Explore

Search

January 17, 2026 4:46 pm

ଉଦଘାଟନ ଅପେକ୍ଷାରେ କଳିଙ୍ଗ ଷ୍ଟୁଡିଓ, ଯୋଗାଇବ ବିଶ୍ୱସ୍ତରୀୟ ଭିତ୍ତିଭୂମି

Kalinga Studios Ltd

ଭୁବନେଶ୍ବର: ସିନେମା ଜଗତରେ ଷ୍ଟୁଡିଓର ଅନେକ ଗୁରୁତ୍ଵପୂର୍ଣ୍ଣ ଭୂମିକା ରହିଛି l ଭାରତରେ ରାମୋଜୀ ଫିଲ୍ମ ଷ୍ଟୁଡିଓ ପରେ ବର୍ତ୍ତମାନ ଏହି ତାଲିକାରେ ଯୋଡି ହେବାକୁ ଯାଉଛି ଓଡ଼ିଶାର କଳିଙ୍ଗ ଷ୍ଟୁଡିଓ l ଅତ୍ୟାଧୁନିକ ଯନ୍ତ୍ରପାତି ସହିତ ଉନ୍ନତ ଭିତ୍ତିଭୂମି ଓଡ଼ିଶାର ସିନେମା ପର୍ଯ୍ୟଟନ କ୍ଷେତ୍ରକୁ ସୁଦୃଢ କରିବା ସହିତ ଦୀର୍ଘଦିନ ଧରି ଚଳଚ୍ଚିତ୍ର ଶିଳ୍ପଠାରୁ ଦୂରେଇ ରହିଥିବା କଳିଙ୍ଗ ଷ୍ଟୁଡିଓ ପୁଣି ତା’ର ଗାରିମା ପୁଣି ଫେରିପାଇବ l ଆଉ ସିନେମା ସୁଟିଂ କରିବାକୁ ବାହାର ରାଜ୍ୟକୁ ଯିବାକୁ ପଡ଼ିବନି l କେବଳ ସ୍କ୍ରିପ୍ଟ ଧରି ଷ୍ଟୁଡିଓ ଆସି ଫିଲ୍ମ ନିର୍ମାଣ କରିବେ ଫିଲ୍ମ ନିର୍ମାତା । ଗୋଟିଏ ଛାତ ତଳେ ହାଇଟେକ୍ ସୁବିଧା ସହ ୨୦୨୧ ଡିସେମ୍ବର ୭ରେ ୨ଲକ୍ଷ ୪ହଜାର ବର୍ଗଫୁଟ ପରିମିତ ସ୍ଥାନରେ ଏହି ପ୍ରକଳ୍ପ ପାଇଁ ପ୍ରାୟ ୨୦୦ କୋଟି ଟଙ୍କା ମଞ୍ଜୁର ହୋଇଥିବା ବେଳେ ୨୦୨୪ ଅଗଷ୍ଟ ସୁଦ୍ଧା ଶେଷ କରାଯିବାର ଧାର୍ଯ୍ୟ ହୋଇଥିଲା l ଏଠାରେ ଷ୍ଟୁଡିଓ ବ୍ୟତୀତ ମଣ୍ଡପ, ଏଣ୍ଟ୍ରାନ୍ସ ପ୍ଲାଜା, ଟେକ୍‌ଜୋନ୍, ସ୍ନୋ ୱାର୍ଲଡ, ଫୁଡ୍ କୋର୍ଟ, ଓପନ୍ ଏୟାର ପ୍ରେକ୍ଷାଳୟ, ଭିଲେଜ ଏରିଆ ଛଡା ରେଳ ଷ୍ଟେସନ, ପୋଖରୀ, ହସ୍ପିଟାଲ ପରି ବିଭିନ୍ନ ସେଟ୍ ରହିଛି l ସେହିପରି ଟେକ୍ ଜୋନ୍‌ରେ ରେକର୍ଡିଂ, ଏଡିଟିଂ ପରି ସମସ୍ତ ଆନୁଷଙ୍ଗିକ ବ୍ୟବସ୍ଥା ରହିଛି l କଳିଙ୍ଗ ଷ୍ଟୁଡିଓ ଭିତରକୁ ପ୍ରବେଶ ପାଇଁ ଜନସାଧାରଣ ମାନଙ୍କ ପାଇଁ ଟିକେଟ୍ ବ୍ୟବସ୍ଥା ମଧ୍ଯ କରାଯାଇଛି l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score