଅଭିଯୋଗ କରି ସଂଗଠନ ପକ୍ଷରୁ ପ୍ରତିବାଦ କରାଯାଉଛି ।

ବନ୍ଦ ସମୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରି ଚାଷୀ ଓ ସାଧାରଣ ଲୋକଙ୍କ ସମସ୍ୟାର ସ୍ଥାୟୀ ସମାଧାନ ଦାବି କରାଯିବ ବୋଲି ନବ ନିର୍ମାଣ କୃଷକ ସଂଗଠନ କହିଛି ।

ବନ୍ଦ ସମୟରେ କ’ଣ ପ୍ରଭାବିତ ହୋଇପାରେ ?

ଯାତାୟାତ ବସ, ଅଟୋ ଏବଂ ଟ୍ୟାକ୍ସି ଚଳାଚଳ ବାଧାପ୍ରାପ୍ତ ହୋଇପାରେ । ବିଭିନ୍ନ ସ୍ଥାନରେ ରାସ୍ତା ରୋକ ହେବାର ସମ୍ଭାବନା ଅଛି । ଦୋକାନ ବଜାର , ସହରର ମୁଖ୍ୟ ବଜାର ଏବଂ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡ଼ିକ ବନ୍ଦ ରହିପାରେ । ଶିକ୍ଷାନୁଷ୍ଠାନ, କେତେକ ଘରୋଇ ସ୍କୁଲ ଓ କଲେଜ ସୁରକ୍ଷା ଦୃଷ୍ଟିରୁ ଛୁଟି ଘୋଷଣା କରିପାରନ୍ତି । ତେବେ ସରକାରୀ ସ୍ତରରେ କୌଣସି ଛୁଟି ଘୋଷଣା ହୋଇନାହିଁ । ଜରୁରୀକାଳୀନ ସେବା ଆମ୍ବୁଲାନ୍ସ , କ୍ଷୀର ଗାଡ଼ି ଏବଂ ଡାକ୍ତରଖାନା ଭଳି ଜରୁରୀକାଳୀନ ସେବା ଏହି ବନ୍ଦରୁ ମୁକ୍ତ ରହିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score