Explore

Search

April 29, 2025 3:00 am

Genres

ଇତିହାସରେ ଆଜିର ଦିନ – ଅଭ୍ୟୁଦୟ ଓଡିଶା

ଇତିହାସରେ ଆଜିର ଦିନ - ଅଭ୍ୟୁଦୟ ଓଡିଶା

ଆମେ ଓଡ଼ିଆ-

ଓଡିଶା ଆମ ମା’ l ଭାଷା ଆମର ଓଡ଼ିଆ l ଚଳଣିରେ ଅଛି ଜଗନ୍ନାଥ ରୀତିନୀତି l ଚତୁର୍ଦ୍ଧାମରେ ପୁରୀ ଓ ବିଶ୍ଵ ଭାସ୍କର୍ଯ୍ୟ କୋଣାର୍କ l ଯାହାର ନୀଳ ଜଳରାଶିରେ ମା ‘ କାଳିଜାଇ ବିରାଜିତା l ଭୁବନେଶ୍ବର ବୁକୁରେ ଉଠିଛି ଉତ୍କଳ ବିଶ୍ୱବିଦ୍ୟାଳୟ l ସାହିତ୍ୟ, ସଂସ୍କୃତି, ଭାସ୍କର୍ଯ୍ଯ ଓ ଶିକ୍ଷାରେ ରୁଦ୍ଧିମନ୍ତ ଆମ ରାଜ୍ଯ ଓଡିଶା l ଏକ ଅପ୍ରେଲରେ ହିଁ ଓଡିଶା ପାଇଥିଲା ନିଜର ସ୍ୱତନ୍ତ୍ର ପରିଚୟ । ପୂର୍ବରୁ ବିହାରର ଏକ ଅଂଶ ହୋଇ ରହିଥିବା ବେଳେ ୧୯୩୬ ମସିହା ଅପ୍ରେଲ ୧ରେ ନୂତନ ପ୍ରଦେଶ ଭାବରେ ପ୍ରତିଷ୍ଠା ହୋଇଥିଲା ଓଡିଶା । ତେବେ ସେହି ସମୟରେ ରାଜ୍ୟର ନାମ ରହିଥିଲା ଉତ୍କଳ । ତେଣୁ ଏହାକୁ ଉତ୍କଳ ଦିବସ ଭାବରେ ପାଳନ କରାଯାଏ । ବର୍ତ୍ତମାନ ଏହି ଦିବସକୁ ଓଡିଶା ଦିବସ ନାମରେ ପାଳନ କରାଯାଉଛି l

 

ଓଡ଼ିଶାର ଗଠନ ଇତିହାସ –

ବିହାର ଅଧୀନରେ ଥିବା ଏହି ପ୍ରଦେଶକୁ ଏକ ସ୍ୱତନ୍ତ୍ର ପରିଚୟ ଦେବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାଶଙ୍କ ସହିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ପଣ୍ଡିତ ନୀଳକଣ୍ଠ ଦାସ, ଫକୀର ମୋହନ ସେନାପତି, ଗଙ୍ଗାଧର ମେହେର, ସାର୍ ବାସୁଦେବ ସୁଧଳଦେବ, ରାଧାନାଥ ରାୟ, ଭୂବନାନନ୍ଦ ଦାସ, ଏ.ପି ପାତ୍ର ଏବଂ ଆହୁରି ଅନେକ ବୀର ପୁରୁଷ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ । ନୂତନ ରାଜ୍ୟ ଭାବେ ଗଢି ଉଠିଥିବା ଓଡିଶା ଛଅଗୋଟି ଜିଲ୍ଲାକୁ ନେଇ ଗଠନ କରାଯାଇଥିଲା । ଏହି ଜିଲ୍ଲାଗୁଡିକ ଥିଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଏବଂ ଗଞ୍ଜାମ । ତେବେ ତତ୍କାଳୀନ ସମୟରେ ଏହି ରାଜ୍ୟର ରାଜଧାନୀ ଥିଲା କଟକ । ଯଦିଓ ପରବର୍ତ୍ତୀ ସମୟରେ ଏହା ଭୁବନେଶ୍ଵରକୁ ସ୍ଥାନାନ୍ତରିତ କରାଯାଇଥିଲା l

