Explore

Search

August 31, 2026 9:03 pm

ଓଡ଼ିଶାର ଶିଳ୍ପ ବିକାଶରେ ଐତିହାସିକ ଅଧ୍ୟାୟ : ୧.୧୦ ଲକ୍ଷ କୋଟିର ବିଶାଳ ନିବେଶ ଚୁକ୍ତି

ଭୁବନେଶ୍ୱର : ଶିଳ୍ପ ଓ ଅର୍ଥନୈତିକ ଅଗ୍ରଗତି ଦିଗରେ ଓଡ଼ିଶା ଆଉ ଏକ ବଡ଼ ସଫଳତା ହାସଲ କରିଛି । ରାଜ୍ୟରେ ବୃହତ୍ ଶିଳ୍ପ ସ୍ଥାପନ ଏବଂ ରୋଜଗାର ସୃଷ୍ଟି ଲକ୍ଷ୍ୟରେ ଅଦାନୀ ଗ୍ରୁପ୍ ଓ ଆଇଏଚସି ଗ୍ରୁପ୍ ସହ ଏକ ଲକ୍ଷ କୋଟି ଟଙ୍କାରୁ ଅଧିକ ମୂଲ୍ୟର ବୁଝାମଣାପତ୍ର (ଏମଓୟୁ) ସ୍ୱାକ୍ଷର ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀଙ୍କ ଉପସ୍ଥିତିରେ ଏହି ଚୁକ୍ତି ସମ୍ପନ୍ନ ହୋଇଥିବାବେଳେ, ଏହାକୁ ରାଜ୍ୟର ଶିଳ୍ପ ଇତିହାସର ଏକ ମାଇଲଖୁଣ୍ଟ ବୋଲି କୁହାଯାଉଛି।

ଏହି ନିବେଶ ପ୍ରସ୍ତାବ ମାଧ୍ୟମରେ ଆଗାମୀ ଦିନରେ ପ୍ରାୟ ୫୩,୫୦୦ ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି ହେବାର ଆଶା ରହିଛି। ଶିଳ୍ପ, ଭିତ୍ତିଭୂମି ଏବଂ ଉତ୍ପାଦନ କ୍ଷେତ୍ରରେ ଏହି ପୁଞ୍ଜିନିବେଶ ଓଡ଼ିଶାର ଅର୍ଥନୀତିକୁ ନୂଆ ଗତି ଦେବ ବୋଲି ଆକଳନ କରାଯାଉଛି।

ଅଦାନୀ ଗ୍ରୁପ୍ ସହ ସ୍ୱାକ୍ଷରିତ ୧.୧୦ ଲକ୍ଷ କୋଟି ଟଙ୍କାର ଏହି ମେଗା ଚୁକ୍ତି ଅନୁଯାୟୀ ରାଜ୍ୟରେ ଏକ ବୃହତ୍ ଆଲୁମିନିୟମ୍ ଉତ୍ପାଦନ ପ୍ରକଳ୍ପ ଗଢ଼ି ଉଠିବ। ଏଥିପାଇଁ ପ୍ରାୟ ୧୧.୫ ବିଲିୟନ ଆମେରିକୀୟ ଡଲାର ପୁଞ୍ଜିନିବେଶ କରାଯିବ। ପ୍ରକଳ୍ପରେ ଆଧୁନିକ ରିଫାଇନାରୀ, ସ୍ମେଲ୍ଟର ଏବଂ କ୍ୟାପ୍ଟିଭ୍ ବିଦ୍ୟୁତ୍ କେନ୍ଦ୍ର ସ୍ଥାପନର ବ୍ୟବସ୍ଥା ରହିଛି।

ଏହି ମେଗା ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶା ଦେଶର ପ୍ରମୁଖ ଆଲୁମିନିୟମ୍ ଉତ୍ପାଦନ କେନ୍ଦ୍ର ଭାବେ ଉଭା ହେବା ସହ ବିଶ୍ୱ ଶିଳ୍ପ ମାନଚିତ୍ରରେ ନିଜ ସ୍ଥାନକୁ ଆହୁରି ସୁଦୃଢ଼ କରିବ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score