Explore

Search

April 28, 2025 8:09 pm

Genres

ଉଭୟ ଗୃହରେ ପାରିତ ହେଲା ୱାକଫ ବିଲ୍

ଦୀର୍ଘ ଆଲୋଚନା ଓ ସମୋଲୋଚନା ପରେ ପାରିତ ହୋଇଛି ୱାକଫ ବିଲ୍ l ଧର୍ମ ନିରପେକ୍ଷତାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜନୈତିକ ଦଳ ମାନଙ୍କର ସହଯୋଗ ଅନୁଯାୟୀ ଲୋକସଭା ପରେ ରାଜ୍ୟସଭାରେ ବି ପାସ୍ ହେଲା ୱାକଫ ବିଲ୍। ବିଲ୍ ସପକ୍ଷରେ ୧୨୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୯୫ଟି ଭୋଟ୍ ପଡ଼ିଥିଲା। ଏଥିସହ ୱାକଫ୍ ଏବେ ଆଇନରେ ପରିଣତ ହେବାରୁ ମାତ୍ର ଗୋଟିଏ ପାଦ ଦୂରରେ। ବିଲକୁ ଏବେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଯିବ। ରାଷ୍ଟ୍ରପତିଙ୍କ ଅନୁମୋଦନ ପରେ ଏହା ଆଇନରେ ପରିଣତ ହେବ। ରାଜ୍ୟସଭା ପୂର୍ବରୁ ବୁଧବାର ଲୋକସଭାରେ ଏହି ବିଲ୍ ଆଗତ ହୋଇଥିଲା। ୧୨ ଘଣ୍ଟାର ଆଲୋଚନା ପରେ ସରକାର ଏହାକୁ ପାରିତ କରିବାରେ ସଫଳ ହୋଇଛନ୍ତି। ଲୋକସଭାରେ ଏହି ବିଲ୍ ସପକ୍ଷରେ ୨୮୮ଟି ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ୨୩୨ଟି ଭୋଟ୍ ପଡ଼ିଛି।

ସଂଖ୍ୟାଲଘୁ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, ୱାକଫ ବୋର୍ଡ ଏକ ସାମ୍ବିଧାନିକ ସଂସ୍ଥା ଏବଂ ଏହା ଧର୍ମନିରପେକ୍ଷ ହେବା ଉଚିତ। ଜଣେ ବି ମୁସଲମାନ ଏହି ବିଲ୍ ଦ୍ୱାରା ପ୍ରଭାବିତ ହେବେ ନାହିଁ। ଏହାଦ୍ୱାରା କୋଟି କୋଟି ମୁସଲମାନ ଉପକୃତ ହେବେ ବୋଲି କହିଛନ୍ତି ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score