Explore

Search

February 14, 2025 2:23 am

Genres

ବଜେଟ ୨୦୨୪:ଦରଦାମ କୁ ନେଇ ଆସିଲା ବଡ ଖବର ଜଣାନ୍ତୁ କ’ଣ ହେଲା ଶସ୍ତା ଏବଂ କ’ଣ ହେଲା ମହଙ୍ଗା ?

Budget 2024

ଆଜି ସଂସଦରେ ଉପସ୍ଥାପନ ହୋଇଛି କେନ୍ଦ୍ର ବଜେଟ୍‌-୨୦୨୪-୨୫। ବଜେଟ୍ ଉପସ୍ଥାପନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ତେବେ ଏହି ବଜେଟ୍ ରେ କଣ ସବୁ ରହିଛି କେଉଁ ଜିନିଷ ସବୁ ମହଙ୍ଗା ହୋଇଛି ଏବଂ କେଉଁସବୁ ଶସ୍ତା ହୋଇଛି ଆସନ୍ତୁ ଦେଖିବା। ମୋବାଇଲ, ମୋବାଇଲ ଚାର୍ଜର, ବ୍ୟାଟେରୀକୁ ଆଦି ଶସ୍ତା ହେବାକୁ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସଂପୃକ୍ତ ଜିନିଷ ଉପରୁ କଷ୍ଟମ ଡ୍ୟୁଟି ହ୍ରାସ ନେଇ ଘୋଷଣା କରିଛନ୍ତି । ଆହୁରି ସୋଲାର ପ୍ୟାନେଲ, ସାମୁଦ୍ରିକ ଉତ୍ପାଦ ମଧ୍ୟ ଶସ୍ତା ହେବ ବୋଲି ବଜେଟ ରେ ଦର୍ଶାଯାଇଛି । ଅନ୍ୟପଟେ ଶସ୍ତା ହେବ କ୍ୟାନ୍‌ସର୍‌ ଔଷଧ । ପ୍ରକାର କ୍ୟାନ୍‌ସର୍‌ ଔଷଧ ଉପରୁ କଷ୍ଟମ ଡ୍ୟୁଟି କମିବ । ଔଷଧ ଏବଂ ମେଡିକାଲ ଜିନିଷ ଉପରୁ କଷ୍ଟମ ଡ୍ୟୁଟି କମିବ ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏକ୍ସରେ ଟ୍ୟୁବ୍‌ ଉପରୁ ମଧ୍ୟ ଶୁଳ୍କ ହ୍ରାସ ନେଇ ମଧ୍ୟ ଘୋଷଣା ହୋଇଛି । ସେହିପରି ଶସ୍ତା ହେବ ସୁନା ରୁପା ଦର । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ସୁନା, ରୁପା, ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି କମିବ । ସୁନା ଓ ରୁପା ଉପରୁ କଷ୍ଟମ ଡ୍ୟୁଟି ୬% ହ୍ରାସ ହେବ ବୋଲି ଘୋଷଣା କରିଛନ୍ତି । ସେମିତି ପ୍ଲାଟିନମ ଉପରୁ କଷ୍ଟମ ଡ୍ୟୁଟି ୬.୪% ହ୍ରାସ କରାଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି।

ଅପରପକ୍ଷେ ମହଙ୍ଗା ହେବ ପ୍ଲାଷ୍ଟିକ । ପେଟ୍ରୋକେମିକାଲ ଉତ୍ପାଦ ଉପରେ ଶୁଳ୍କ ବଢ଼ିବ । ଏନେଇ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ପ୍ଲାଷ୍ଟିକ ଓ ପ୍ଲାଷ୍ଟିକ ସଂପର୍କିତ ଉତ୍ପାଦ ଉପରେ ଶୁଳ୍କ ବଢ଼ିବା ନେଇ ମଧ୍ୟ ଘୋଷଣା ହୋଇଛି।

ଏହାସହ ଚଳିତ ବର୍ଷ ବଜେଟ ରେ ଆୟକର ବିଭାଗରେ ବଡ ପରିବର୍ତ୍ତନ ଘୋଷଣା କରାଯାଇଛି | ବଜେଟ୍ ଭାଷଣରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ନୂତନ ଟିକସ ବ୍ୟବସ୍ଥାରେ ଷ୍ଟାଣ୍ଡାର୍ଡ ରିହାତି ୫୦ ହଜାରରୁ ୭୫ ହଜାର ଟଙ୍କାକୁ ବୃଦ୍ଧି କରାଯିବ । ଏହା ସହିତ ଟିକସ ଷ୍ଟ୍ରକ୍ଚରରେ ପରିବର୍ତନ କରାଯିବ ୩ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ସମ୍ପୂର୍ଣ ରୂପେ ଛାଡ଼ ରହିବ । ସେହିଭଳି ୩ ଲକ୍ଷରୁ ୭ ଲକ୍ଷ ଯାଏ ଆୟରେ ମାତ୍ର ୫% ଆୟକର ଦେବାକୁ ପଡିବ। ୭ ଲକ୍ଷରୁ ୧୦ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୦%, ୧୦ରୁ ୧୨ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୧୫%, ୧୨ରୁ ୧୫ ଲକ୍ଷ ଆୟ ପାଇଁ ଆୟକର ୨୦%୧୫ ଲକ୍ଷରୁ ଅଧିକ ଆୟ ପାଇଁ ଆୟକର ୩୦% ହାରରେ ଟିକସ ଦେବାକୁ ପଡିବ ।

vandeutkal
Author: vandeutkal

ଆପଣଙ୍କୁ ସ୍ଵାଗତ ! ଆମେ ଏକ ଅଗ୍ରଣୀ ତଥା ବିଶ୍ୱସ୍ତ ସମ୍ବାଦ ପ୍ରକାଶକ, ଆପଣଙ୍କୁ ସର୍ବଶେଷ ଖବର, କ୍ରୀଡା, ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ମନୋରଞ୍ଜନ, ସ୍ୱାସ୍ଥ୍ୟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଘଟଣାଗୁଡ଼ିକ ଉପରେ ଅଦ୍ୟତନ ପ୍ରଦାନ କରୁ | ଆମର ଉଦ୍ଦେଶ୍ୟ ହେଉଛି ତୁମକୁ ସଠିକ୍ ଏବଂ ନିର୍ଭରଯୋଗ୍ୟ ଖବର ଯୋଗାଇବା, ତେଣୁ ତୁମେ ଦୁନିଆରେ କ’ଣ ଘଟୁଛି ସେ ବିଷୟରେ ଅବଗତ ରହିପାରିବ |

Leave a Comment

Live Cricket Score