Explore

Search

July 15, 2026 12:17 am

ଆଜିଠାରୁ ଆରମ୍ଭ ହେଲା SIR ଅଭିଯାନ

ଭୁବନେଶ୍ୱର : ରାଜ୍ୟରେ ଭୋଟର ତାଲିକାକୁ ଅଧିକ ସଠିକ୍‌, ସ୍ୱଚ୍ଛ ଓ ତ୍ରୁଟିମୁକ୍ତ କରିବା ଲକ୍ଷ୍ୟରେ ଆଜିଠାରୁ ସ୍ୱତନ୍ତ୍ର ସଂକ୍ଷିପ୍ତ ପୁନରୀକ୍ଷଣ (SIR) ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ଅଭିଯାନ ଅନ୍ତର୍ଗତ ରାଜ୍ୟର ସମସ୍ତ ବୁଥ୍‌ ଅଞ୍ଚଳରେ ବୁଥ୍‌ ଲେଭେଲ୍‌ ଅଫିସର (BLO)ମାନେ ଘରେ ଘରେ ପହଞ୍ଚି ଭୋଟରଙ୍କ ସୂଚନା ଯାଞ୍ଚ କରିବେ ଏବଂ ଭୋଟର ତାଲିକାରେ ଥିବା ବିଭିନ୍ନ ତ୍ରୁଟିର ସଂଶୋଧନ କାର୍ଯ୍ୟ ସମ୍ପାଦନ କରିବେ। ସକାଳ ସମୟରେ ବିଏଲଓମାନେ ଡୋର-ଟୁ-ଡୋର ସର୍ଭେ କରିବା ସହ ଭୋଟରଙ୍କ ତଥ୍ୟ ସଂଗ୍ରହ କରିବେ, ଯେତେବେଳେ ପ୍ରତିଦିନ ଅପରାହ୍ନ ୩ଟାରୁ ୫ଟା ପର୍ଯ୍ୟନ୍ତ ସମ୍ପୃକ୍ତ ବୁଥ୍‌ରେ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଓ ସଂଶୋଧନ ଆବେଦନ ଗ୍ରହଣ କରିବେ।

ଏହି ପ୍ରକ୍ରିୟାରେ ଭୋଟରମାନେ ନିଜ ଭୋଟର ପରିଚୟପତ୍ରରେ ଥିବା ବୟସ, ନାମ, ବାପା କିମ୍ବା ସ୍ୱାମୀଙ୍କ ନାମ ସମ୍ବନ୍ଧୀୟ ତ୍ରୁଟି ସଂଶୋଧନ କରାଇପାରିବେ। ଅନେକ କ୍ଷେତ୍ରରେ ତଥ୍ୟ ଭୁଲ୍‌ ଥିବାରୁ ଭୋଟର ତାଲିକାରେ ଅସଙ୍ଗତି ଦେଖାଦେଉଥିବା ବେଳେ, ବିଏଲ୍‌ଓମାନେ ସିଧାସଳଖ ଘରକୁ ଯାଇ ସେହି ତ୍ରୁଟି ଗୁଡ଼ିକୁ ଯାଞ୍ଚ କରି ସଠିକ୍‌ ସୂଚନା ଅଦ୍ୟତନ କରିବେ। ମ୍ୟାପିଂ ସମ୍ପୂର୍ଣ୍ଣ ହୋଇଥିବା ଭୋଟରମାନେ ନିଜର ସଦ୍ୟ ଫଟୋ ଦେବା ସହିତ ସ୍ୱାକ୍ଷର ମଧ୍ୟ କରିବେ। ଯଦି କୌଣସି ଭୋଟର ନିଜର ପୁରୁଣା ଫଟୋ ପରିବର୍ତ୍ତନ କରିବାକୁ ଚାହାଁନ୍ତି, ତେବେ ନୂତନ ଫଟୋ ଦେଇପାରିବେ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score