Explore

Search

July 2, 2025 10:22 am

Genres

ପରଲୋକରେ ପଦ୍ମଶ୍ରୀ ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ, ପ୍ରଧାନମନ୍ତ୍ରୀଙ୍କ ଶୋକ

୧୨୮ ବର୍ଷ ବୟସରେ ଇହଧାମ ତ୍ଯାଗ କରିଛନ୍ତି ଯୋଗ ଗୁରୁ ସ୍ବାମୀ ଶିବାନନ୍ଦ l ଖୁବ୍ ପିଲାଟି ଦିନରୁ ପିତା, ମାତା ଓ ଭଉଣୀଙ୍କୁ ମାତ୍ର ଏକ ମାସର ବ୍ୟବଧାନରେ ହରାଇଥିଲେ ଶିବାନନ୍ଦ। ଏହାପରେ ବେଙ୍ଗାଲୁରୁରୁ କାଶୀ ଅଭିମୁଖେ ଯାତ୍ରା କରିଥିଲେ ଶିବାନନ୍ଦ। କାଶୀରେ ଅଧ୍ୟାତ୍ମିକ ଗୁରୁ ଓଁକାରାନନ୍ଦ ଗୋସ୍ବାମୀ ତାଙ୍କ ଲାଳନ ପାଳନ ଦାୟିତ୍ବ ନେଇଥିଲେ। ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଯୋଗ ଏବଂ ଭାରତୀୟ ଜୀବନଶୈଳୀରେ ଉତ୍ସର୍ଗ କରିଥିଲେ। ଗଙ୍ଗା ଓ ବାରଣାସୀର ତଟରେ ସାଧାରଣ ଲୋକଙ୍କ ସେବାରେ ନିଜକୁ ଉତ୍ସର୍ଗ କରିଥିଲେ। ତିନି ଦଶନ୍ଧିରୁ ଅଧିକ ସମୟ ଧରି ସେ ଯୋଗ ଶିକ୍ଷା ପ୍ରଦାନ କରିଥିଲେ। ୫୦ ବର୍ଷରୁ ଅଧିକ ସମୟ ଧରି ଭିକ୍ଷୁକ ମାନଙ୍କ ସେବା କରିଥିଲେ। କୁଷ୍ଠ ରୋଗରେ ଆକ୍ରାନ୍ତ ୪୦୦-୬୦୦ ଭିକାରୀ ମାନଙ୍କୁ ସେ ଚିକିତ୍ସା ଯୋଗାଇ ଦେଇଥିଲେ। ଏହି ରୋଗରେ ଆକ୍ରାନ୍ତଙ୍କ ପାଇଁ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଯୋଗାଡ କରିବା ତାଙ୍କର ପ୍ରଥମ ଲକ୍ଷ୍ୟ ରହିଥିଲା। କେବଳ ସେତିକି ନୁହେଁ କରୋନା ସମୟରେ ନିଜ ଯୋଗ ଅଭ୍ୟାସ ଶିକ୍ଷା ଯୋଗୁଁ ସେ ସୁସ୍ଥ ମଧ୍ଯ ଥିଲେ l

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score