Explore

Search

October 4, 2026 9:59 pm

ଅଙ୍କିତ ସାହୁଙ୍କୁ ‘ଶ୍ରେଷ୍ଠ ଭୂମିସ୍ତରୀୟ ସହଯୋଗୀ’ ସମ୍ମାନ

 

ଭୁବନେଶ୍ୱର: ପରିବେଶ ସୁରକ୍ଷା, ସାମାଜିକ ସଚେତନତା ଓ ଯୁବପିଢ଼ିର ସକ୍ରିୟ ଅଂଶଗ୍ରହଣକୁ ନେଇ ଆୟୋଜିତ ପୂର୍ଣ୍ଣଶ ପୃଥିବୀ ୩.୦ ସମ୍ମିଳନୀରେ ଓଡ଼ିଆମଣିର ପ୍ରତିଷ୍ଠାତା ଅଙ୍କିତ ସାହୁଙ୍କୁ ‘ଶ୍ରେଷ୍ଠ ଭୂମିସ୍ତରୀୟ ସହଯୋଗୀ’ ସମ୍ମାନ ପ୍ରଦାନ କରାଯାଇଛି। ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଏହି ସମ୍ମିଳନୀରେ ବିଭିନ୍ନ କ୍ଷେତ୍ରର ବ୍ୟକ୍ତିବିଶେଷ ଓ ଯୁବପ୍ରତିଭାମାନେ ଯୋଗ ଦେଇଥିଲେ। ସମ୍ବାଦ, ପୂର୍ଣ୍ଣଶ ପୃଥିବୀ ଆନ୍ଦୋଳନ, କନକ ନ୍ୟୁଜ୍, ରେଡିଓ ଚକୋଲେଟ୍ ଓ ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ ପକ୍ଷରୁ ଅଙ୍କିତ ସାହୁଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ପରିବେଶ ସୁରକ୍ଷା ସମ୍ପର୍କିତ ସଚେତନତା ଓ ଯୁବମାନଙ୍କୁ ଏଭଳି ପ୍ରୟାସ ସହ ଯୋଡ଼ିବାରେ ଓଡ଼ିଆମଣିର ଭୂମିକାକୁ ଏହି ସମ୍ମାନ ମାଧ୍ୟମରେ ସ୍ୱୀକୃତି ମିଳିଛି। ସମ୍ମାନ ପ୍ରଦାନ ଅବସରରେ ସମ୍ବାଦ ଓ କନକ ନ୍ୟୁଜ୍‌ର ସମ୍ପାଦିକା ତନୟା ପଟ୍ଟନାୟକ ଅଙ୍କିତ ସାହୁଙ୍କୁ ସମ୍ମାନିତ କରିଥିଲେ। ଏହି ଅବସରରେ ସେ ଓଡ଼ିଆମଣିର କାର୍ଯ୍ୟଧାରାକୁ ପ୍ରଶଂସା କରି କହିଥିଲେ, “ଓଡ଼ିଆମଣି ହେଉଛି ସମ୍ବାଦର ଜଣେ ଶ୍ରେଷ୍ଠ ଭୂମିସ୍ତରୀୟ ସହଯୋଗୀ। ଅଙ୍କିତ ସାହୁ ଓଡ଼ିଶାର ଜଣେ ଶ୍ରେଷ୍ଠ ଯୁବ ପ୍ରତିଭା।” ତନୟା ପଟ୍ଟନାୟକଙ୍କ ଏହି ପ୍ରଶଂସା ଅଙ୍କିତ ସାହୁ ଓ ଓଡ଼ିଆମଣିର ସମଗ୍ର ଦଳ ପାଇଁ ଉତ୍ସାହର ବିଷୟ ପାଲଟିଛି। ସାହିତ୍ୟ ଓ ସାମାଜିକ ସଚେତନତା ସହ ପରିବେଶ ସୁରକ୍ଷା ଭଳି ବିଷୟକୁ ଯୁବସମାଜ ମଧ୍ୟରେ ପହଞ୍ଚାଇବା ଦିଗରେ ଓଡ଼ିଆମଣିର ଭୂମିକାକୁ ଏହି ସମ୍ମାନ ଆହୁରି ମଜଭୁତ କରିଛି। ସମ୍ମାନ ଗ୍ରହଣ କରି ଅଙ୍କିତ ସାହୁ କହିଥିଲେ, “ଏହା କେବଳ ଏକ ପୁରସ୍କାର ନୁହେଁ, ଏହା ଆମ ପରିବେଶ ପ୍ରତି ଥିବା ଭାବନା।” ପରିବେଶକୁ ସୁରକ୍ଷିତ ରଖିବା ଓ ଆଗାମୀ ପିଢ଼ି ପାଇଁ ଏକ ସୁସ୍ଥ ପରିବେଶ ଗଢ଼ିବା ସମସ୍ତଙ୍କ ଦାୟିତ୍ୱ ବୋଲି ସେ ମତ ପ୍ରକାଶ କରିଥିଲେ। ଅଙ୍କିତ ସାହୁ ଏହି ସମ୍ମାନକୁ କେବଳ ବ୍ୟକ୍ତିଗତ ସଫଳତା ଭାବେ ନ ନେଇ ଓଡ଼ିଆମଣିର ସମଗ୍ର ଦଳ, ସହଯୋଗୀ ଓ ପରିବେଶ ପାଇଁ କାର୍ଯ୍ୟରତ ସମସ୍ତଙ୍କ ପ୍ରତି ଏକ ସମ୍ମାନ ବୋଲି ଅଭିହିତ କରିଥିଲେ। ଏହି ସମ୍ମାନ ପରେ ଓଡ଼ିଆମଣିର ସଦସ୍ୟ ଓ ଶୁଭେଚ୍ଛୁମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଆଗାମୀ ଦିନରେ ସାହିତ୍ୟ, ସମାଜ ଓ ପରିବେଶ ସଚେତନତା କ୍ଷେତ୍ରରେ ଓଡ଼ିଆମଣି ଆହୁରି ସକ୍ରିୟ ଭାବେ କାର୍ଯ୍ୟ କରିବ ବୋଲି ଆଶା ପ୍ରକାଶ ପାଇଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Live Cricket Score