Explore

Search

July 2, 2025 8:25 am

Genres

ଓଡ଼ିଶାରେ ଖୋଲିବ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ

ରାଜ୍ୟରେ ଅସହାୟ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗଙ୍କ ସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଓଡିଶା ସରକାର ସମସ୍ତ ଜିଲ୍ଲାରେ ଗୋଟିଏ ଲେଖାଏଁ ଇଣ୍ଟିଗ୍ରେଟେଡ୍ ଇନଫ୍ରାଷ୍ଟକଚର କମ୍ପେ୍ଲକ୍ସ(ଆଇଆଇସି) ସ୍ଥାପନ ଓ ପରିଚାଳନା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଚଳିତ ମାସ ୧ତାରିଖ ସୁଦ୍ଧା ୮ଟି ଆଇଆଇସି ନିର୍ମାଣ ସରିଛି ଓ ଏବେ ୪ଟି ନିର୍ମାଣାଧୀନ ରହିଛି ।

ପ୍ରାରମ୍ଭିକ ଭାବେ ପ୍ରତ୍ୟେକ ଆଇଆଇସିରେ ୪୦୦ ଜଣଙ୍କୁ ରଖାଯିବ । ଯେଉଁଥିରେ ୧୦୦ଜଣ ଅସହାୟ ବୃଦ୍ଧବୃଦ୍ଧା ଓ ବାକି ୧୦୦ଜଣ ଲେଖାଏଁ ଦୃଷ୍ଟିହୀନ, ଶ୍ରବଣବାଧିତ ଓ ବୌଦ୍ଧିକ ଅକ୍ଷମ ପିଲା ବା ବ୍ୟକ୍ତି ସାମିଲ ରହିବେ । ଏବେ ୮ଟି ଆଇଆଇସି କାର୍ଯ୍ୟକ୍ଷମ ହୋଇଛି ଓ ଆଉ ୪ଟି ନିର୍ମାଣାଧୀନ ଥିବାବେଳେ ଖୁବଶୀଘ୍ର ମୋଟ୍ ୩୦ଟି ଆଇଆଇସି ମାଧ୍ୟମରେ ୧୨ହଜାର ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କୁ ସବୁପ୍ରକାରର ସୁବିଧାସୁଯୋଗ ଯୋଗାଇ ଦେବାକୁ ସରକାର ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି ।

ଏହି ଆଇଆଇସିଗୁଡ଼ିକ ପରିଚାଳନା ନିମନ୍ତେ ସରକାର ବିଭିନ୍ନ କର୍ପୋରେଟ ସଂସ୍ଥା ଓ ଏନଜିଓକୁ ପ୍ରୋତ୍ସାହିତ କରିବେ । ପ୍ରତିଷ୍ଠିତ କର୍ପୋରେଟ ସଂସ୍ଥା ନିଜର ସିଏସଆର ପାଣ୍ଠିରୁ ଏସବୁ ଆଇଆଇସିକୁ ପରିଚାଳନା କରିବାକୁ ଆଗ୍ରହ ଦେଖାଇଲେ ସେମାନଙ୍କ ସହ ସରକାର ଏକ ଏମଓୟୁ ସ୍ୱାକ୍ଷର କରିବେ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score