Explore

Search

May 16, 2026 12:04 pm

ପ୍ରବାଦ ପୁରୁଷଙ୍କୁ ସମ୍ମାନିତ କରିବ ଋଷ

ପୁଣି ଆନ୍ତର୍ଜାତୀୟ ସ୍ତରରେ ବିଜୁବାବୁଙ୍କୁ ମିଳିବ ସମ୍ମାନ l ଇତିହାସର ହେବ ପୁନରାବୃତ୍ତି l ୧୯୪୧ରୁ ୧୯୪୫ ମଧ୍ୟରେ ହୋଇଥିବା ଦ୍ବିତୀୟ ବିଶ୍ବଯୁଦ୍ଧ ବେଳେ ସୋଭିଏତ ୟୁନିୟନକୁ ସହାୟତାକୁ ସ୍ମରଣ କରି ସମ୍ମାନ ଦେବାକୁ ଯାଉଛି ଶକ୍ତିଶାଳୀ ଋଷ। ହିଟଲର ବିରୋଧରେ ବିଜୟର ୮୦ ବର୍ଷ ପୂର୍ତ୍ତି ଅବସରରେ ବିଜୁ ପଟ୍ଟନାୟକଙ୍କୁ ସମ୍ମାନିତ କରିବାକୁ ଋଷ ଘୋଷଣା କରିଛି । ଚଳିତ ମାସ ୯ ତାରିଖରେ ବିଶ୍ବଯୁଦ୍ଧ ବିଜୟକୁ ୮୦ ବର୍ଷ ପୂରୁଛି । ଏଥିନେଇ ଆସନ୍ତାକାଲି ୭ ତାରିଖର ସକାଳେ ଆୟୋଜିତ ଉତ୍ସବରେ ଯୋଗଦେବା ପାଇଁ ବିଜୁ ବାବୁଙ୍କ ସୁପୁତ୍ର ନବୀନ ପଟ୍ଟନାୟକଙ୍କୁ ନିମନ୍ତ୍ରଣ କରାଯାଇଛି ।

ଉତ୍ସବରେ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗ ଦେବେ । ଦ୍ବିତୀୟ ବିଶ୍ବଯୁଦ୍ଧ ବିଜୟର ୫୦ ବର୍ଷ ପୂର୍ତ୍ତି ଅବସରରେ ୧୯୯୫ ମସିହାରେ ବିଜୁ ବାବୁଙ୍କୁ ଜୁବୁଲି ମେଡାଲରେ ସମ୍ମାନିତ କରାଯାଇଥିଲା । ଏବେ ୮୦ ବର୍ଷ ପୂର୍ତ୍ତି ଅବସରରେ ନାଜି ବିରୋଧରେ ଏକାଠି ଲଢିଥିବା ହୀରୋମାନଙ୍କୁ ଋଷ ସମ୍ମାନ ପ୍ରଦର୍ଶନ କରିବ । ଏହି ଯୋଦ୍ଧାମାନଙ୍କ ମଧ୍ୟରେ ରହିଛନ୍ତି ଓଡିଶାର ପ୍ରବାଦ ପୁରୁଷ ତଥା ଝଡ଼ର ଇଗଲ ବିଜୁ ପଟ୍ଟନାୟକ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score