Explore

Search

April 20, 2026 11:11 pm

ଏଆଇ ଓ AGI ମଧ୍ୟରେ କିଏ ଅଧିକ କ୍ଷମତାଶାଳୀ ?

ଭୁବନେଶ୍ୱର : ଲୋକେ ଧୀରେ ଧୀରେ ଏଆଇ ସହିତ ତାଳ ମିଶାଇ କାମ କରୁଥିବା ବେଳେ ଏବେ ଇଣ୍ଟରନେଟରେ “AGI” ନେଇଛି ଗୁରୁତ୍ୱପୂର୍ଣ୍ଣ ସ୍ଥାନ । ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚାରେ ଏଆଇ ଓ AGI ମଧ୍ୟରେ କିଏ ଅଧିକ କ୍ଷମତାଶାଳୀ ? ସେ ସ୍କୁଲ ହେଉ କି କର୍ମସଂସ୍ଥା ସେ ପାଠ ହେଉ କି ବ୍ୟବସାୟ ସବୁଥିରେ ସାହାଯ୍ୟ କରିପାରେ ଏଆଇ । ଯେକୌଣସି ପ୍ରଶ୍ନ ପଚରା ଯାଏ ତାହା ତୁରନ୍ତ ଉତ୍ତର ଦିଏ ଏଆଇ । ହେଲେ ଆଜିକା ଯୁଗରେ ଏଆଇ ଏକ ବିଶେଷ ସ୍ଥାନ ବହନ କରୁଥିବା ବେଳେ ଏବେ ସାମ୍ନାକୁ ଆସିଛି AGI। ଯାହାକୁ ନେଇ ଇଣ୍ଟେରନେଟରେ ମଧ୍ୟ ଖୁବ ଚର୍ଚ୍ଚା ।

ତେବେ କଣ ଏହି “AGI ” ଜାଣନ୍ତୁ

AGI ଅର୍ଥାତ୍ Artificial General Intelligence ହେଉଛି ଏମିତି ଏକ ଉନ୍ନତ ପ୍ରଯୁକ୍ତି, ଯାହା କେବଳ ଗୋଟିଏ କାମରେ ସୀମିତ ନହୋଇ ମଣିଷଙ୍କ ଭଳି ବିଭିନ୍ନ କାମକୁ ବୁଝିବା ଓ କରିବାର କ୍ଷମତା ରଖେ। ଏହା ସାଧାରଣ ମେସିନ୍ ଭଳି କେବଳ ନିର୍ଦ୍ଦେଶ ମାନି ଚାଲେ ନାହିଁ, ବରଂ ନୂତନ ପରିସ୍ଥିତିକୁ ଅନୁଭବ କରି ନିଜେ ଭାବି ଠିକ୍ ନିଷ୍ପତ୍ତି ନେଇପାରେ। AGI ଏକ ଏମିତି ବୁଦ୍ଧିମାନ ପ୍ରଣାଳୀ, ଯାହା ସ୍ୱୟଂ କାମ ସୃଷ୍ଟି କରିପାରେ । ନୂଆ ଜ୍ଞାନ ଅଧିଗତ କରିପାରେ, ଭବିଷ୍ୟତ ପାଇଁ ପ୍ରଣାଳୀ ତିଆରି କରେ ଏବଂ ଅବସ୍ଥା ପରିବର୍ତ୍ତନ ହେଲେ ତାହାକୁ ମନେରଖି ନିଜ ଚରିତ୍ର ବଦଳାଇ ପାରେ। ସହଜ ଭାଷାରେ କହିଲେ, ଏହା ମାନବ ଭଳି ଚିନ୍ତା କରୁଥିବା ଏକ ଯନ୍ତ୍ରର କଳ୍ପନା ।

ଆଜିକାଲି ଯେଉଁ AI ଆମେ ଦେଖୁଛୁ ଓ ବ୍ୟବହାର କରୁଛୁ, ସେଗୁଡ଼ିକୁ Narrow AI ବୋଲାଯାଏ । ଏଗୁଡ଼ିକ ନିର୍ଦ୍ଦିଷ୍ଟ କିଛି କାମ ପାଇଁ ତିଆରି ହୋଇଥାଏ । ଯେପରିକି ଭଏସ ସହାୟକ, ଚାଟବଟ କିମ୍ବା ଅନଲାଇନ କଣ୍ଟେଣ୍ଟ ସୁପାରିଶ ପ୍ରଣାଳୀ। ଏହି AI ତାଙ୍କର ନିର୍ଦ୍ଦିଷ୍ଟ କାମରେ ଦକ୍ଷ, କିନ୍ତୁ ସେହି ସୀମା ପାର କରି ଅନ୍ୟ କିଛି କରିବାରେ ସକ୍ଷମ ନୁହେଁ।

ଅନ୍ୟପଟେ, AGI ର ଧାରଣା ବହୁତ ବ୍ୟାପକ। ଏହା କୌଣସି ଗୋଟିଏ କାମରେ ସୀମିତ ନରହି, ବିଭିନ୍ନ ପ୍ରକାରର ସମସ୍ୟାକୁ ବୁଝି ସେଗୁଡ଼ିକର ସମାଧାନ ଦେଇପାରିବ। ସହଜ ଭାଷାରେ କହିଲେ, AI ହେଉଛି ଗୋଟିଏ ଖାସ କ୍ଷେତ୍ରର ଜଣେ ଜଣେ ଦକ୍ଷ ବ୍ୟକ୍ତି, ଯେଉଁଠି AGI ହେଉଛି ସମସ୍ତ କ୍ଷେତ୍ରରେ ଜ୍ଞାନ ଥିବା ଜଣେ ସମ୍ପୂର୍ଣ୍ଣ ଦକ୍ଷ ବ୍ୟକ୍ତି । ଯଦିଓ ଦୁହେଁ କାର୍ଯ୍ୟକ୍ଷେତ୍ରରେ କାମ କରିବାରେ ମାହିର ଅଛନ୍ତି ତଥାପି AI ଏବଂ AGI କୁ ନେଇ ବିଶ୍ୱର ବଡ଼ ବଡ଼ ବିଶେଷଜ୍ଞଙ୍କ ମଧ୍ୟରେ ଏକମତ ନାହିଁ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score