ଅନେକ ସମୟରେ ଆମେ ଅନେକ ଦିବ୍ୟାଙ୍ଗଙ୍କ କାହାଣୀ ଶୁଣି ଆସିଛୁ, ଯେଉଁମାନେ କି ସମାଜରେ ସାଧାରଣ ଲୋକଙ୍କ ପାଇଁ ସବୁବେଳେ ଏକ ଉଦାହରଣ ସୃଷ୍ଟି କରିଆସିଛନ୍ତି ।କିନ୍ତୁ ଆଜିର ଏହି ବ୍ୟକ୍ତିତ୍ଵ ଜଣକ କିଛି ନିଆରା । ଦିବ୍ୟାଙ୍ଗ ମଣିଷ ଯେ ନିଜ ସ୍ବପ୍ନ ସାକାର କରି ପାରେନା ଏହି କଥାକୁ ଭୁଲ୍ ବୋଲି ପ୍ରମାଣିତ କରିଛନ୍ତି କେରଳର ୩୨ ବର୍ଷିୟା ଯୁବତୀ ଜିଲୁମୋଲ୍ ମାରିଏଟ୍ ଥୋମାସ୍ ।
ଚାରି ଚକିଆ ଯାନ ଚଳାଇ କାମ କରିବାକୁ ସ୍ବପ୍ନ ରଖିଥିବା କେରଳର ୩୨ ବର୍ଷିୟା ଜୁଲିମୋଲ ୬ ବର୍ଷର ପରିଶ୍ରମ ପରେ ଏବେ ସେ ନିଜ ସ୍ବପ୍ନ ସାକାର କରିବାରେ ସଫଳ ହୋଇଛନ୍ତି। ସେ ହେଉଛନ୍ତି ବିଶ୍ୱର ପ୍ରଥମ ଏସୀୟ ମହିଳା ଯାହାଙ୍କୁ ଦିବ୍ୟାଙ୍ଗ ହେବା ସତ୍ତ୍ୱେ ମଧ୍ୟ୍ୟ ଚାରି ଚକିଆ ଯାନ ଚଳାଇବାକୁ ଲାଇସେନ୍ସ ମିଳିଛି । ଜିଲୁମୋଲ ଏକ ଜନ୍ମଗତ ବ୍ୟାଧି ହେତୁ ବିନା ହାତରେ ଜନ୍ମ ହୋଇଥିଲେ । ସୂଚନା ମୁତାବକ, ଜୁଲିମୋଲ ସର୍ବଦା ଏକ କାର୍ ଚଳାଇବାକୁ ସ୍ବପ୍ନ ଦେଖୁଥିଲେ। ବିଶେଷ କରି ସେ ତାଙ୍କ ବାପାଙ୍କୁ ହରାଇବା ପରେ ନିଜେ ସ୍ବାଧୀନ ହେବା ସହ ପରିବାରର ଦାୟିତ୍ୱ ମଧ୍ୟ ନେଇଥିଲେ। ସେ ଭଦୁଥାଲାର ମାରିଆ ଡ୍ରାଇଭିଂ ସ୍କୁଲରେ କାର୍ ଚଳାଇବା ଶିଖିଥିଲେ। ପରେ ଲାଇସେନ୍ସ ପାଇଁ ଇଡୁକି ଜିଲାର ଥୋଡୁପୁଜ୍ହା ଆର୍ଟିଓରେ ଆବେଦନ କରିଥିଲେ। ସେଠାକାର ଆର୍ଟିଓରେ ଜୁଲିମୋଲଙ୍କ ଆବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ। ଯାହା ପରେ ସେ କେରଳ ହାଇକୋର୍ଟକୁ ଯାଇଥିଲେ। କୋର୍ଟର ହସ୍ତକ୍ଷେପ ପରେ ଜୁଲିମୋଲ ମୋଟର ଭେଇକିଲ ଡିପାର୍ଟମେଣ୍ଟ (ଏମ୍ଭିଡି) ଅଫିସରଙ୍କ ସମ୍ମୁଖରେ ତାଙ୍କ କାର୍ ଚାଳନାର ଏକ ପରୀକ୍ଷା ଦେଇଥିଲେ। ତେବେ ସେତେବେଳେ ମଧ୍ୟ ଅଧିକାରୀ ତାଙ୍କୁ ଲାଇସେନ୍ସ ଦେବାକୁ ମନା କରିଦେଇଥିଲେ। ଏହାପରେ ଜୁଲିମୋଲ ଶେଷରେ ଭିନ୍ନକ୍ଷମଙ୍କ ପାଇଁ ଥିବା ରାଜ୍ୟ ଆୟୋଗଙ୍କ ନିକଟକୁ ଯାଇଥିଲେ। ତେବେ ଯାଇ ସେ ଲାଇସେନ୍ସ ପାଇବାକୁ ସକ୍ଷମ ହୋଇଥିଲେ। ଏବଂ ଶେଷରେ ଦୀର୍ଘ ଛଅ ବର୍ଷର ଅପେକ୍ଷା ପରେ, ୨୦୨୩ ମସିହାରେ ତାଙ୍କୁ ଲାଇସେନ୍ସ ମିଳିଲା । ଯାହା କୁ ପାଲକ୍କଡରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ନିଜେ ବ୍ୟକ୍ତିଗତ ଭାବେ ଜୁଲିମୋଲଙ୍କୁ ଡ୍ରାଇଭିଂ ଲାଇସେନ୍ସ ପ୍ରଦାନ କରିଥିଲେ ।

Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |