Explore

Search
Close this search box.

Search

November 12, 2024 11:19 am

Genres

୨୦ ଥରର ବିଫଳତା ପରେ ସଫଳତା ୧୦ ହଜାରରୁ ଆରମ୍ଭ କରିଥିବା କମ୍ପାନୀ ଏବେ ୫୦୦ କୋଟି

Stories

ସଫଳତାର ଅନ୍ୟ ନାମ ବିକାଶ ।  ବିଫଳତା ଆଣିଦେଲା ସଫଳତା । କଥାରେ ଅଛି ଦୃଢ଼ ଇଚ୍ଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଅଧିକାଂଶ ଲୋକ ଭାବନ୍ତି ଏହା କେବଳ ବହିରେ ଲେଖା କଥା । ଆଉ ଏହି ପଂକ୍ତିର ସଠିକ୍ ଉଦାହରଣ ଦେଉଛନ୍ତି ବିକାଶ ଡି ନାହର । ଦୁନିଆରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ନିଜ କଠିନ ପରିଶ୍ରମ ବଳରେ ଏହି କଥାକୁ ସତରେ ପ୍ରମାଣ କରି ଦେଖାଇଛନ୍ତି । ବ୍ୟବସାୟ, ପରୀକ୍ଷାଠାରୁ ଆରମ୍ଭ କରି ଜୀବନର ପ୍ରତ୍ୟେକ ଲଢ଼େଇରେ ବାରମ୍ବାର ବିଫଳ ହେବା ପରେ ବି ହାର ମାନିନାହାଁନ୍ତି । ବରଂ ବାରମ୍ବାର ଚେଷ୍ଟା ଫଳରେ ସଫଳତା ପାଇଛନ୍ତି।

ଥରେ କି ଦିଥର ନୁହେଁ ୨୦ରୁ ଅଧିକ ଥର ବିଫଳ ହେବା ପରେ ବି ଆଗକୁ ବଢିବାର ଯୋଶ୍ ଆଜି ବିକାଶଙ୍କୁ ଜଣେ ସଫଳ ବ୍ୟବସାୟୀ ଭାବେ ଉଭା କରିପାରିଛି । ଏହି ସଫଳ ବ୍ୟବସାୟୀ ନିଜ କମ୍ପାନୀ ‘ହ୍ୟାପିଲୋ’କୁ ସଫଳତାର ସହ ଲଞ୍ଚ କରିବା ପୂର୍ବରୁ ୨୦ ଥର ବିଫଳ ହୋଇଥିଲେ । କିନ୍ତୁ ଏତେ ଥର ବିଫଳ ହେବା ପରେ ମଧ୍ୟ ବିକାଶ ଜିତିବାର ଜିଦ୍ ଛାଡ଼ି ନଥିଲେ । ଫଳରେ ଏବେ ତାଙ୍କ ପାଖରେ ୫୦୦ କୋଟି ଟଙ୍କାର ଏକ ବଡ଼ କମ୍ପାନି ରହିଛି।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score