ଦେଶର ବିଭିନ୍ନ ସ୍ଥାନରେ ବାର୍ଡ ଫ୍ଲୁ ଦେଖାଯିବା ପରେ ଏବେ ରାଜ୍ୟରେ ଆତଙ୍କ ଖେଳାଇଛି ବାର୍ଡ଼ ଫ୍ଲୁ। ପୁରୀ ଜିଲ୍ଲା ପିପିଲି ଅଞ୍ଚଳରେ ବାର୍ଡ ଫ୍ଲୁ ପଜିଟିଭ୍ ଚିହ୍ନଟ ପରେ ଆକ୍ସନ ମୋଡ୍ରେ ପ୍ରାଣୀଧନ ବିଭାଗ। ଭୂତାଣୁ ସଂକ୍ରମଣ ରୋକିବାକୁ ବିଭାଗ ପକ୍ଷରୁ ଶନିବାରଠାରୁ ଆରମ୍ଭ ହୋଇଛି କୁକୁଡ଼ାମରା ଅଭିଯାନ।
ଅନ୍ୟପକ୍ଷରେ ପିପିଲିରେ ବାର୍ଡ ଫ୍ଲୁ ଭୟ ଭିତରେ ଓଡ଼ିଶାରୁ କୁକୁଡା ନେବାକୁ ମନା କରିଦେଇଛି ପଶ୍ଚିମବଙ୍ଗ। କୁକୁଡ଼ା ଓ କୁକୁଡ଼ା ଜାତ ଦ୍ରବ୍ୟ ଆମଦାନୀ ଉପରେ କଟକଣା ଲଗାଇଛି ପଶ୍ଚିମବଙ୍ଗ ପୋଲ୍ୟୁଟ୍ରି ଫେଡେରେସନ୍। ପିପିଲିର ଆବଲପୁର ଅଞ୍ଚଳରୁ ସଂଗୃହୀତ ନମୁନାରେ ଏଚ୍ ଏନ୍୧ ଏଭିଆନ୍ ଇନ୍ଫ୍ଲୁଏଞ୍ଜା ଭାଇରସ୍ ଚିହ୍ନଟ ହେବା ପରେ ଏହି ନିଷ୍ପଭି ନିଆଯାଇଥିବା ସୂଚନା ମିଳିଛି।
ତେବେ ଏହି ବାବଦରେ ସବୁ ଜିଲ୍ଲାକୁ ନିର୍ଦେଶନାମା ଜାରିକରଯାଇଥିବା ସୂଚନା ରହିଛି। ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି। ବାର୍ଡ ଫ୍ଲୁ ବାହାରୁଥିବା ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଉଛି ଏହାପରେ ଚିହ୍ନଟ କୁକୁଡ଼ାମାନଙ୍କୁ ମରାଯିବା ପରେ ସମସ୍ତ ଫାର୍ମକୁ ସାନିଟେସନ୍ କରାଯାଉଛି। ଏହାପରେ ଫାର୍ମଗୁଡିକୁ ଜଉମୁଦ ଦେଇ ସିଲ୍ କରାଯାଇ ଚାବି ବିଭିଓଙ୍କ ପାଖରେ ରଖାଯିବ, ଏବଂ ଏଥିସହ ସମ୍ପୃକ୍ତ ଚାଷୀ ମାନଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବା ନେଇ ମଧ୍ୟ ସୂଚନା ରହିଛି।
ତେବେ ସୂଚନା ଥାଉ କିପିପିଲି ଅଞ୍ଚଳରୁ ଦୁଇ ଦିନମଧ୍ୟରେ ୫ ହାଜରରୁ ଅଧିକ କୁକୁଡ଼ା ମରାସରିଲାଣି।
Author: vandeutkal
ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |