Explore

Search

January 19, 2025 9:29 pm

Genres

ଝୁମିଲେ କଟକବାସୀ, ପ୍ରଥମକରି ବାରବାଟୀ ଦୁର୍ଗରେ ଅନୁଷ୍ଠିତ ହେଲା ପଥ ଉତ୍ସବ, ଆକର୍ଷଣ ସାଜିଲା ଗୁଡ଼ି ଉଡା ଉତ୍ସବ

kite festival cuttack odisha 2025

କଟକ: ରବିବାର ଶୀତୁଆ ସକାଳକୁ ନାଚଗୀତ, ଖାଦ୍ୟପେୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଝୁମିଲେ କଟକବାସୀ l ୧୮ତମ ପ୍ରବାସୀ ଭାରତୀୟ ଦିବସ ପାଳନ ଅବସରରେ କଟକ ମହାନଗର ନିଗମ ଓ ଜିଲ୍ଲା ପ୍ରଶାସନ, କଟକ ଦ୍ଵାରା ବାରବାଟୀ ଦୁର୍ଗ ଠାରୁ ନ୍ୟାୟ ସଂଗ୍ରହାଳୟ ପର୍ଯ୍ୟନ୍ତ ଆୟୋଜିତ କରାଯାଇଥିଲା ପଥ ଉତ୍ସବ- ୨୦୨୫ l ପ୍ରଥମ କରି କଟକ ସହରରେ ଲୋକମାନେ ଏପରି ଉତ୍ସବକୁ ଉତ୍ସାହିତ ହୋଇ ମନାଇଥିଲେ l 

ସୂଚନାଯୋଗ୍ୟ ଯେ ଏହି ମହୋତ୍ସବ ସକାଳ ୭.୩୦ରୁ ଆରମ୍ଭ ହୋଇ ସକାଳ ୯.୩୦ ପର୍ଯ୍ୟନ୍ତ ଚାଲିଥିଲା l ଓଲିଉଡ ଜଗତର ନାମୀଦାମୀ କଣ୍ଠଶିଳ୍ପୀମାନଙ୍କ ଦ୍ବାରା ସଙ୍ଗୀତ ପରିବେଷଣ କରାଯିବା ସହ କଳାକାରମାନଙ୍କ ଦ୍ବାରା ଓଡିଶୀ ଏବଂ ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା l କେବଳ ସେତିକି ନୁହେଁ ସହରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢୁଥିବା ବିଦ୍ୟାର୍ଥୀଙ୍କୁ ନେଇ ଚିତ୍ରକଳା ପ୍ରତିଯୋଗିତା ଆୟୋଜନ କରାଯାଇ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l  ମହୋତ୍ସବରେ କଟକ ମହାନଗର ନିଗମ ପକ୍ଷରୁ ମୋ ଖତ ଓ ଚାରା ବିକ୍ରୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଦ୍ବାରା ଏକ ମୁକୁ ସ୍ବାସ୍ଥ୍ୟ ପରୀକ୍ଷା କେନ୍ଦ୍ର, କୁସ୍ତି ମହାସଂଘ ଦ୍ବାରା ଏକ କୁସ୍ତିର ପ୍ରଦର୍ଶନ ଏବଂ ପ୍ରସିଦ୍ଧ ବାଲୁକା ଶିଳ୍ପୀଙ୍କ ଦ୍ବାରା ବାଲୁକା କଳା ପ୍ରଦର୍ଶନ କରାଯିବା ସହିତ ଯୋଗ, ସ୍କେଟିଂ,ଲୋକ ନୃତ୍ୟ, ପଥପ୍ରାନ୍ତ ନାଟକ, କୁମବା ନୃତ୍ୟ, ରଙ୍ଗୋଲୀ, ପବ୍ଲିକ ୱାଲ ପେଣ୍ଟିଂ, ଫେସ ପେଣ୍ଟିଂ, ସେଲଫି ବୁଥ, ସ୍ବାକ୍ଷର ଅଭିଯାନ ଏବଂ ରାଲି ଆଦି କାର୍ଯ୍ୟକ୍ରମର ଏହି ପଥ ଉତ୍ସବର ମୁଖ୍ୟ ଆକର୍ଷଣ ଥିଲା l 

ଠିକ୍ ସେହିପରି ଅପରାହ୍ନ ୨.୩୦ ଘଟିକାରେ ବାଲିଯାତ୍ରା ପଡ଼ିଆଠାରେ “ଗୁଡ଼ିଉଡ଼ା ଉତ୍ସବ”ରେ ନାନା ରଙ୍ଗର ଗୁଡି ଉଡ଼ାଇବା ସହିତ ସ୍ଥାନୀୟ ଲୋକମାନେ ଓଡ଼ିଶାର ପାରମ୍ପରିକ ଖାଦ୍ୟର ସ୍ଵାଦ ଚାଖିଥିଲେl ପିଲାମାନେ ଗୁଡ଼ିଉଡା ଉତ୍ସବ କର୍ମଶାଳାରେ ଯୋଗଦେବା ସହିତ ଟ୍ରାନ୍ସଜେଣ୍ଡର ଏବଂ ବସ୍ତି ଶିଶୁଙ୍କ ଦ୍ବାରା ଏକ ଫାଶନ ସୋ ଅନୁଷ୍ଠିତ ହୋଇଯାଇଥିଲା l

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଜିଲ୍ଲା ପ୍ରଶାସନ ଓ କଟକ ମହାନଗର ନିଗମକୁ ସହଭାଗୀତା କରିଥିଲେ ରାଜ୍ୟରେ ଅଗ୍ରଣୀ ଇଭେଣ୍ଟ ମ୍ୟାନେଜମେଣ୍ଟ କମ୍ପାନୀ ଜେନର୍ସ l 

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score