୧୯୩୬ ପୂର୍ବର ଉତ୍କଳର ଇତିହାସ-

୧୯୩୬ ପୂର୍ବରୁ ଓଡିଶା ସ୍ୱତନ୍ତ୍ର ରାଜ୍ୟ ନଥିଲା । ପଶ୍ଚିମରେ ସମ୍ବଲପୁର ମଧ୍ୟପ୍ରଦେଶ ସହିତ ମିଶିଥିବାବେଳେ ଉତ୍ତରରେ ବାଲେଶ୍ୱରରେ ବଙ୍ଗଳାର ପ୍ରଭାବ, କେତେକ ଅଞ୍ଚଳ ବିହାରରେ , ଦକ୍ଷିଣରେ ଗଞ୍ଜାମ ମାଡ୍ରାସ ରେସିଡେନ୍ସି ଅଧିନରେ ଥିଲା । କିନ୍ତୁ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳ ମଣି ଗୋପବନ୍ଧୁ ଦାଶ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି, ବ୍ୟାସକବି ଫକୀରମୋହନ ସେନାପତି, ରାଧାନାଥ ରାୟ, ଗଙ୍ଗାଧର ମେହେରଙ୍କ ପରି ବୀର ପୁତ୍ର ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଗଠନ କରିବା ପାଇଁ ସଘଂର୍ଷ କରିଥିଲେ । ଏହି ବୀରପୁତ୍ରଙ୍କ ସଂଘର୍ଷରେ ୧୯୦୩ ରେ ପ୍ରଥମେ ଗଠନ ହୋଇଥିଲା ଉତ୍କଳ ସମ୍ମିଳନୀ । ଜୋରଦାର ସଂଗ୍ରାମ ପରେ ୧୯୩୬ ମସିହା ଅପ୍ରେଲ ୧ରେ ଗଠନ ହେଲା ସ୍ୱତନ୍ତ୍ର ଓଡିଶା ପ୍ରଦେଶ ।

ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ ପାଇଁ ମୁଖ୍ୟ ବିପ୍ଳବ ଉତ୍କଳ ସମ୍ମିଳନୀ ଗଠନ ଦିନଠାରୁ ତିନି ଦଶନ୍ଧି ଧରି ଲାଗିରହିଥିଲା ଓ ଏହା ଏକ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶର ମୂଳଦୁଆ ସ୍ଥାପନ କରିଥିଲା । ମଧୁସୂଦନ ଦାସ, ଗୋପବନ୍ଧୁ ଦାସ, ଫକୀର ମୋହନ ସେନାପତି, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ ଆଦିଙ୍କ ନେତୃତ୍ୱରେ ଏହି ଆନ୍ଦୋଳନ ଅଧିକ ତୀବ୍ର ହୋଇଥିଲା । ସାର ଜନ୍ ଅଷ୍ଟିନ ହବାକ ଓଡ଼ିଶାର ପହିଲା ରାଜ୍ୟପାଳ ଭାବରେ ଶପଥ ନେଇଥିଲେ । ୧୯୩୬ ମସିହା ଏପ୍ରିଲ ପହିଲା ଦିନ ଓଡ଼ିଶାକୁ ଏକ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ମିଳିଥିଲା । ୧୯୯୨ ମସିହାରେ ଓଡ଼ିଶାର ୧୩ଟି ଜିଲ୍ଲାକୁ ପୁନର୍ବିଭାଜନ କରି ୩୦ଟି ଜିଲ୍ଲାରେ ଭାଗ କରାଗଲା । ପ୍ରତିବର୍ଷ ଏପ୍ରିଲ ପହିଲା ଦିନଟିକୁ ଉତ୍କଳ ଦିବସ ନାମରେ ପାଳନ କରାଯାଇ ସ୍ୱତନ୍ତ୍ର ପ୍ରଦେଶ ଗଠନର କର୍ଣ୍ଣଧାରମାନଙ୍କୁ ସମ୍ମାନ ଅର୍ପଣ କରାଯାଏ । ଏବେ ଓଡ଼ିଶାରେ ୩୦ଟି ଜିଲ୍ଲା ରହିଛି l ୧୯୩୬ ଅପ୍ରେଲ ୧ ତାରିଖ ଦିନ ଏକ ରାଜ୍ୟ ଭାବେ ନବଗଠିତ ହେବା ସ୍ମୃତିରେ ଅପ୍ରେଲ ମାସ ୧ ତାରିଖ ଦିନ ଉତ୍କଳ ଦିବସ (ଓଡ଼ିଶା ଦିବସ) ପାଳନ କରାଯାଇଥାଏ ।ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡ଼ିଶା ଭାରତର ପ୍ରଥମ ରାଜ୍ୟ । ୧୫୬୮ରେ ଶେଷ ରାଜା ମୁକୁନ୍ଦ ଦେବଙ୍କ ଦେହାନ୍ତ ପରେ ବ୍ରିଟିଶ ଶାସନରୁ ଅଲଗା ହୋଇ ଏକ “ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ” ଗଠନ କରିବା ପାଇଁ ମଧୁସୂଦନ ଦାସ, ଫକୀର ମୋହନ ସେନାପତି, ଗୋପବନ୍ଧୁ ଦାସ, ନୀଳକଣ୍ଠ ଦାସ, ଗଙ୍ଗାଧର ମେହେର, ରାଧାନାଥ ରାୟ, ବାସୁଦେବ ସୁଢ଼ଳ ଦେବ ଓ କୃଷ୍ଣଚନ୍ଦ୍ର ଗଜପତିଙ୍କ ଚେଷ୍ଟାରେ ଆନ୍ଦୋଳନ ତେଜିଥିଲା । ପ୍ରଥମେ ଛଅଟି ଜିଲ୍ଲା କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, କୋରାପୁଟ ଓ ଗଞ୍ଜାମକୁ ନେଇ ଓଡ଼ିଶା ଗଠନ କରାଯାଇଥିଲା ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score